ETV Bharat / city

ଏହି ଆମ୍ବ ପାଇଁ ଷ୍ଟାମ୍ପ ଆଣିଥିଲେ ସରକାର, ଖାଇପାରିବେ ମଧୁମେହ ରୋଗୀ - this mango growing in rewa city

ପ୍ରତ୍ୟେକଙ୍କ ପସନ୍ଦ ଆମ୍ବ । ହେଲେ ଯଦି ସରକାର ଗୋଟିଏ ଆମ୍ବ ପାଇଁ ଡାକ ଟିକେଟ ଜାରି କରନ୍ତି , ତେବେ ଆପଣ ଅନୁମାନ ଲଗାଇପାରୁଥିବେ, ତାହା କେତେ ସ୍ବାଦିଷ୍ଟ ଓ ସ୍ବତନ୍ତ୍ର । ଦେଖନ୍ତୁ, ରିୱାର ଏହି ଖାସ ଆମ୍ବ ସମ୍ବନ୍ଧରେ ..

ଏହି ଆମ୍ବ ପାଇଁ ଷ୍ଟାମ୍ପ ଆଣଥିଲେ ସରକାର, ଖାଇପାରିବେ ମଧୁମେହ ରୋଗୀ

author img

By

Published : Jun 24, 2021, 9:45 PM IST

ରିୱା: ପ୍ରତ୍ୟେକଙ୍କ ପସନ୍ଦ ଆମ୍ବ । ହେଲେ ଯଦି ସରକାର ଗୋଟିଏ ଆମ୍ବ ପାଇଁ ଡାକ ଟିକେଟ ଜାରି କରନ୍ତି , ତେବେ ଆପଣ ଅନୁମାନ ଲଗାଇପାରୁଥିବେ, ତାହା କେତେ ସ୍ବାଦିଷ୍ଟ ଓ ସ୍ବତନ୍ତ୍ର । ଆଜ୍ଞା ହଁ ! ଆଜି ଆମେ ଆପଣଙ୍କୁ ଏଭଳି ଏକ ଆମ୍ବ ବିଷୟରେ କହିବୁ , ଯାହା ଆମ୍ବଙ୍କ ରାଜା ବୋଲାଇଥାଏ । ଏହି ଆମ୍ବର ବିଶେଷତ୍ବ କି ଏହାକୁ ମଧୁମେହ ରୋଗୀ କି ଖାଇ ପାରିବେ ?

ଏହି ଆମ୍ବ ପାଇଁ ଷ୍ଟାମ୍ପ ଆଣିଥିଲେ ସରକାର, ଖାଇପାରିବେ ମଧୁମେହ ରୋଗୀ

ଜଣେ ମଧୁମେହ ରୋଗୀଙ୍କ ପାଇଁ ସୁନ୍ଦରଜା ଆମ୍ବ ବହୁତ ଭଲ । ଏହି ଆମ୍ବରେ ଚିନି ମାତ୍ରା ବି କମ ରହିଥାଏ । ଏହି ଆମ୍ବ ମଧୁମେହ ରୋଗୀଙ୍କ ପାଇଁ ଅଧିକ କ୍ଷତିକାର ନୁହେଁ ।

ଏହା ଏଭଳି ଏକ ଆମ୍ବ , ଯାହାକୁ ଡାକ୍ତର ମଧୁମେହ ରୋଗୀଙ୍କୁ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ମଧୁମେହ ରୋଗୀଙ୍କୁ କିଛି ଫଳର ସେବନ କରିବା ଦରକାର । ଯେପରିକି ଜାମୁ , ନାସପତି । ଏହା ବ୍ୟତିତ ମଧୁମେହ ରୋଗୀ କମ ଚିନି ଥିବା ଫଳ ବି ଖାଇପାରିବେ ବୋଲି ମତ ରଖିଛନ୍ତି ମେଡିସିନ ବିଭାଗ ଏମଡି ଡା. ଏସଏଲ ଗୁପ୍ତା ।

ମଧ୍ୟପ୍ରଦେଶରେ ମିଳୁଥିବା 213 ପ୍ରଜାତି ଆମ୍ବର ମଧ୍ୟରେ ସବୁଠୁ ପ୍ରମୁଖ ଓ ଖାସ ସୁନ୍ଦରଜା । ଏଠାକାର ମାଳି କହିଛନ୍ତି କି, ଆମେ ଏହି ବଗିଚାରେ ପ୍ରାକୃତିକ ଉପାୟରେ ଆମ୍ବକୁ ପଚାଇଥାଉ । ଆମେ ଆମ୍ବକୁ ପଚାଇବା ପାଇଁ କୌଣସି ବି ପ୍ରକାର କେମିକାଲ ପ୍ରୟୋଗ କରିନଥାଉ । ଏହି ଆମ୍ବ ଗଛରେ ହିଁ ପାଚିଥାଏ । ଗଛ ଉପରେ ପାଚିବା ପରେ ଆମେ ଏହି ଆମ୍ବକୁ ତୋଳିଥାଉ ।

ଏହା ମୁଖ୍ୟତଃ ମଧ୍ୟପ୍ରଦେଶ ରିୱା ଜିଲ୍ଲାର ଗୋବିନ୍ଦଗଡର ଭେଟି .. ଯାହା ଏବେ ସମଗ୍ର ଦେଶର ନର୍ସରୀ ଗୁଡିକରେ ଦେଖିବାକୁ ମିଳୁଛି । ଏହି ଆମ୍ବର ଯୋଗାଣ ରିୱା ବ୍ୟତିତ ଉତ୍ତରପ୍ରଦେଶ , ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ବିହାରକୁ ହୋଇଥାଏ । ଏହି ଆମ୍ବକୁ ସର୍ବପ୍ରଥମେ ରିୱାର ଗୋବିନ୍ଦଗଡରେ ଉତ୍ପାଦନ କରାଯାଇଥିଲା । ଉଦ୍ଭିଦ ବିଭାଗ ଏହି ଆମ୍ବକୁ ଧୀରେ ଧୀରେ ପୂରା ଦେଶରେ ବିତରଣ କରିଲା । ବର୍ତ୍ତମାନ ସମୟରେ ଏହି ଆମ୍ବର ଚାହିଦା ସମଗ୍ର ଦେଶରେ ରହିଛି ।

ପାକିସ୍ତାନ , ଇଂଲଣ୍ଡ ଓ ଆମେରିକା ସମେତ ଆରବ ଦେଶରେ ସୁନ୍ଦରଜା ତାର ସ୍ବାଦ ଯାଦୁରେ ଆମ୍ବପ୍ରେମୀଙ୍କୁ ଆକର୍ଷିତ କରିଆସୁଛି । ବାସ ଏତିକି ନୁହେଁ 1968ରେ ଭାରତ ସରକାରଙ୍କ ପକ୍ଷରୁ ‘ସୁନ୍ଦରଜା’ ଆମ୍ବ ନାଁରେ 50 ପଇସାରେ ଗୋଟିଏ ଡାକ ଟିକେଟ ଜାରି କରାଯାଇଥିଲା । ଗୋବିନ୍ଦଗଡରେ ଆମ୍ବ ଅନେକ ପ୍ରକାରର ରହିଛି । ଯେପରି ଲଙ୍ଗଡା , ଦଶହରା , ହାଥୀ , ଝୁଲ, ଜର୍ଦାଳୁ ଓ ଚୌଶା ଏଥିରେ ସୁନ୍ଦରଜା ଆମର ପରିଚୟ ରହିଛି । ସୁନ୍ଦରଜା ଆମ୍ବରୁ ହିଁ ଏବେ ଗୋବିନ୍ଦଗଡର ପରିଚୟ ହେଉଛି ।

ସୁନ୍ଦରଜା ଆମ୍ବର ଉତ୍ପାଦନ ଏଠାରେ ଅଧିକ ହୋଇଥାଏ । ଆମ୍ବର କ୍ବାଲିଟି ବି ବହୁତ ଭଲ ରହିଥାଏ । ଲଙ୍ଗଡା ଓ ହାଫୁସ ଆମ୍ବରେ ଚିନିର ମାତ୍ରା ଅଧିକ ରହିଥାଏ । ଏହି ଆମ୍ବର ତୁଳନାରେ ସୁନ୍ଦରଜା ଆମ୍ବରେ ଚିନିର ମାତ୍ରା ବହୁତ କମ ରହିଥାଏ ।

ସୁନ୍ଦରଜାର ଏକ ଛୋଟିଆ ଗଛରୁ 100ରୁ 125 କିଲୋ ଆମ୍ବ ଉତ୍ପାଦନ ହୋଇଥାଏ । ଆଉ ଗୋଟିଏ ଆମ୍ବର ଓଜନ ପ୍ରାୟ 200 ରୁ 500 ଗ୍ରାମ ଯାଏଁ ହୋଇଥାଏ ।

ଗୋବିନ୍ଦଗଡର କିଲା ପରିସରରେ ଥିବା ଆମ୍ବ ବଗିଚା ଓ ସୁନ୍ଦରଜା ଗଛ ରିୱା ରାଜପରିବାରର ଦାନ । ଆଉ ଏହି ସୁନ୍ଦରଜା ଆମ୍ବ ରିୱା ରାଜ ପରିବାରର ଖାସ ପସନ୍ଦରେ ରହିଛି ସାମିଲ ।

ମହାରାଜା ମାର୍ତଣ୍ଡ ସିଂହ ଗୋବିନ୍ଦଗଡ କିଲାରେ ଏହି ଆମ୍ବର ବ୍ରିଡକୁ ପ୍ରସ୍ତୁତ କରିଥିଲେ । ଯାହା ଆଜି ବି କିଲ୍ଲାରେ ରହିଛି । ଏହି ଗଛର ବ୍ରିଡ ପୂରା ରିୱାରେ ରହିଛି । ପୂର୍ବରୁ ଲକ୍ଷ୍ନୌର ଦଶହରା ଆମ୍ବ ସମଗ୍ର ଦେଶରେ ପ୍ରସିଦ୍ଧ ଥିଲା । ସେହିପରି ଗୋବିନ୍ଦଗଡର ସୁନ୍ଦରଜା ଆମ୍ବ ଦେଶରେ ବହୁତ ଫେମସ ହୋଇଛି । ।

ଏମିତିରେ ତ ହ୍ବାଇଟ ଟାଇଗରଙ୍କୁ ନେଇ ପରିଚିତ ରିୱା ଗୋବିନ୍ଦଗଢ । ହେଲେ ଏବେ ହ୍ବାଇଟ ଟାଇଗର ବ୍ୟତିତ ସୁନ୍ଦରଜା ଆମ୍ବ ପାଇଁ ବି ଏହି ସ୍ଥାନ ଦେଶବିଦେଶରେ ପ୍ରସିଦ୍ଧ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.