ETV Bharat / city

ଆଜିଠୁ ପ୍ରଚାର ମଙ୍ଗ ଧରିବେ ନବୀନ, ପ୍ରସ୍ତୁତ ତିର୍ତ୍ତୋଲ - Tirtol By Election

ଆଜି ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର କରିବେ ନବୀନ । ଅଧିକ ପଢନ୍ତୁ...

ଆଜିଠୁ ନବୀନ ଧରିବେ ପ୍ରଚାର ମଙ୍ଗ, ପ୍ରସ୍ତୁତ ତିର୍ତ୍ତୋଲ

author img

By

Published : Oct 28, 2020, 10:45 AM IST

ଭୁବନେଶ୍ବର: ଆଜିଠୁ ଜମିବ ଉପନିର୍ବାଚନ ପାଇଁ ପ୍ରଚାର ଲଢେଇ। ବିଜେଡିର ପ୍ରଚାର ମଙ୍ଗ ଧରିବେ ଦଳ ମୁଖିଆ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଡିଜିଟାଲ ପ୍ରଚାର କରିବେ ସୁପ୍ରିମୋ ।

ତିର୍ତ୍ତୋଲରେ ଡିଜିଟାଲ ସମାବେଶ କରିବେ ନବୀନ। ସନ୍ଧ୍ୟା 5ଟାରେ ଭର୍ଚୁଆଲ ରାଲିରେ ପ୍ରଚାର କରିବେ ନବୀନ। ସେଥିପାଇଁ ସବୁ ବ୍ଲକରେ 2ଟି ଲେଖାଏଁ ଷ୍ଟେଜ୍ କରାଯାଇଛି। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଥିବା ତିର୍ତ୍ତୋଲ, ବିରିଡି ଓ ରଘୁନାଥପୁର ବ୍ଲକରେ 2ଟି ଲେଖାଏଁ ଷ୍ଟେଜର ଆୟୋଜନ ହୋଇଛି । ଏହା ସହିତ ଲୋକମାନେ କିପରି ଫୋନରେ ଯୋଡି ହେବେ ସେଥିପାଇଁ ବିଜେଡି ପକ୍ଷରୁ ବ୍ୟବସ୍ଥା କରାଯାଇଛି।ସବୁ ସୋସିଆଲ ମିଡିଆକୁ ଦଳ ବ୍ୟବହାର କରିବ। ସବୁଥିରେ ସିଧାପ୍ରସାରଣ କରାଯିବ।

ଏପରି କରି ଦଳ ଲୋକଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରିଛି। ସେହିପରି ଆସନ୍ତାକାଲି ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ମଧ୍ୟ ଦଳ ସମାନ ରଣନୀତି ଆପଣାଇବ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ହିଁ ଭର୍ଚୁଆଲ ରାଲି କରି ଲୋକଙ୍କୁ ସମ୍ବୋଧିତ କରିବେ । ସୂଚନାଥାଉକି, ଦୁଇଟି ଆସନ ପାଇଁ ନଭେମ୍ବର 3 ତାରିଖରେ ଭୋଟ ଗ୍ରହଣ ହେବ । ନଭେମ୍ବର 10 ତାରିଖରେ ଗଣତି କରାଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.