ଭୁବନେଶ୍ବର: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୦ତମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ରାଜ୍ୟ କଂଗ୍ରେସ ତରଫରୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ଏହି ଅବସରରେ ଆଜି ରାଜୀବ ଭବନ ଓ କଂଗ୍ରେସ ଭବନଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସମେତ ଅନ୍ୟ କଂଗ୍ରେସ କର୍ମୀ ଉପସ୍ଥିତ ରହି ରାଜୀବ ଗାନ୍ଧୀଙ୍କ ଅବଦାନଙ୍କୁ ମନେପକାଇଛନ୍ତି । ଏହି ଅବସରରେ କଂଗ୍ରେସ ପକ୍ଷରୁ ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ସହ ମାସ୍କ ବଣ୍ଟନ କରାଯାଇଥିଲା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ