ETV Bharat / city

ପିପିଲି ଉପନିର୍ବାଚନ; ତିନି ଦଳର ପ୍ରସ୍ତୁତି ଆରମ୍ଭ

ଖୁବଶୀଘ୍ର ପିପିଲି ଉପନିର୍ବାଚନ ନେଇ ହେବ ତାରିଖ ଘୋଷଣା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପ୍ରର୍ଯ୍ୟାୟରେ ରହିଛି। ଏପଟେ ତିନି ପ୍ରମୁଖ ଦଳ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି ।

author img

By

Published : Feb 4, 2021, 8:01 PM IST

ପିପିଲି ଉପନିର୍ବାଚନ
ପିପିଲି ଉପନିର୍ବାଚନ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ନେଇ ଖୁବଶୀଘ୍ର ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପ୍ରର୍ଯ୍ୟାୟରେ ରହିଛି । ଏପଟେ ତିନି ପ୍ରମୁଖ ଦଳ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି ।

ପିପିଲି ଉପନିର୍ବାଚନ

ବିଜେଡି ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଥିବାବେଳେ ବିଜେପି ମଧ୍ୟ ପୁରୁଣା ପ୍ରାର୍ଥୀଙ୍କ ଉପରେ ଭରସା କରିବାକୁ ସଙ୍କେତ ଦେଇଛି । ସେପଟେ କଂଗ୍ରେସ ବି ପଛରେ ପଡିନି । ଚିରଞ୍ଜିବୀ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଗଠିତ ୭ ଜଣିଆ କମିଟି ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିଛନ୍ତି ।

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଓ ବିଜେପି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ହସ୍ତଗତ ହୋଇନି । ଗ୍ରାଉଣ୍ଡକୁ ଏକ ଟିମ ଯାଇଛନ୍ତି ଏବେ ମିଟିଂ ଚାଲିଛି କାହାକୁ ପ୍ରାର୍ଥୀ କରାଯିବ, ସେପଟେ ଚର୍ଚ୍ଚା ହେଉଛି । ଦଳ ଜିଲ୍ଲା ସଭାପତି ଅଜିତ ମଙ୍ଗରାଜ ,ମୁଖପାତ୍ର ନିଶିକାନ୍ତ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଓ ରଶ୍ମି ମହାପାତ୍ରଙ୍କ ମଧ୍ୟରୁ କାହାରି ଜଣଙ୍କୁ ପ୍ରାର୍ଥୀ କରିପାରେ ।

ସେପଟେ ବିଜେପି ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି ,ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ପିପିଲିରେ ଗତ ନିର୍ବାଚନରେ ଭଲ ଭୋଟ ପାଇଥିଲୁ ଆମେ ଏଥର ଜିତିବୁ ବୋଲି ସେ କହିଛନ୍ତି । ବିଗତ ଦିନରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ବିକ୍ରି ହୋଇଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ମୋଦି ସରକାରଙ୍କ କାମକୁ ନେଇ ଲୋକଙ୍କ ପାଖକୁ ଯିବୁ । ଆମେ ଗ୍ରାଉଣ୍ଡରେ କର୍ମୀ ଏବଂ ମଣ୍ଡଳ କର୍ମକର୍ତ୍ତାଙ୍କୁ ନେଇ ଦଳ ପ୍ରସ୍ତୁତି ଚଳାଇଛୁ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.