ETV Bharat / city

ନନ୍ଦନକାନନରେ ଛତିଶଗଡ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା, ୩ ଗିରଫ - ଛତିଶଗଡ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ

ନନ୍ଦନକାନନ ଠାରେ ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ଛତିଶଗଡ ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ, ତଦନ୍ତ ନିର୍ଦ୍ଦେଶ

author img

By

Published : May 23, 2022, 6:05 PM IST

Updated : May 23, 2022, 8:44 PM IST

ଭୁବନେଶ୍ବର: ରଣକ୍ଷେତ୍ର ପାଲଟିଲା ନନ୍ଦନକାନନ । ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ । ସଫାରୀ ବସ୍ କର୍ମଚାରୀ ଗୋଡାଇ ଗୋଡାଇ ପିଟୁଥିବାରୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ନନ୍ଦନକାନନରେ ସଫାରୀ ବସ୍ ଟିକେଟକୁ କେନ୍ଦ୍ର କରି ଏପରି ଆକ୍ରମଣ ହୋଇଛି । ଏଥିରେ ଛତିଶଗଡ଼ରୁ ଆସିଥିବା ତିନି ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ରେଞ୍ଜ ସିକ୍ୟୁରିଟି ଅଫିସରଙ୍କୁ ରିପୋର୍ଟ ତଲବ କରିଛନ୍ତି । ସ୍ଥାନୀୟ ସୁରକ୍ଷା କର୍ମୀ ଓ ସିସିଟିଭି ଫୁଟେଜ ଆଧାରରେ ରିପୋର୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଅଟକ ତିନି ଜଣଙ୍କୁ ଗିରଫ କରାଯାଇଛି ।

ଛତିଶଗଡ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ
ନନ୍ଦନକାନନରେ ଛତିଶଗଡ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା, ୩ ଗିରଫ

ନନ୍ଦନକାନନ ଓ ପୋଲିସର ତଦନ୍ତ ପରେ ଲାଇସେନ୍ସଧାରୀ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପର୍ଯ୍ୟଟକ ମାନେ ମଧ୍ୟ ଆଇନକୁ ହାତକୁ ନନେବା ପାଇଁ କୁହାଯାଇଛି । ଯଦି ଏପରି କୌଣସି ଘଟଣା ଘଟେ, ତେବେ ତୁରନ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବାକୁ କୁହାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି(ରବିବାର) ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଭିତରେ ଛତିଶଗଡ଼ର ୨୬ ଜଣ ପର୍ଯ୍ୟଟକ ସଫାରି ବସ୍ ଟିକେଟ୍ ଘର ପାଖ ଧାଡିରେ ଛିଡା ହୋଇଥିଲେ । ସେମାନଙ୍କ ପଛରେ ଧାଡିରେ ଛିଡ଼ା ହୋଇଥିବା ପର୍ଯ୍ୟଟକ ବସ୍ ଟିକେଟ୍ କରି ବସରେ ବସିଥିଲେ । ସେମାନଙ୍କୁ ଦେଖି ଛତିଶଗଡ଼ର ପର୍ଯ୍ୟଟକ ବସରେ ବସିବା ପାଇଁ ଚଢିଥିଲେ । କିନ୍ତୁ, ବସ୍ କର୍ମଚାରୀ ମାନେ ସେମାନଙ୍କୁ ବସିବାକୁ ସୁଯୋଗ ଦେଲେ ନାହିଁ । ଅନ୍ୟପଟେ ସମୟ ହୋଇଥିବାରୁ ଟିକେଟ୍ କାଉଣ୍ଟର ବନ୍ଦ ହୋଇଯାଇଥିଲା । ଏହାକୁ ନେଇ ବସ୍ କର୍ମଚାରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପରସ୍ପରକୁ ଠେଲାପେଲା କରିଥିଲେ । ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : May 23, 2022, 8:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.