ETV Bharat / city

ଅପରାହ୍ନ 4ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ, 5 ବରିଷ୍ଠ IASଙ୍କୁ ‘ୟାସ’ ଦାୟିତ୍ବ - ବାତ୍ୟା ୟାସ୍‌

ଆଜି ଅପରାହ୍ନ 4ଟାରୁ ବାତ୍ୟାକୁ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5 ବରିଷ୍ଠ ଆଇଏଏସଙ୍କୁ ବାତ୍ୟା ମୁକାବିଲା ଦାୟିତ୍ବ । ଅଧିକ ପଢନ୍ତୁ...

ଅପରାହ୍ନ 4ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

author img

By

Published : May 24, 2021, 11:38 AM IST

Updated : May 24, 2021, 11:50 AM IST

ଭୁବନେଶ୍ବର: ମହାମାରୀ ମୁକାବିଲା ଭିତରେ ଆଉ ଏକ ସାମୁଦ୍ରିକ ବାତ୍ୟା ୟାସ୍‌କୁ ସାମ୍ନା କରିବାକୁ ଯାଉଛି ରାଜ୍ୟ । ଭୀଷଣ ରୂପ ନେଉଥିବା ଏହି ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ସମ୍ମୁଖକୁ ଆସିବେ ରାଜ୍ୟର ବଡ଼ ନେତା । ଆଜି(ସୋମବାର) ଅପରାହ୍ନ 4 ଟାରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାତ୍ୟା ମୁକାବିଲା ନେଇ ସରକାର, ରାଜ୍ୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବସୁଛି ଘନଘନ ବୈଠକ । ମହାମାରୀ ଭିତରେ ବାତ୍ୟା ମୁକାବିଲା ନେଇ ନିଆଯାଉଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବାତ୍ୟା ମୁକାବିଲା ନେଇ 5 ବରିଷ୍ଠ ସଚିବଙ୍କୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ପାଇଁ ଶାଶ୍ବତ ମିଶ୍ର, ଭିଭି ଯାଦବ ଭଦ୍ରକ, ବିଶାଳ ଦେବ ବାଲେଶ୍ବର ଓ ସୁରେଶ ବୈଶିଷ୍ଟ୍ୟଙ୍କୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ବାତ୍ୟା ପ୍ରସ୍ତୁତି, ମୁକାବିଲା ଓ ବାତ୍ୟା ପରବର୍ତ୍ତୀ ସମୟରେ ରିଲିଫ କାର୍ଯ୍ୟ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା । ସୋମବାର ସକାଳେ ଏହା ସାମୁଦ୍ରିକ ଝଡର ରୂପ ନେଇସାରିଛି । ଆସନ୍ତା 26 ତାରିଖରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିବ ସହିତ ଜଗତସିଂହପୁର ପାରାଦ୍ବୀପ ବନ୍ଦର କିମ୍ବା ପଶ୍ଚିମବଙ୍ଗର ସାଗରଦ୍ବୀପ ନିକଟରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଯାଇଛି । ସ୍ଥଳଭାଗ ଛୁଇଁବା ବେଳକୁ ପବନର ଘଣ୍ଟାପ୍ରତି ବେଗ 165 କିଲୋମିଟର ରହିବାକୁ ଥିବା ବେଳେ ସର୍ବାଧିକ ବେଗ 185 କିଲୋମିଟର ରହିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 24, 2021, 11:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.