ETV Bharat / city

ରେଳ ବଜେଟ 2020: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସମୀର ମହାନ୍ତି

2020-21 ଆର୍ଥିକ ବର୍ଷର ରେଳ ବଜେଟ ଆଗତ ହେବା ପରେ ଓଡିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

today-central-government-declared-2020-21-rail-budget-bjp-state-president-samir-mohanty-saying-thank-you-pm-modi-for-odisha-peoples
ରେଳ ବଜେଟ 2020: ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଲେ ସମୀର
author img

By

Published : Feb 5, 2020, 9:59 PM IST

ଭୁବନେଶ୍ବର: କେନ୍ଦ୍ରୀୟ ରେଳ ବଜେଟ ୨୦୨୦-୨୧ ଆଗତ ହେବା ପରେ ଓଡିଶାକୁ ୪୩୭୩ କୋଟି ଟଙ୍କାର ଅନୁଦାନ ମିଳିଛି । ଆଗାମୀ ଦିନରେ ନୀତି ଆୟୋଗର ଅନୁମୋଦନ ପରେ ସମ୍ବଲପୁର–ଗୋପାଳପୁର ନୂଆ ରେଳ ଲାଇନ ପାଇଁ ଆହୁରି ଅଧିକ ୨୯୫୭ କୋଟି ଟଙ୍କା ଓଡିଶାକୁ ମିଳିବ । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ ଗୁରୁତ୍ବ ଦିଆଯାଇଛି ।

ପୂର୍ବରୁ କଂଗ୍ରେସ ନେତୃତ୍ବାଧିନ ୟୁପିଏ ସରକାର ସମୟରେ ରେଳ ବଜେଟରେ ଓଡିଶାକୁ ୧୦୦୦ କୋଟିରୁ ଅଧିକ ଅର୍ଥ ମିଳିନଥିଲା। କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପର ଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୨୯,୧୨୧ କୋଟି ଟଙ୍କାର ଅନୁଦାନ ମିଳିଥିବାରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରେଳ ବଜେଟ 2020: ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଲେ ସମୀର

ଏନେଇ ବିଜେପି ରାଜ୍ଯ ଶାଖା ସଭାପତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସମୀକ୍ଷା ହୋଇଥିବା ଖୋର୍ଦ୍ଧା–ବଲାଙ୍ଗୀର ରେଳପଥ ପାଇଁ ଗତ ବର୍ଷ ୩୫୦ କୋଟି ମିଳିଥିବାବେଳେ ଚଳିତ ବଜେଟରେ ୫୨୦ କୋଟି ଅନୁଦାନ ମିଳିଛି । ଅନୁଗୁଳ–ସୁକିନ୍ଦା ରେଳ ପ୍ରକଳ୍ପରେ ଗତବର୍ଷ ୨୫୦ କୋଟି ମିଳିଥିବାବେଳେ ଏଥର ୪୫୦ କୋଟି ମିଳିଛି । ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳ ପଥ ଆସନ୍ତା ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ ହେବ । ଏଥିପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ମିଳିଛି ।

ରାଜ୍ୟରେ ରେଳ ଲାଇନ ଦୋହରୀକରଣ ପାଇଁ ସର୍ବମୋଟ ୧୨୦୦ କୋଟି ଦିଆଯାଇଛି। ଏହି ଅର୍ଥରେ ସମ୍ବଲପୁର–ତାଳଚେର, ସମ୍ବଲପୁର–ଟିଟିଲାଗଡ, ଟିଟିଲାଗଡ–ରାୟଗଡା, ଟିଟିଲାଗଡ–ରାୟପୁର ରେଳ ଲାଇନର ଦୋହରିକରଣ କରାଯିବ। ସମ୍ବଲପୁର ଠାରେ ୱାଗନ ୱାର୍କସପ ପାଇଁ ୨୦ କୋଟି ଟଙ୍କାର ଅନୁଦାନ ମିଳିଛି । ବ୍ରିଜ ତଳେ ଏବଂ ଉପରେ ରେଳ ଲାଇନ ପାଇଁ ୧୧୬୫ କୋଟି ଅନୁଦାନ ଦିଆଯାଇଛି।

ଆଗାମୀ ଦିନରେ ନିତିଆୟୋଗ ଅନୁଦାନ ପରେ ସମ୍ବଲପୁର–ଗୋପାଳପୁର ନୂଆ ଲାଇନ ପାଇଁ ୨୯୫୭ କୋଟି ଟଙ୍କା ଅନୁଦାନ ମିଳିବ । ଚଳିତ ରେଳ ବଜେଟରେ ଓଡିଶାକୁ ରେକର୍ଡ ପରିମାଣର ଅର୍ଥ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡିଶାବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ବିଜେପି ମଙ୍ଗୁଆଳ।

  • ଖୋର୍ଦ୍ଧା–ବଲାଙ୍ଗୀର ରେଳପଥକୁ ଚଳିତ ବଜେଟରେ ମିଳିଛି ୫୨୦ କୋଟି
  • ଅନୁଗୁଳ–ସୁକିନ୍ଦା ପାଇଁ ମିଳିଛି ୪୫୦ କୋଟି
  • ହରିଦାସପୁର-ପାରାଦୀପ ରେଳପଥ ଆସନ୍ତା ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ ହେବ
  • ରେଳ ଲାଇନ ଦୋହରିକରଣ ପାଇଁ ସର୍ବମୋଟ ୧୨୦୦ କୋଟି ଅନୁଦାନ
  • ସମ୍ବଲପୁରଠାରେ ୱାଗନ ୱାର୍କସପ ପାଇଁ ୨୦ କୋଟି ଟଙ୍କାର ଅନୁଦାନ
  • ବ୍ରିଜ ତଳେ ଏବଂ ଉପରେ ରେଳ ଲାଇନ ପାଇଁ ୧୧୬୫ କୋଟି ଅନୁଦାନ
  • ନୀତିଆୟୋଗ ଅନୁମୋଦନ ପରେ ସମ୍ବଲପୁର–ଗୋପାଳପୁର ନୂଆ ଲାଇନ ପାଇଁ ଆହୁରି ଅଧିକ ୨୯୫୭ କୋଟି ଟଙ୍କାର ଅନୁଦାନ ମିଳିବ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:
 ମୋଦି ସରକାରରେ ବର୍ତମାନ ସୁଦ୍ଧା ରେଳ ବଜେଟରେ ଓଡିଶା ପାଇଛି ୨୯୧୨୧ କୋଟି ଟଙ୍କା, ଆଉ ପାଇବ
୨୯୫୭ କୋଟି ଟଙ୍କା
 ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ଚଳିତ ବଜେଟରେ ମିଳିଛି ୫୨୦ କୋଟି
 ଅନୁଗୁଳ – ସୁକିନ୍ଦା ପାଇଁ ମିଳିଛି ୪୫୦ କୋଟି
 ହରିଦାସପୁର - ପାରାଦୀପ ରେଳ ପଥ ଆସନ୍ତା ୨୦୨୧ ମାର୍ଚ ସୁଦ୍ଧା ଶେଷ ହେବ
 ରେଳ ଲାଇନ ଦୋହରିକରଣ ପାଇଁ ସର୍ବମୋଟ ୧୨୦୦ କୋଟି ଅନୁଦାନ
 ସମ୍ବଲପୁରଠାରେ ୱାଗନ ୱାର୍କସପ ପାଇଁ ୨୦ କୋଟି ଟଙ୍କାର ଅନୁଦାନ
 ବ୍ରିଜ ତଳେ ଏବଂ ଉପରେ ରେଳ ଲାଇନ ପାଇଁ ୧୧୬୫ କୋଟି ଅନୁଦାନ
 ନିତିଆୟୋଗ ଅନୁମୋଦନ ପରେ ସମ୍ବଲପୁର – ଗୋପାଳପୁର ନୂଆ ଲାଇନ ପାଇଁ ଆହୁରି ଅଧିକ ୨୯୫୭ କୋଟି
ଟଙ୍କାର ଅନୁଦାନ ମିଳିବ
ଭୁବନେଶ୍ୱର,୦୫/୦୨:କେନ୍ଦ୍ରୀୟ ରେଳ ବଜେଟ ୨୦୨୦-୨୧ ଆର୍ଥୀକ ବର୍ଷ ପାଇଁ ଓଡିଶାକୁ ୪୩୭୩ କୋଟି ଟଙ୍କାର ଅନୁଦାନ
ମିଳିଛି । ଆଗାମୀ ଦିନରେ ନୀତି ଆୟୋଗର ଅନୁମୋଦନ ପରେ ସମ୍ବଲପୁର – ଗୋପାଳପୁର ନୂଆ ରେଳ ଲାଇନ ପାଇଁ ଆହୁରି ଅଧିକ
୨୯୫୭ କୋଟି ଟଙ୍କା ଓଡିଶାକୁ ମିଳିବ । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ
ଅଧିକରୁ ଅଧିକ ଅର୍ଥ ମିଳିଛି । ପୁର୍ବରୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ରେଳ ବଜେଟରେ ଓଡିଶାକୁ କେବେବି ୧୦୦୦
କୋଟିରୁ ଅଧିକ ଅର୍ଥ ମିଳିନଥିଲା । ମୋଦି ସରକାର ସମୟରେ ବର୍ତମାନ ସୁଦ୍ଧା ଓଡିଶାକୁ ରେକର୍ଡ ପରିମାଣ ୨୯,୧୨୧ କୋଟି ଟଙ୍କାର
ଅନୁଦାନ ମିଳିଥିବାରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମୀକ୍ଷା ହୋଇଥିବା ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ପାଇଁ ଗତ ବର୍ଷ ୩୫୦ କୋଟି
ମିଳିଥିବାବେଳେ ଚଳିତ ବଜେଟରେ ୫୨୦ କୋଟି ଅନୁଦାନ ମିଳିଛି । ଅନୁଗୁଳ – ସୁକିନ୍ଦା ରେଳ ପ୍ରକଳ୍ପରେ ଗତବର୍ଷ ୨୫୦ କୋଟି
ମିଳିଥିବାବେଳେ ଏଥର ୪୫୦ କୋଟି ମିଳିଛି । ବହୁପ୍ରତିକ୍ଷିତ ହରିଦାସପୁର - ପାରାଦୀପ ରେଳ ପଥ ଆସନ୍ତା ୨୦୨୧ ମାର୍ଚ ସୁଦ୍ଧା ଶେଷ ହେବ
ା ଏଥିପାଇଁ ୧୦୦ କୋଟି ଟଙ୍କା ଅନୁଦାନ ମିଳିଛି । ରାଜ୍ୟରେ ରେଳ ଲାଇନ ଦୋହରିକରଣ ପାଇଁ ସର୍ବମୋଟ ୧୨୦୦ କୋଟି ଅନୁଦାନ ମିଳିଛି
ା ସମ୍ବଲପୁର – ତାଳଚେର, ସମ୍ବଲପୁର – ଟିଟିଲାଗଡ, ଟିଟିଲାଗଡ – ରାୟଗଡା, ଟିଟିଲାଗଡ – ରାୟପୁର ରେଳ ଲାଇନର ଦୋହରିକରଣ
କରାଯିବ । ସମ୍ବଲପୁର ଠାରେ ୱାଗନ ୱାର୍କସପ ପାଇଁ ୨୦ କୋଟି ଟଙ୍କାର ଅନୁଦାନ ମିଳିଛି । ବ୍ରିଜ ତଳେ ଏବଂ ଉପରେ ରେଳ ଲାଇନ ପାଇଁ
୧୧୬୫ କୋଟି ଅନୁଦାନ ମିଳିଛି ।
ଆଗାମୀ ଦିନରେ ନିତିଆୟୋଗ ଅନୁଦାନ ପରେ ସମ୍ବଲପୁର – ଗୋପାଳପୁର ନୂଆ ଲାଇନ ପାଇଁ ୨୯୫୭ କୋଟି ଟଙ୍କା ଅନୁଦାନ
ମିଳିବ । ଚଳିତ ରେଳ ବଜେଟରେ ଓଡିଶାକୁ ରେକର୍ଡ ପରିମାଣର ଅର୍ଥ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡିଶାବାସୀଙ୍କ
ତରଫରୁ ଧନ୍ୟବାଦ ଦିଆଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।Body:ବୈତ ସମୀର ମହାନ୍ତି, ବିଜେପି ରାଜ୍ୟ ସଭାପତିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.