ETV Bharat / city

ପୂର୍ବାପେକ୍ଷା ଚଳିତ ବର୍ଷ ଅଧିକ ଖରିପ ଋତୁ ଧାନ ସଂଗ୍ରହ - ଖରିପ ଋତୁ ଧାନ ସଂଗ୍ରହ

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଖରିପ ଋତୁ ଧାନ ସଂଗ୍ରହ ହୋଇଛି। ଏହାକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ...

this year more paddy collected than year 2020 says ranendra pratap swain
ପୂର୍ବାପେକ୍ଷା ଚଳିତ ବର୍ଷ ଅଧିକ ଖରିପ ଋତୁ ଧାନ ସଂଗ୍ରହ
author img

By

Published : Feb 15, 2021, 8:20 PM IST

ଭୁବନେଶ୍ବର: ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଖରିପ ଋତୁ ଧାନ ସଂଗ୍ରହ ହୋଇଛି। ଗତବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା 53 ଲକ୍ଷ 31 ହଜାର 186 ମେଟ୍ରିକ ଟନ ଖରିପ ଋତୁ ଧାନ ସଂଗ୍ରହ ହୋଇଥିଲା। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା 53 ଲକ୍ଷ 55 ହଜାର 174 ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଧାନ ସଂଗ୍ରହକୁ ନେଇ ତଥ୍ୟ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ବାରା ବିଭିନ୍ନ ପ୍ୟାକ୍ସ, ଲ୍ୟାମ୍ପ୍ସ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଏହି ଧାନ ସଂଗ୍ରହ ହୋଇଛି। ଅଦ୍ୟାବଧି ଗତ ବର୍ଷ ଖରିପ ଋତୁ ଧାନ ସଂଗ୍ରହ ତୁଳନାରେ 23 ହଜାର 988 ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି। ଏହାର ଅର୍ଥ ଗତ ବର୍ଷ ଅପେକ୍ଷା ଏଯାଏଁ 21 ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି। ପ-ପାସ ଜରିଆରେ ଚାଷୀଙ୍କୁ ଆଗୁଆ ଟୋକେନ ପ୍ରଦାନ କରାଯାଇଥିଲା। ଫଳରେ ଧାନ କିଣାରେ ସଂପୂର୍ଣ୍ଣ ସ୍ବଚ୍ଛତା ସହ ଧାନ ସଂଗ୍ରହ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି।

ଏହାସହ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଚାଷୀ ଅମଳ ଧାନ ବିକ୍ରି କରି ପାରିଛନ୍ତି। ଗତ ବର୍ଷ ମାର୍ଚ୍ଚ ସୁଦ୍ଧା 9 ଲକ୍ଷ 56 ହଜାର 86 ଜଣ ଚାଷୀ ଖରିପ ଋତୁ ଧାନ ବିକ୍ରି କରିଥିଲା। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 60 ହଜାର 597 ଚାଷୀ ଧାନ ବିକ୍ରି କରିଛନ୍ତି। ଗତବର୍ଷ ତୁଳନାରେ ବର୍ତ୍ତମାନ ସୁଦ୍ଧା 22 ପ୍ରତିଶତ ଅଧିକ ଚାଷୀ ଧାନ ବିକ୍ରି କରି ପାରିଛନ୍ତି। ଏହାକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.