ETV Bharat / city

ଓଡିଶାରୁ ଚିହ୍ନଟ ହେଲା 3 ବ୍ରିଟେନ ଭ୍ୟାରିଏଣ୍ଟ

ଓଡିଶାରୁ ଚିହ୍ନଟ ହୋଇଛି କୋରୋନା ଭାଇରସର 3ଟି ବ୍ରିଟେନ ଭ୍ୟାରିଏଣ୍ଟ । ଦେଶରେ 18 ରାଜ୍ୟରୁ ଚିହ୍ନଟ ହୋଇଛି 771 କୋଭିଡ ଭ୍ୟାରିଏଣ୍ଟ । ଅଧିକ ପଢନ୍ତୁ...

author img

By

Published : Mar 24, 2021, 8:55 PM IST

ଓଡିଶାରୁ ଚିହ୍ନଟ ହେଲା 3 ବ୍ରିଟେନ ଭ୍ୟାରିଏଣ୍ଟ
ଓଡିଶାରୁ ଚିହ୍ନଟ ହେଲା 3 ବ୍ରିଟେନ ଭ୍ୟାରିଏଣ୍ଟ

ଭୁବନେଶ୍ବର: କାୟା ବିସ୍ତାର କରୁଛି ମହାମାରୀ କୋରୋନା । ବୃଦ୍ଧି ପାଉଛି ସଂକ୍ରମଣ ସଂଖ୍ୟା । ସମସ୍ତଙ୍କ ଚିନ୍ତା ବଢାଇଦେଇଛି କୋରୋନାର ଡବଲ ମ୍ୟୁଟେଣ୍ଟ ଭ୍ୟାରିଏଣ୍ଟ । ଏହାରି ମଧ୍ୟରେ ଓଡିଶାରୁ ଚିହ୍ନଟ ହୋଇଛି କୋରୋନା ଭାଇରସର 3ଟି ବ୍ରିଟେନ ଭ୍ୟାରିଏଣ୍ଟ ।

ସୂଚନା ଅନୁଯାୟୀ, ଦେଶରେ 18 ରାଜ୍ୟରୁ ଚିହ୍ନଟ ହୋଇଛି 771 କୋଭିଡ ଭ୍ୟାରିଏଣ୍ଟ । ଏଥିମଧ୍ୟରୁ ଓଡିଶାରୁ ସାମ୍ନାକୁ ଆସିଛି 3ଟି ୟୁକେ ଭ୍ୟାରିଏଣ୍ଟ ମାମଲା । ତେବେ ଓଡିଶା ସରକାର ସ୍ପଷ୍ଟ କରିଛନ୍ତି ଯେ ଗତ ବର୍ଷ ଡିସେମ୍ବରରେ ବ୍ରିଟେନରୁ ଫେରନ୍ତାଙ୍କ ପାଖରେ ମଧ୍ୟ ୟୁକେ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଥିଲା ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, କୋରୋନାର ନୂଆ ଭ୍ୟାରିଏଣ୍ଟ ପୁରୁଣା ମାମଲାରେ ଅନେକ ଗୁଣ ବିପଦଜନକ । ପ୍ରେସ ବିଜ୍ଞପ୍ତିରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ମୋଟ 10, 787 ପଜିଟିଭ ମାମଲାରେ ବର୍ତ୍ତମାନସୁଦ୍ଧା ମୋଟ 771 କୋଭିଡ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଏଥିରେ ୟୁକେ(ବି.1.1.7) ଭାଇରସର ମୋଟ 736 ନମୁନା ସାମିଲ ରହିଛି । ଦକ୍ଷିଣ ଆଫ୍ରିକୀୟ(B.1.351)ର ଭାଇରସ ପାଇଁ 34 ନମୁନା ପଜିଟିଭ ମିଳିଛି । ସେହିପରି ଗୋଟିଏ ନମୁନା ବ୍ରାଜିଲ(P.1) ଭ୍ୟାରିଏଣ୍ଟର ଚିହ୍ନଟ ହୋଇଛି । ଦେଶର 18 ରାଜ୍ୟରେ ଏହି VOCs ନମୁନା ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.