ETV Bharat / city

ରୁକୁଣା ରଥଯାତ୍ରା ପ୍ରସ୍ତୁତି ବୈଠକ: ଡାକିଲେ କମିଶନର, ଶୁଣିଲେନି ତିନି ନିଯୋଗ - ରୁକୁଣା ରଥ ପାଇଁ ପ୍ରସ୍ତୁତି ବୈଠକ

ଲିଙ୍ଗରାଜଙ୍କ ରୁକୁଣା ରଥ ପୁର୍ବରୁ ପ୍ରଶାସନକୁ ଶକ୍ତ ଚାପୁଡା ! ପ୍ରଶାସନର ଅସହଯୋଗକୁ ନେଇ ବୈଠକ ବର୍ଜନ କରିଛନ୍ତି ତିନି ନିଯୋଗ । ଅଧିକ ପଢନ୍ତୁ

ରୁକୁଣା ରଥ ପାଇଁ ପ୍ରସ୍ତୁତି ବୈଠକ, ଡାକିଲେ କମିଶନର ଶୁଣିଲେନି ତିନି ନିଯୋଗ

author img

By

Published : Apr 6, 2022, 10:33 PM IST

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପୁର୍ବରୁ ପ୍ରଶାସନକୁ ଶକ୍ତ ଚାପୁଡା ! ପ୍ରଶାସନର ଅସହଯୋଗକୁ ନେଇ ବୈଠକ ବର୍ଜନ କରିଛନ୍ତି ତିନି ନିଯୋଗ । ଲିଙ୍ଗରାଜଙ୍କ ସେବାରେ ଥିବା ବ୍ରାହ୍ମଣ ନିଯୋଗ, ସମର୍ଥା ନିଯୋଗ, ପୂଜା ପଣ୍ଡା ନିଯୋଗ ବିନା ଉପସ୍ଥିତିରେ ବୈଠକ ପ୍ରସ୍ତୁତି କରିଛି ପୋଲିସ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଡକାଯାଇଥିବା ବୈଠକକୁ ବୟକଟ କରିଛି ତିନି ନିଯୋଗ‌ । ଅର୍ଥାତ, ପୂର୍ବରୁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ଯୋଗ ଦେଇନଥିଲେ ଏବେ ପୋଲିସ କମିଶନରଙ୍କ ବୈଠକକୁ ବର୍ଜନ କରିଛନ୍ତି ।

ହେଲେ ଏହାରି ଭିତରେ ଭୁବନେଶ୍ବର ଡିସିପି, ଟ୍ରାଫିକ ଡିସିପି ସହ ବିଭିନ୍ନ ଓ୍ବାର୍ଡର କର୍ପୋରେଟରଙ୍କ ସହ ବିଦ୍ୟୁତ ବିଭାଗ, ବିଏମସି ଓ ରାସ୍ତା ନିର୍ମାଣ ଆଦି ବିଭାଗର କର୍ମଚାରୀଙ୍କୁ ନେଇ ବୈଠକ ଶେଷ ହୋଇଛି । ତେବେ ପ୍ରଶ୍ନ ଉଠିଛି ଶୃଙ୍ଖଳିତ ହେବ ତ ରଥଯାତ୍ରା ? କାରଣ, ବିନା ନିଯୋଗରେ କିପରି ‌ପ୍ରଶାସନ ଏକଚାଟିଆ ଶାସନ ଚଳାଇଛି ତା’କୁ ବିରୋଧ କରାଯାଇଛି ।

ତେବେ ବୈଠକ ଶେଷ ପରେ କମିଶନର କହିଛନ୍ତି, ରାସ୍ତାରେ ସମସ୍ୟା ଥିବା ଖାଲ ଖମା ମରାମତିଠୁ ଆରମ୍ଭ କରି, ରାସ୍ତାରେ ପଡିଥିବା ବିଦ୍ୟୁତ ତାର ଓ କେବୁଲ ତାର ହଟାଇ ସଠିକ ଭାବରେ ସଂଯୋଗିକରଣ, ରାସ୍ତାକୁ ଥିବା ଗଛର ଡାଳ ସହ କାଟିବା ବ୍ୟବସ୍ଥା ସହ ରାସ୍ତାରେ ଅତ୍ୟଧିକ ଖରାରୁ ବର୍ତ୍ତିବାକୁ ପାଣି ସିଞ୍ଚନ‌ ପାଇଁ ବ୍ୟବସ୍ଥା ହୋଇଛି । ଏହାସହ ପୋଲିସର ଟ୍ରାଫିକ ବ୍ୟବସ୍ଥାଠୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା, ରଥ ଟଣା ସମସ୍ତ ଦାୟିତ୍ବ‌ ନେବ ପୋଲିସ ।

ପାଖାପାଖି 17 ପ୍ଲାଟୁନ ଫୋର୍ସ ସହ 100 ଅଫିସରଙ୍କୁ ନିୟୋଜିତ କରାଯିବ ବୋଲି କହିଛନ୍ତି ଡିସିପି । ତେବେ କୋରୋନା ପାଇଁ 2020ରେ ବନ୍ଦ ରହିଥିଲା ଯାତ୍ରା, 2021ରେ ବିନା ଭକ୍ତରେ ହୋଇଥିଲା ଯାତ୍ରା । ଏଥର ଲୋକଙ୍କ ଉପସ୍ଥିତି ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ‌ରଖି ପୋଲିସ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ ପଡିଲେ ବଢାଯିବ ବୋଲି କହିଛନ୍ତି ।

ସେପଟେ ବ୍ରାହ୍ମଣ ନିଯୋଗ ସଭାପତି ବିରଞ୍ଚି ନାରାୟଣ ପତି କହିଛନ୍ତି, ଆମର ଅନେକ କଥା ଶୁଣୁନାହିଁ ପ୍ରଶାସନ । ତେଣୁ, ସେମାନେ ବୈଠକକୁ ବୟକଟ୍ କରିଛନ୍ତି । ଲିଙ୍ଗରାଜଙ୍କ ସେବାୟତ ହିସାବରେ କିପରି ସୁରୁଖୁରୁରେ ରଥ ଗଡିବ ଓ ନିତିକାନ୍ତି, ପହଣ୍ଡି ହେବା ସହ ଠାକୁରଙ୍କ ପାଇଁ କରିବୁ କିନ୍ତୁ, ପ୍ରଶାସନକୁ ଅସହଯୋଗ କରିବୁ । ତେବେ ବୈଠକରେ କେବଳ ବଡୁ ନିଯୋଗ ଯୋଗ ଦେଇଥିଲେ । ବାକି ବ୍ରହ୍ମଣ, ପୂଜାପଣ୍ଡା ଓ ସମର୍ଥା ନିଯୋଗ ଆଦି ଯେଉଁମାନେ କି ମୁଖ୍ୟ, ସେମାନେ ଏହି ବୈଠକରେ ଅନୁପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.