ETV Bharat / city

ଫେରିଯିବ ବାଘୁଣୀ ସୁନ୍ଦରୀ, ଅଧାରେ ରହିଲା ବ୍ୟାଘ୍ର ପ୍ରକଳ୍ପର ପରିକଳ୍ପନା - ବାଘୁଣୀ ସୁନ୍ଦରୀ

କଣ ହେବ ବାଘୁଣୀ ସୁନ୍ଦରୀର ଭାଗ୍ୟ ଭବିଷ୍ୟତ ? କଣ ହେବ ଓଡ଼ିଶାର ବାଘ୍ର୍ୟ ପ୍ରକଳ୍ପର ପରିକଳ୍ପନା ? ଏବେ ସବୁ ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ମଧ୍ୟପ୍ରଦେଶର ବାନ୍ଧବଗଡରୁ ଆସିଥିବା ବାଘୁଣୀ ଏବେ ଫେରିଯିବ । ଅଧିକ ଖବର ପଢନ୍ତୁ...

ଫେରିଯିବ ବାଘୁଣୀ ସୁନ୍ଦରୀ; ଅଧାରେ ରହିଲା ବ୍ୟାଘ୍ର ପ୍ରକଳ୍ପର ପରିକଳ୍ପନା

author img

By

Published : Aug 6, 2020, 10:40 PM IST

ଭୁବନେଶ୍ବର: କଣ ହେବ ବାଘୁଣୀ ସୁନ୍ଦରୀର ଭାଗ୍ୟ ଭବିଷ୍ୟତ ? କଣ ହେବ ଓଡ଼ିଶାର ବାଘ୍ର୍ୟ ପ୍ରକଳ୍ପର ପରିକଳ୍ପନା ? ଏବେ ସବୁ ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ମଧ୍ୟପ୍ରଦେଶର ବାନ୍ଧବଗଡରୁ ଆସିଥିବା ବାଘୁଣୀ ଏବେ ଫେରିଯିବ । କିନ୍ତୁ ମଧ୍ୟପ୍ରଦେଶ ଯାଇପାରୁନି ସୁନ୍ଦରୀ । ଏନକ୍ଲୋଜର ଭିତରେ ବନ୍ଦୀ ଜୀବନ ବିତାଉଥିବା ସୁନ୍ଦରୀ ଓଡିଶା ଆସିବାର 2 ବର୍ଷ ହେବ। ଏ ନେଇ ପିସିସିଏଫ କହିଛନ୍ତି ଏକ ମାସ ଭିତରେ ମଧ୍ୟପ୍ରଦେଶରୁ ବିଶେଷଜ୍ଞ ଟିମ ଆସି ଆଲୋଚନା କରିବା ସହ ସୁନ୍ଦରୀକୁ ଛାଡ଼ିଦେବୁ।

ଫେରିଯିବ ବାଘୁଣୀ ସୁନ୍ଦରୀ; ଅଧାରେ ରହିଲା ବ୍ୟାଘ୍ର ପ୍ରକଳ୍ପର ପରିକଳ୍ପନା

ବିଶେଷଜ୍ଞ କହିଛନ୍ତି ସୁନ୍ଦରୀର ଭାଗ୍ୟ ଭବିଷ୍ୟତ ଆଗକୁ ଭଲ ନାହିଁ। ନ୍ୟାସନାଲ ଟାଇଗର କଞ୍ଜରଭେସନ ଅଥୋରିଟି ଅନୁମତି ଦେବାପରେ ସୁନ୍ଦରୀ ଫେରିବା ନେଇ କେଉଁଠି ରହିଛି ପ୍ରତିବନ୍ଧକ ? ସୁନ୍ଦରୀକୁ ନେଇ ଏଭଳି ପ୍ରଶ୍ନ ଉଠିବା ପରେ ନିଜ ଆଡୁ ସଫେଇ ଦେଇଛନ୍ତି ପିସିସିଏଫ। କହିଛନ୍ତି ମାସେ ଭିତରେ ମଧ୍ୟପ୍ରଦେଶ-ଓଡିଶା ବନ୍ୟପ୍ରାଣୀ ବିଭାଗ ଭିତରେ ଆଲୋଚନା ହେଇ ସୁନ୍ଦରୀକୁ ଛାଡିଦିଆଯିବ।

ସୁନ୍ଦରୀକୁ ନେଇ ବିଶେଷଜ୍ଞ ରଖିଛନ୍ତି ଭିନ୍ନ ମତ। ସୁନ୍ଦରୀ ଆସିବାର 2 ବର୍ଷ ହୋଇଗଲା। ତା ସହ ମିଳାମିଶା ପାଇଁ କାହ୍ନାରୁ ଆସିଥିବା ମହାବୀର ଫାଶରେ ପଡି ମରିବା ପରେ ବଂଶ ବୃଦ୍ଧି ପାଇଁ ସ୍ବପ୍ନ ଦେଖୁଥିବା ବନ୍ୟପ୍ରାଣୀ ବିଭାଗ ନିରାଶ ହେଲା। ସୁନ୍ଦରୀ ମଣିଷ ମାରିବା ପରେ ଏବେ ଏନକ୍ଲୋଜର ଭିତରେ ରହୁଥିବାରୁ ସାଧାରଣ ଭାବେ ଜୀବନ ଯାପନ କରୁଛି ।

ତେଣୁ ତାକୁ ପୁନଃ ବଣୁଆ ବା Re wilding କରାନଗଲେ ତା ସ୍ବଭାବରେ ପରିବର୍ତ୍ତନ ଆସିବନି। ଓଡ଼ିଶାରେ ସେଭଳି ବ୍ୟବସ୍ଥା ନଥିବାରୁ ମଧ୍ୟପ୍ରଦେଶର କାହ୍ନା ହିଁ ଏକମାତ୍ର ସ୍ଥାନ ଯେଉଁଠି ସୁନ୍ଦରୀକୁ ଟ୍ରେଣ୍ଡ କରାଯିବା ପରେ ଜଙ୍ଗଲକୁ ଛଡ଼ାଯିବ। ଯେହେତୁ ସୁନ୍ଦରୀକୁ 5 ବର୍ଷ ହୋଇଗଲାଣି ଏବେ ବି ସମୟ ଅଛି ନନ୍ଦନକାନନକୁ ଅଣାଯାଇ ଏହାର ବଂଶ ବୃଦ୍ଧି କରାଯାଇପାରିଥାନ୍ତା । ଏ ବାବଦରେ ଏନଟିସିଏକୁ ଅବଗତ ନକରି ବନ୍ୟପ୍ରାଣୀ ବିଭାଗ କାହିଁକି ଶୋଇଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ ? ସୂଚନା ଅନୁସାରେ ଓଡ଼ିଶାକୁ 3 ଯୋଡ଼ା ବାଘ ଆସି ସେମାନଙ୍କର ବଂଶ ବୃଦ୍ଧି କରିଥାନ୍ତେ। ମୋଟ 6 ଟି ବାଘ ପାଇଁ 25 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥାନ୍ତା । କିନ୍ତୁ ଏହା ସ୍ବପ୍ନରେ ହି ରହିଗଲା।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.