ETV Bharat / city

ଆଜି ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ, ବଂଶ ବୃଦ୍ଧି ନେଇ କର୍ତ୍ତୃପକ୍ଷଙ୍କ ପ୍ରୟାସ ଜାରି

author img

By

Published : Sep 4, 2021, 7:03 PM IST

ପ୍ରାଣୀ ଉଦ୍ୟାନରେ ପାଳିତ ହେଉଛି ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ । ସାରା ଦେଶରେ ଶାଗୁଣାର ବଂଶ ଦିନକୁ ଦିନ ବିଲୁପ୍ତ ହେବାକୁ ବସିଥିବାରୁ ଏନେଇ ଚିନ୍ତା ପ୍ରକଟ କରିଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ...

ଆଜି ଆନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ, ବଂଶ ବୃଦ୍ଧି ନେଇ କର୍ତ୍ତୁପକ୍ଷଙ୍କ ପ୍ରୟାସ ଜାରି

ଭୁବନେଶ୍ବର: ଆଜି (ଶନିବାର) ହେଉଛି ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ । ଆଉ ଏହି ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ପାଳିତ ହୋଇଛି ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ । ସୂଚନାନୁସାରେ ପ୍ରତି ବର୍ଷ ସେପ୍ଟେମ୍ବର 4 ତାରିଖ ତଥା ମାସର ପ୍ରଥମ ଶନିବାର ଦିନ ଏହି ଦିବସ ପାଳନ ହୋଇଥାଏ । ତେବେ ସାରା ଦେଶରେ ଶାଗୁଣାର ବଂଶ ଦିନକୁ ଦିନ ବିଲୁପ୍ତ ହେବାକୁ ବସିଲାଣି । ଯାହା ଫଳରେ କି ପରିବେଶ ବିତଙ୍କ ପାଇଁ ଚିନ୍ତାର ବିଷୟ ପାଳଟିଛି । ଅନେକ ସମୟରେ ଶାଗୁଣାମାନେ ଆମ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ଏବେ ଏମାନଙ୍କର ବଂଶ ଲୋପ ପାଇବାକୁ ବସିଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଇଛି ।

ଆଜି ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ, ବଂଶ ବୃଦ୍ଧି ନେଇ କର୍ତ୍ତୁପକ୍ଷଙ୍କ ପ୍ରୟାସ ଜାରି

ଆଉ ଏହି ଅବସରରେ ନନ୍ଦନକାନନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ଚିତ୍ରାଙ୍କନ, ଗଳ୍ପ, ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ସଚେତନତାର ବାର୍ତ୍ତା ଦିଆଯାଇଛି । ତେବେ ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ 4ଟି ପ୍ରଜାତିର 18ଟି ଶାଗୁଣା ବାସ କରୁଛନ୍ତି । ଏବେ ଏମାନଙ୍କର ସଂଖ୍ୟା ଧିରେ ଧିରେ କମିବାକୁ ବସିଲାଣି । ଆଉ ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ପ୍ରଜନନ କେନ୍ଦ୍ର ସ୍ଥାପନ କରାଯାଇଛି । 2018-19 ମସିହାରେ ଗ୍ବାଲିୟର ଚିଡ଼ିଆଖାନାରୁ 12ଟି ଶାଗୁଣା ଅଣାଯାଇଥିଲା ।

ସେବେଠାରୁ କିପରି ସେମାନଙ୍କୁ ସଫଳ ପ୍ରଜନନ କରାଇ ଶାଗୁଣା ବଂଶ ବୃଦ୍ଧି କରାଯାଇ ପାରିବ ସେନେଇ ପ୍ରଜନନ କେନ୍ଦ୍ରରେ ପ୍ରୟାସ ଜାରି ରହିଛି । ତେବେ ଏହାକୁ 3 ବର୍ଷ ବିତି ଯାଇଥିଲେ ମଧ୍ୟ ଏହା ସଫଳ ହୋଇପାରୁନାହିଁ । ସେଠାରେ ଥିବା ଶାଗୁଣାମାନେ ଅଣ୍ଡା ଦେଉଛନ୍ତି ସତ କିନ୍ତୁ ସଫଳ ଭାବରେ ଛୁଆ ହୋଇପାରୁ ନାହାନ୍ତି ।

ଏନେଇ ଚିନ୍ତାରେ ରହିଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । ଶାଗୁଣାଙ୍କ ସଫଳ ପ୍ରଜନନ କରାଇବାକୁ ବାହାର ଦେଶରୁ ବିଶେଷଜ୍ଞ ଅଣାଯାଇ କିଭଳି ଭାବରେ ପ୍ରଜନନ ବୃଦ୍ଧି କରାଯିବ ସେ ନେଇ ପ୍ରୟାସ ଜାରି ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.