ETV Bharat / city

ଗତ 24 ଘଣ୍ଟାରେ ଆଉ 7 ଜୀବନ ନେଲା କୋରୋନା - corona

ପୁଣି କୋରୋନାରେ 7 ଜଣ ଆଖି ବୁଜିଛନ୍ତି । ସ୍ବାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା 1,778ରେ ପହଞ୍ଚିଛି । ଅଧିକ ପଢନ୍ତୁ...

କୋରୋନା ଜନିତ ମୃତ୍ୟୁ
କୋରୋନା ଜନିତ ମୃତ୍ୟୁ
author img

By

Published : Dec 7, 2020, 12:28 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇବା ସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ କମୁଛି । ପୁଣି ଦିନକରେ 7 ଜଣ ଆଖି ବୁଜିଛନ୍ତି ।ସ୍ବାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା 1,778ରେ ପହଞ୍ଚିଛି ।

ତେବେ ଆଜି ମୃତ୍ୟୁବରଣ କରିଥିବା 7ଜଣଙ୍କ ମଧ୍ୟରେ ବାଲେଶ୍ବରରୁ ଜଣେ, କଟକର 3 ଜଣ, ଜଗତସିଂହପୁରର ଜଣେ, ପୁରୀରେ ଜଣେ, ଏବଂ ସୁନ୍ଦରଗଡର ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏମାନେ ସମସ୍ତଙ୍କର ମଧୁମେହ, ଉଚ୍ଚରକ୍ତଚାପ ଓ କିଡନୀ ଜନିତ ରୋଗରେ ପୀଡିତ ଥିବା ଜଣାପଡିଛି । କୋରୋନାରେ ଆଖି ବୁଜିଥିବା ଏସମସ୍ତ ଆକ୍ରାନ୍ତ ପୁରୁଷ ଥିବାବେଳେ ଆଜି କେହି ମହିଳା ମୃତ୍ୟୁବରଣ କରିନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.