ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ଆଜି ରାଜ୍ୟରେ 17 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ସେଥିମଧ୍ୟରୁ ଅନୁଗୁଳରୁ ଜଣେ 41 ବର୍ଷିୟ ପୁରୁଷ ହୋଇଥିବା ବେଳେ ବଲାଙ୍ଗୀରରୁ ଜଣେ 60 ବର୍ଷିୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି ।
ସେହିପରି ପୁରୀରୁ ଜଣେ 55 ବର୍ଷିୟ ପୁରୁଷ, ରାୟଗଡାରୁ ଜଣେ 48ବର୍ଷିୟ ମହିଳା, 2 ଜଣ 55 ଓ 62 ବର୍ଷିୟ ପୁରୁଷ, ଭୁବନେଶ୍ବରରୁ 2ଜଣ 80 ଓ 40 ବର୍ଷିୟ ମହିଳା, ଢେଙ୍କାନାଳରୁ ଜଣେ 40 ବର୍ଷିୟ ମହିଳା, ଖୋର୍ଦ୍ଧାରୁ ଜଣେ 42 ବର୍ଷିୟ ମହିଳା, କଳାହାଣ୍ଡିରୁ ଜଣେ 42 ବର୍ଷିୟ ମହିଳା, 2 ଜଣ 35 ଓ 47 ବର୍ଷିୟ ପୁରୁଷ, ପୁରୀରୁ ଜଣେ 57 ବର୍ଷିୟ ପୁରୁଷ, ସୁନ୍ଦରଗଡରୁ 2ଜଣ 63 ଓ 48 ବର୍ଷିୟ ପୁରୁଷ ଓ 56 ବର୍ଷିୟ ମହିଳାଙ୍କର ମୃତ୍ୟୁ ହୋଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ