ETV Bharat / city

'ଆଗୁଆ ଆସିପାରେ ତୃତୀୟ ଲହର' - କୋରୋନା ତୃତୀୟ ଲହର

ସେପ୍ଟେମ୍ବର ପରିବର୍ତ୍ତେ ଆଗୁଆ ଆସିପାରେ ତୃତୀୟ ଲହର । ରାଜ୍ୟରେ ଲାକଡାଉନ କୋହଳର ସୁଯୋଗ ନେଉଛନ୍ତି ଅମାନିଆ । ଅଯଥା ଭିଡ଼ ବଢିଲେ ସଂକ୍ରମଣ ବଢିବାର ଅଧିକ ଆଶଙ୍କା ରହିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅଧିକ ପଢନ୍ତୁ...

'ଆଗୁଆ ଆସିପାରେ ତୃତୀୟ ଲହର'
'ଆଗୁଆ ଆସିପାରେ ତୃତୀୟ ଲହର'
author img

By

Published : Jul 7, 2021, 2:16 PM IST

ଭୁବନେଶ୍ବର: କିଛି ଜାଗାରେ ଯେଉଁଠି କଟକଣା ଢିଲା ହୋଇଛି ସେଇଠି ଲୋକେ ରିସର୍ଟ ଯିବା ଆରମ୍ଭ କଲେଣି । ପ୍ରଥମରୁ କୁହାଯାଉଛି ଯେ ଅଯଥା ଭିଡ଼ ହେଲେ ସଂକ୍ରମଣ ବଢିବ । ଜୀବନ ଜୀବିକା ପାଇଁ ନିହାତି ଆବଶ୍ୟକ ଥିଲେ ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି । ମାତ୍ର ରାଜ୍ୟରେ ଯେଉଁପରି ଭାବରେ ଭିଡ ବୃଦ୍ଧି ପାଉଛି, ତାହାକୁ ଦେଖିଲେ ତୃତୀୟ ଲହର ଆଗୁଆ ଆସିପାରେ ବୋଲି ଆଶଙ୍କା କରାଯାଉଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

'ଆଗୁଆ ଆସିପାରେ ତୃତୀୟ ଲହର'

ବିଜୟ ମହାପାତ୍ର କହିଛନ୍ତି ଯେ, 5 ରୁ 6 ଦିନ ଭିତରେ ଅନେକ ଦୋକାନ ହାଟ ବନ୍ଦ କରାଯାଇଛି । ଅନେକ ସ୍ଥାନରେ ଲୋକଙ୍କ ଅସମ୍ଭବ ଭିଡ଼ ହୋଇଛି । ତୃତୀୟ ଲହର ସେପ୍ଟେମ୍ବରରେ ହବ ବୋଲି ଆକଳନ କରାଯାଇଥିଲା । ହେଲେ ଯଦି ଏଭଳି ଅବସ୍ଥା ରୁହେ ତେବେ ଆଗୁଆ ତୃତୀୟ ଲହର ଆସିପାରେ । ରାଜ୍ୟରେ ସଂକ୍ରମଣ କମୁଛି । ଆମେ ଭାବୁଛୁ ଖୁବଶୀଘ୍ର ପୁଣି ସଂକ୍ରମଣ ବୃଦ୍ଧି ପାଇପାରେ ।

ସବୁଠୁ ଚିନ୍ତାଜନକ ବିଷୟ କେରଳରୁ ଆସିଛି । କେରଳରେ ଅଧିକ ଶିକ୍ଷିତ ଲୋକ ଥାଇ ମଧ୍ୟ ସେଠାରେ କେସ୍ 14 ହଜାର ଟପିଲାଣି । ଲୋକମାନେ କୋଭିଡ ନିୟମ ପାଳନ କରୁନାହାନ୍ତି । ଟିକା ନେବା ପରେ ବି କୋରୋନା ନିୟମକୁ ମାନିବାକୁ ପଡିବ ବୋଲି WHO ବାରମ୍ବାର କହୁଛି । ଆମେ ଯେଉଁ କଷ୍ଟରୁ ମୁକୁଳିଛନ୍ତି ଆମେ ସେଥିରୁ କିଛି ଶିଖିଲେ ନାହିଁ, ଢିଲା ମାରିଦେଲେ । ସେକେଣ୍ଡ ୱେଭ ନସରିବା ପୂର୍ବରୁ ସେଲିବ୍ରେସନ ଆରମ୍ଭ କରିଦେଲେ । ଏବେ ଦ୍ୱିତୀୟ ୱେଭ କଣ୍ଟିନିୟୁ କରୁଛି । ଯେଉଁ ଭଳି ସଂକ୍ରମଣ କମିବା କଥା ଆଉ କାମୁନାହିଁ । ବଢିବାକୁ ଲାଗିଲାଣି । ଆମର ରାଜ୍ୟରେ ପ୍ଲାଟୁ ଷ୍ଟେଜରେ ରହିଛି । ତେବେ ଆମକୁ ସତର୍କ ରହିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.