ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ 46 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁରୁପ ଭାବେ 68 ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାର ପାର କରିଛି। ସେହିପରି ମୃତ୍ୟୁ ସଂଖ୍ୟା 202 ରେ ପହଞ୍ଚିଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ 10 ଜଣ ଗୃହ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ 36 ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି ।
ହୋମ କ୍ଵାରେଣ୍ଟାଇନରେ ଥିବା 10 ଜଣଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁର, ଆଇ ଆର ସି ଭିଲେଜ, କଳିଙ୍ଗ ନଗର, ନୟାପଲି, ନୀଳାଦ୍ରି ବିହାର, ପଟିଆ, ପାତ୍ରପଡା, ତାଙ୍କପାଣି ରୋଡ଼ ଓ ୟୁନିଟ 6 ରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ଏପଟେ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ 3 ଜଣ ବରମୁଣ୍ଡା, 4 ଜଣ ନୟାପଲି, 4 ଜଣ ରସୁଲଗଡ଼, 2 ଜଣ ପଟିଆ, 3 ଜଣ ଝାରପଡ଼ା, 2 ଜଣ ଚନ୍ଦ୍ରଶେଖରପୁର, 2 ଜଣ ଓଲଡ଼ ଟାଉନ, 2 ଜଣ ଆଇ.ଆରସି ଭିଲେଜରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଭୁବନେଶ୍ବରରେ ମୋଟ ଆକ୍ରାନ୍ତ 30 ହଜାର 418 ଜଣ ଚିହ୍ନଟ ହୋଇଥିବା ବେଳେ 29 ହଜାର 603 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।
ସେହିପରି ବର୍ତ୍ତମାନ ସୁଦ୍ଧା 592 ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସେହିପରି ରାଜଧାନୀରେ ମୋଟ 202 ଜଣ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ