ETV Bharat / city

ଚଳିତବର୍ଷ ଭୁବନେଶ୍ୱରରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ !

author img

By

Published : Jun 9, 2022, 8:02 PM IST

ଚଳିତବର୍ଷର ରାଜଧାନୀରେ ପ୍ରଥମ ଡେଙ୍ଗୁରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ । ଅଧିକ ପଢ଼ନ୍ତୁ

ଚଳିତବର୍ଷ ଭୁବନେଶ୍ୱରରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ  !
ଚଳିତବର୍ଷ ଭୁବନେଶ୍ୱରରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ !

ଭୁବନେଶ୍ୱର: ଚଳିତବର୍ଷର ରାଜଧାନୀରେ ପ୍ରଥମ ଡେଙ୍ଗୁରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ । ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି (ବୁଧବାର) ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ଏହାକୁ ନେଇ ବିଏମ୍‌ସି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଭୁବନେଶ୍ୱରରେ ନିଳାଦ୍ରୀବିହାର ଓ ଡମଣା ଅଞ୍ଚଳରେ ଦୁଇଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ଆଗକୁ ବର୍ଷା ଦିନ ଆସୁଥିବାରୁ ଡେଙ୍ଗୁକୁ ରୋକିବାକୁ BMC ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଦୁଇଟି ମେଡିକାଲ ଟିମ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ନିଳାଦ୍ରୀବିହାର ଓ ଡମଣା ଅଞ୍ଚଳରେ ସ୍ୱାସ୍ଥ୍ୟ ଟିମ୍‌ ସହ ମେୟର ସୁଲୋଚନା ଦାସ ବୁଲି ଦେଖିଛନ୍ତି । ତୁରନ୍ତ ବୁଶ କଟିଂ, ମଶା ଧୂଆଁ ଛାଡିବା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖାଲୁଆ ଅଞ୍ଚଳରେ ପାଣି ଜମି ମଶା ବଂଶ ବୃଦ୍ଧିର ଆଶଙ୍କା ଥିବାରୁ ଏହାର ପ୍ରତିକାର ବ୍ୟବସ୍ଥା ପାଇଁ ସଫେଇ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ମେୟର ପରାମର୍ଶ ଦେଇଛନ୍ତି ।

ବର୍ଷା ନହେଉଣୁ ରାଜଧାନୀର ଡେଙ୍ଗୁ ଆତଙ୍କ ଆରମ୍ଭ ହୋଇଛି । ଡମଣା, ଶୈଳଶ୍ରୀ ବିହାର, ଶ୍ରୀ' ବିହାର, ନୀଳାଦ୍ରି ବିହାରରେ ଡେଙ୍ଗୁ ବ୍ୟାପିବା ଆରମ୍ଭ କରିଛି । ସରକାରୀ ହିସାବରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା 2 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏଠାରେ 50ରୁ ଊର୍ଦ୍ଧ୍ବ ଡେଙ୍ଗୁ ରେଗୀ ଚିକିତ୍ସିତ ହେଉଥିବା କଥା କହିଛନ୍ତି ସ୍ଥାନୀୟ ଲୋକ । ଗତବର୍ଷ ଭୁବନେଶ୍ବରରେ ଡେଙ୍ଗୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା । ଜୁନ୍ ଓ ଜୁଲାଇ ମାସରେ ସ୍ଥିତି ଏମିତି ହୋଇଥିଲା ଯେ ସରକାରୀ ଭାବେ ଦୁଇ ହଜାରରୁ ଅଧିକ ଅକ୍ରାର ଚିହ୍ନଟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.