ଭୁବନେଶ୍ବର: ଆଜି ୟୁଏଇରୁ 215 ଜଣ ପ୍ରବାସୀ ଓଡିଶା ଅଭିମୁଖେ ଉଡାଣ ଭରିବେ । ଅପରାହ୍ନ 4.35ରେ ୟୁଏଇରୁ ବାହାରି ରାତି 10ଟା 15ରେ ଭୁବନେଶ୍ବରରେ ପହଞ୍ଚିବେ । ଏୟାର ଆରବିୟାର ଫ୍ଲାଇଟ ନମ୍ବର G9645ରେ ଏମାନେ ଓଡିଶା ଅଭିମୁଖେ ଯାତ୍ରା କରିବେ ।
ତେବେ ସବୁଠାରୁ ବଡକଥା ହେଉଛି ଏହି ବିମାନକୁ ଜଣେ ଓଡିଆ ଝିଅ ଉଡାଇବେ । ଓଡିଆ ଝିଅ କ୍ୟାପଟେନ ମଧୁ ଏହାକୁ ଉଡାଇବେ ବୋଲି ସୂଚନା ମିଳିଛି । ୟୁଏଇର ସରଜାହ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏହି ବିମାନ ଉଡାଣ କରି ଭୁବନେଶ୍ବରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବ ।
ସୂଚନାଥାଉକି, ପୂର୍ବରୁ ବନ୍ଦେ ଭାରତ ମିଶନରେ ଅନେକ ଓଡିଆ ବିଦେଶରୁ ଆସିସାରିଛନ୍ତି ।