ETV Bharat / city

ଆସନ୍ତା 5 ଦିନ କାଳବୈଶାଖୀ ସମ୍ଭାବନା

author img

By

Published : Apr 8, 2021, 7:30 PM IST

ଆସନ୍ତା 5 ଦିନ ଧରି ଉପକୂଳବର୍ତ୍ତୀ ଓଡିଶାର କେତେକ ଜିଲ୍ଲାରେ କାଳବୈଶାଖୀ ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ଆସନ୍ତା 5 ଦିନ କାଳବୈଶାଖୀ ସମ୍ଭାବନା
ଆସନ୍ତା 5 ଦିନ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ତାପମାତ୍ରା କମିବା ସହ କାଳବୈଶାଖୀ ବର୍ଷା କିଛି କିଛି ଜିଲ୍ଲାରେ ଲାଗିରହିଛି । ପୁଣି ଆସନ୍ତା ୫ ଦିନ ଧରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆସନ୍ତା 5 ଦିନ କାଳବୈଶାଖୀ ସମ୍ଭାବନା
ଆସନ୍ତା ୨୪ ଘଣ୍ଟା ଶୁକ୍ରବାର ମଧ୍ୟରେ ମୟୂରଭଞ୍ଜ, ମାଲକାନଗିରି, ଯାଜପୁର, ଭଦ୍ରକ, ବାଲେଶ୍ୱର, କୋରାପୁଟ, କନ୍ଧମାଳ, ଗଞ୍ଜାମ, ଗଜପତି ଓ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସମୟରେ ଘଣ୍ଟାକୁ ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ କୁଆପଥର ହେବାର ସମ୍ଭାବନା ମଧ୍ୟ ରହିଛି । ଗତ ୨୪ ଘଣ୍ଟାରେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିଛି । ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୨.୦ ଡିଗ୍ରୀ, ଭବାନୀପାଟଣାରେ ୪୦.୨, ଝାରସୁଗୁଡାରେ ୪୦, ଟିଟିଲାଗଡ଼ରେ ୪୧.୫, ବଲାଙ୍ଗୀରରେ ୪୧.୩, ବୌଦ୍ଧରେ ୪୦.୮, ମାଲକାନଗିରିରେ ୪୦.୫, ତାଳଚେରରେ ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୩୬.୪ଡିଗ୍ରୀ ତାପମାତ୍ରା ରହିଥିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.