ETV Bharat / city

Panchayat Polls: ଦିନ ୧ଟା ସୁଦ୍ଧା ୬୨%ରୁ ଅଧିକ ମତଦାନ - ଭୋଟ ପାଇଁ ମତଦାନ କେନ୍ଦ୍ରରେ ମତଦାତା

Panchayat Election: ଆଜି ତୃତୀୟ ପର୍ଯ୍ୟାୟ ମତଦାନ

author img

By

Published : Feb 20, 2022, 7:02 AM IST

Updated : Feb 20, 2022, 10:52 PM IST

22:40 February 20

ସୁନ୍ଦରଗଡ଼ରେ ଶାନ୍ତି ଶୃଙ୍ଖଳାରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ

ସୁନ୍ଦରଗଡ଼: ଜିଲ୍ଲାରେ ଆଜି ତ୍ରିସ୍ତରୀୟ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଜିଲ୍ଲାର ବାଲିଶଙ୍କରା, ରାଜଗାଙ୍ଗପୁର ଓ କୋଇଡା ବ୍ଲକ ପାଇଁ ମତଦାନ ଶେଷ ହୋଇଛି । ତେବେ ବର୍ତ୍ତାମାନ ପର୍ଯ୍ୟନ୍ତ କୌଣସି ଅପ୍ରିତୀକର ପରିସ୍ଥିତି ଉପୁଜି ନାହିଁ । ତୃତୀୟ ପର୍ଯ୍ୟାୟରେ ବାଲିଶଙ୍କରାରେ 61.15% , ରାଜଗାଙ୍ଗପୁରରେ 59.98% ଓ କୋଇଡାରେ 42.99% ମତଦାନ ହୋଇଛି ।

ତିନୋଟି ବ୍ଲକର 54ଟି ଗ୍ରାମ ପଞ୍ଚାୟତର 704ଟି ୱାର୍ଡ ସହ ସମିତିସଭ୍ୟ ଓ 6ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟରମାନେ ମତ ସାବ୍ୟସ୍ତ କରିଛନ୍ତି । ଗର୍ଭଣା ଗ୍ରାମପଞ୍ଚାୟତର ବୁଥ ନମ୍ବର 6 ଓ 7 ରେ ସାମାନ୍ୟ ବିଶୃଙ୍ଖଳା ଦେଖାଦେଇଥିଲା । ତେବେ ସମସ୍ତ ସମ୍ବେଦନଶୀଳ ଓ ଅତିସେମ୍ବେଦନଶୀଳ ବୁଥ୍‌ ଗୁଡିକରେ ମତଦାନକୁ ସ୍ବଚ୍ଛ ରଖିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ନିର୍ବାଚନରେ ସାମିଲ ହୋଇଥିବା ସମସ୍ତ ଅଧିକାରୀଙ୍କ କାର୍ଯ୍ୟଧାରାକୁ ଶୃଙ୍ଖଳିତ କରିବା ନେଇ ନିର୍ବାଚନ ଅବଜର୍ଭର ଓ ମାଜିଷ୍ଟ୍ରେଟ ପରି ଅଧିକାରୀମାନେ ମଧ୍ୟ ପଇଁତରା ମାରୁଥିଲେ ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର , ଇଟିଭି ଭାରତ

20:13 February 20

ଶାନ୍ତିଶୃଙ୍ଖଳାରେ ନୂଆପଡ଼ାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ

ନୂଆପଡ଼ା: ଜିଲ୍ଲାରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । 26ଟି ଗ୍ରାମପଞ୍ଚାୟତରେ 321ଟି ବୁଥ୍‌ ଥିବାବେଳେ, ସେଥିମଧ୍ୟରୁ 56ଟି ସମ୍ବେଦନଶୀଳ ବୁଥ୍‌ ରହିଥିଲା । 32ଟି ଅତିସମ୍ବେଦନଶୀଳ ବୁଥ୍‌ ରହିଥିଲା ।

ଏହି ସବୁ ବୁଥ୍‌ରେ ମୋଟ 83 ହଜାର 244 ଭୋଟର ଆଜି ମତ ସାବ୍ୟସ୍ତ କରିଛନ୍ତି । ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ,ଜ଼ିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ମତଦାନ କରିଛନ୍ତି ଭୋଟର । ଏନେଇ ଭୋଟରଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ନୂଆପଡା ସମ୍ବାଦଦାତା ମୋତିଲାଲ ବାଗ ।

16:27 February 20

ଭୋଟ ଦେଲେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ

ଯାଜପୁର: ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ବିଞ୍ଝାରପୁର ବ୍ଲକ ମାସଡା ପଞ୍ଚାୟତ ୧୬ ନମ୍ବର ବୁଥ୍‌ରେ ଭୋଟ ଦେଇଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ବୁଥ୍‌ରେ ହିଂସା ମଧ୍ୟ ଦେଖା ଦେଇଛି । ଏହି ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

14:22 February 20

ଅନୁଗୋଳର ୨ଟି ବ୍ଲକରେ ଚାଲିଛି ମତଦାନ

ଅନୁଗୋଳ: ଆଠମଲ୍ଲିକ ବ୍ଲକରେ ଆଜି ୩ଟି ଜିଲ୍ଲାପରିଷଦ ଜୋନ, ୨୪ଟି ପଞ୍ଚାୟତରେ ସରପଞ୍ଚ ପଦବୀ, ୨୪ଟି ସମିତିସଭ୍ୟ ପଦବୀ ଏବଂ ୩୧୯ଟି ୱାର୍ଡ ମେମ୍ବର ପଦବୀ ପାଇଁ ଭୋଟ ଗ୍ରହଣ ହେଉଛି। ମୋଟ ୭୨୪ଜଣ ପ୍ରାର୍ଥୀ ବିଭିନ୍ନ ପଦବୀରେ ପତିଦ୍ବନ୍ଦିତା କରୁଛନ୍ତି। ଏହି ବ୍ଲକର ୮୩୫୧୫ ଜଣ ଭୋଟର ୩୧୯ଟି ବୁଥରେ ସେମାନଙ୍କ ମତଦାନ କରୁଛନ୍ତି। ସେହିପରି ପାଲଲହଡା ବ୍ଲକରେ ୩ଟି ଜିଲ୍ଲାପରିଷଦ ଜୋନ୍, ୨୭ଟି ପଞ୍ଚାୟତରେ ସରପଞ୍ଚ ପଦବୀ, ୨୪ଟି ସମିତି ସଭ୍ୟ ପଦବୀ ଏବଂ ୩୭୦ଟି ୱାର୍ଡ ମେମ୍ବର ପଦବୀ ପାଇଁ ଭୋଟ ଗ୍ରହଣ ଚାଲିଛି। ଏହି ବ୍ଲକରେ ମୋଟ ୮୦୭ଜଣ ପ୍ରାର୍ଥୀ ବିଭିନ୍ନ ପଦବୀରେ ନିର୍ବାଚନ ଲଢ଼ୁଥିବା ବେଳେ ମୋଟ ୯୫୩୦୮ଜଣ ଭୋଟର ୩୭୦ଟି ବୁଥରେ ସେମାନଙ୍କ ମତଦାନ କରୁଛନ୍ତି। ଏହି ଦୁଇଟି ବ୍ଲକରେ ୧୫୨୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରୁଛନ୍ତି ୧୭୮୮୨୨ ଜଣ ଭୋଟର। ସବୁ ବୁଥରେ ଶାନ୍ତି ଶୃଙ୍ଖଲାର ସହ ଚାଲିଛି ମତଦାନ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

14:21 February 20

ତିହିଡ଼ି ବ୍ଲକରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ

ତିହିଡ ବ୍ଲକରେ ମତଦାନ କରୁଛନ୍ତି ମତଦାତା

ଭଦ୍ରକ: ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ତିହିଡ଼ି ବ୍ଲକ ରେ ଜାରି ରହିଛି ମତଦାନ। ବ୍ଲକ ରେ ଥିବା 536 ଟି ବୁଥ ମଧ୍ୟରୁ 80 ଟି ବୁଥ୍ ସମ୍ବେଦନଶୀଳ ଥିବା ବେଳେ ବେଳେ 456 ଟି ବୁଥ୍ ସାମାନ୍ୟ ଥିବା ଚିହ୍ନଟ କରାଯାଇଛି। ସବୁ ସମ୍ବେଦନଶୀଳ ବୁଥରେ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ମତଦାନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଜିଲ୍ଲାରେ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯତୀନ ପଣ୍ଡା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

14:19 February 20

କାମାକ୍ଷାନଗର ଓ ପରଜଙ୍ଗ ବ୍ଲକର ପିଙ୍କ ବୁଥରେ ଭୋଟ ମହିଳା ପ୍ରିଜାଇଡିଂ ଅଫିସର

କାମାକ୍ଷାନଗର ଓ ପରଜଙ୍ଗ ବ୍ଲକରେ ମତଦାନ ଜାରି

ଢେଙ୍କାନାଳ: ଜିଲ୍ଲାର କାମାକ୍ଷାନଗର ଓ ପରଜଙ୍ଗ ବ୍ଲକର ଆଜି ଭୋଟ ଗ୍ରହଣ ଚାଲିଥିବା ବେଳେ ୫୧ଟି ପଞ୍ଚାୟତରେ ୪ଟି ପିଙ୍କ ବୁଥ ରହିଛି । ଏଠାରେ ପ୍ରିଜାଇଡିଂ ଅଫିସର, ପୁଲିଙ୍ଗ ଅଫିସର ଠାରୁ ବୁଥର ସମସ୍ତେ କର୍ମଚାରୀ ମହିଳା । ଆଉ ଏଥିପାଇଁ ମହିଳା ଭୋଟରଙ୍କ ମନରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । । କାମାକ୍ଷାନଗର ବ୍ଲକର ମହୁଲପାଳ ପଞ୍ଚାୟତର ୧ନମ୍ବର ବୁଥ ଓ ସାରୁଆଳି ପଞ୍ଚାୟତର ୧ନଂ ବୁଥ ରେ ପିଙ୍କ ବୁଥ ହୋଇଛି । ସେହିପରି ପରଜଙ୍ଗ ବ୍ଲକ ର ଗଡପରଜଙ୍ଗ ବୁଥ ନଂ ୩ ଓ ପରଜଙ୍ଗ ବୁଥ ନଂ ୬କୁ ପିଙ୍କ ବୁଥ କରାଯାଇଛି । ମହିଳା ଭୋଟର ମାନେ ବେଶ ଆନନ୍ଦରେ ସେମାନଙ୍କର ମତ ସାବ୍ୟସ୍ତ କରୁଥିବା ପ୍ରକାଶ କରୁଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

14:18 February 20

ବରଗଡ଼ ଜିଲ୍ଲାର 3ଟି ବ୍ଲକରେ ଚାଲିଛି ଭୋଟ

ବରଗଡ଼ ଜିଲ୍ଲାର 3ଟି ବ୍ଲକରେ ଚାଲିଛି ଭୋଟ

ବରଗଡ଼: ଜିଲ୍ଲାର 3 ଗୋଟି ବ୍ଲକର ମତଦାନ କରୁଛନ୍ତି ମତଦାତା । ବରପାଲି , ବିଜେପୁର ଓ ଭେଡେନ ବ୍ଲକରେ ସକାଳ 7 ଟାରୁ ଆରମ୍ଭ ହୋଇଥିଲା ମତଦାନ। ବରପାଲି ବ୍ଲକର 292 ଗୋଟି ବୁଥଥିବା ବେଳେ 44 ଗୋଟି ସମ୍ବେଦନଶୀଳ ବୁଥ ରହିଛି ଏବଂ 2 ଗୋଟି ପିଙ୍କ ବୁଥ କରାଯାଇଛି। ସେହିପରି ବିଜେପୁର ବ୍ଲକର 22 ଗୋଟି ପଞ୍ଚାୟତରେ 266 ଗୋଟି ବୁଥରେ ମୋଟ 74 ହଜାର 301 ଭୋଟର ମତଦାନ କରିବେ । ବିଜେପୁର ବ୍ଲକରେ 40 ଗୋଟି ସମ୍ବେଦନଶୀଳ ବୁଥ ରହିଥିବାବେଳେ 2 ଗୋଟି ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି । ସେହିପରି ଭେଡେନ ବ୍ଲକର 21 ଗୋଟି ପଞ୍ଚାୟତରେ ରହିଥିବା 319 ଗୋଟି ବୁଥରେ 99 ହଜାର 880 ଭୋଟର ମତଦାନ କରିବେ। ଭେଡେନ ବ୍ଲକରେ ସର୍ବାଧିକ 47 ଗୋଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ପୋଲିସ ବିଭାଗର କଡ଼ା ନଜର ରହିଛି ଏହି ବ୍ଲକରେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାର

13:55 February 20

ଦିନ ୧ଟା ସୁଦ୍ଧା ୬୨ ପ୍ରତିଶତରୁ ଅଧିକ ମତଦାନ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ । ଦିନ ୧ଟା ସୁଦ୍ଧା ୬୨ ପ୍ରତିଶତରୁ ଅଧିକ ମତଦାନ । ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।

13:18 February 20

ମତଦାନ ପରେ ସେଲ୍ଫି ପଏଣ୍ଟର ମଜା ନେଉଛନ୍ତି ଭୋଟର

ଭବାନୀପାଟଣା:ଜିଲ୍ଲାର ଧର୍ମଗଡ଼ ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । ମତାଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ନୁଆଁ ଭୋଟରଙ୍କ ମନରେ ଉତ୍ସାହ ପରିଲକ୍ଷିତ ହେଉଛି । ମହିଳାଙ୍କ ପାଇଁ ପିଙ୍କ ବୁଥର ବ୍ୟବସ୍ଥା ସହ ସେଲ୍ଫି ପଏଣ୍ଟ ଭୋଟରଙ୍କ ମନରେ ଉତ୍ସାହକୁ ଦୁଇ ଗୁଣିତ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳାର ସହ ମତଦାନ ଜାରି ରହିଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

13:17 February 20

କଣ୍ଟାପଡ଼ା ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ମତଦାନ

ନିଆଳି: କଟକ କଣ୍ଟାପଡ଼ା ବ୍ଲକ ଅଞ୍ଚଳରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । କଣ୍ଟାପଡ଼ା ବ୍ଲକରେ ୧୪ଟି ପଞ୍ଚାୟତ ପାଇଁ ୨୧୨ଟି ବୁଥରେ ଚାଲିଛି ମତଦାନ। ଦୁଇଟି ଜିଲ୍ଲାପରିଷଦ,୧୪ ଟି ସରପଞ୍ଚ ସମିତି ସଭ୍ୟ ଓ ୨୧୨ ଓ୍ବାର୍ଡ ସଭ୍ୟ ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ଗ୍ରହଣ ହେଉଛି । ଶାନ୍ତିପୂର୍ଣ୍ଣ ଭାବରେ ଭୋଟର ମତଦାନ କରୁଛନ୍ତି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

13:17 February 20

ପୋଡୁମପେଟା ପଞ୍ଚାୟତର ପୋଲିଂ ବୁଥରେ ମତଦାନ କରୁଛନ୍ତି ମତଦାତା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଛତ୍ରପୁର ,ଗଞ୍ଜାମ ,ବେଲଗୁଣ୍ଠା ,ଧରାକୋଟ ଓ ପାତ୍ରପୁର ବ୍ଳକରେ ମତଦାନ ଜାରି ରହିଛି । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗଞ୍ଜାମ ବ୍ଳକ ଅନ୍ତର୍ଗତ ପୋଡୁମପେଟା ପଞ୍ଚାୟତରେ ପୋଲିଂ ବୁଥରେ କୋରୋନା କଟକଣା ମଧ୍ୟରେ ଚାଲିଛି ମତଦାନ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

13:17 February 20

ମାଲକାନଗିରିର ୨ବ୍ଲକରେ ଜାରି ରହିଛି ମତଦାନ

ମାଲକାନଗିରିର ୨ବ୍ଲକରେ ଜାରି ରହିଛି ମତଦାନ

ମାଲକାନଗିରି: ଜିଲ୍ଲାର ମାଥିଲି ଓ ପଡିଆବ୍ଲକରେ ତୃତିୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ମାଥିଲି ବ୍ଲକ ରେ ୩ଟି ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ମୋଟ ୨୪୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ଜଣ ସରପଞ୍ଚ ପ୍ରାର୍ଥୀ ୫୮ଜଣ ସମିତି ସଭ୍ୟ ପ୍ରାର୍ଥୀ ୫୭ଜଣ ୱ।ର୍ଡ ମେମ୍ବର ପ୍ରାର୍ଥୀ ଏବଂ ୧୧ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ ହେବ। ଏଥିରେ ୧୮୯ ଜଣ ଅପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ଥିବା ବେଳେ ୩ଟି ଜିଲ୍ଲା ପରିଷଦ ଜୋନରେ ୬୫୯୯୭ ଜଣ ମତଦାତା ରହିଛନ୍ତି। ମୋଟ ୨୫୪ ମତଦାତା କେନ୍ଦ୍ର ରହିଥିବା ବେଳେ ୨୫୪ ଜଣ ପୋଲିସ ବାହିନୀକୁ ନିୟୋଜନ କରାଯାଇଛି । ୩୫ ଜଣ ସେକ୍ଟର ଅଫିସର ଙ୍କୁ ମୁତୟନ କରାଯାଇଛି। ସୁଚନା ଅନୁଯାୟୀ ୨୫୪ ଟି ବୁଥ୍ ମଧ୍ୟରୁ ୯୪ ଗୋଟି ସମ୍ବଦନଶୀଳ ଏବଂ ୭୫ଟି ଅତି ସମ୍ବୋଦନଶୀଳ ଏଵଂ ୧ ଟି ପିଙ୍କ୍ ଵୁଥ୍ ରହିଛି । ୯୪ଟି ବୁଥ ମାଓ ପ୍ରବଣ ଛତିଶଗଡ ବୋଡର ଏରିଆରେ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହି ସବୁ ଅଞ୍ଚଳରେ SOG , DVF ଓ BSF ଜବାନ ମୁତୟନ କରାଇଛି ।

ପଡିଆ ଵ୍ଲକରେ ଗୋଟିଏ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ମୋଟ ୭୩ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ଜଣ ସରପଞ୍ଚ ପ୍ରାର୍ଥୀ ୨୨ ଜଣ ସମିତି ସଭ୍ୟ ପ୍ରାର୍ଥୀ ୨୮ ଜଣ ୱ।ର୍ଡ ମେମ୍ବର ପ୍ରାର୍ଥୀ ଏବଂ ୩ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ ହେବ। ଏଥିରେ ୭୪ ଜଣ ଅପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ଥିବା ବେଳେ ଜିଲ୍ଲା ପରିଷଦ ଜୋନରେ ୨୯୬୬୩ ଜଣ ମତଦାତା ରହିଛନ୍ତି। ଏହି ଜୋନରେ ୧୧୫ ଟି ମତଦାତା କେନ୍ଦ୍ର ରହିଥିବା ବେଳେ ୧୩୨ ଜଣ ପୁଲିସ ବାହିନୀକୁ ନିୟୋଜନ କରାଯାଇଛି । ୧୫ ଜଣ ସେକ୍ଟର ଅଫିସରଙ୍କୁ ମୁତୟନ କରାଯାଇଛି ।

ସୂଚନା ଅନୁଯାୟୀ ୧୧୫ ଟି ବୁଥ୍ ମଧ୍ୟରୁ ୫୪ ଗୋଟି ସମ୍ବଦନଶୀଳ ଏଵଂ ୧ ଟି ପିଙ୍କ୍ ଵୁଥ୍ ରହିଛଇ ଵୁଥ୍ ରହିଛି। ପଡିଆ ବ୍ଲକରେ ମଧ୍ଯ ୫୪ ଟି ବୁଥ ମାଓ ପ୍ରବଣ ଛତିଶଗଡ ବୋଡର୍ ଏରିଆରେ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହି ସବୁ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ପାଇଁ SOG , DVF ଓ BSF ଜବାନ ମୁତୟନ କରାଇଛି ବୋଲି ମାଲକାନଗିରି ପିଡି ଡିଆରଡିଏ ସୂଚନା ଦେଇଛନ୍ତି ।ଚିତ୍ରକୁଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକ ନିଜ ଗାଁ ଚାଲାଣ ଗୁଡା1ରେ ଭୋଟ ଦେଇଛନ୍ତି ସେହିଭଳି ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ନିଜ ଗାଁ ରୁଡନ୍ ପାଲିରେ ଭୋଟ ଦେଇଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ ,ଇଟିଭି ଭାରତ

12:45 February 20

ରାୟଗଡାର ୨ଟି ବ୍ଲକରେ ଚାଲିଛି ମତଦାନ

ରାୟଗଡ଼ରେ ଆରମ୍ଭ ହୋଇଯାଇଚି ମତଦାନ

ରାୟଗଡା: ଜିଲ୍ଲାର ଦୁଇଟି ବ୍ଲକରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ୩୮୭ ଟି ବୁଥରେ ଭୋଟର ନିଜର ମତଦାନ କରୁଛନ୍ତି। ଏନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୩୪ ଟି ଅତି ସମ୍ବେଦନଶୀଳ ବୁଥରେ ସିଆରପିଏଫ ଓ ଡିଭିଏଫ ଯବାନ ମୁତୟନ ହୋଇଛନ୍ତି । ଏତଦବ୍ୟତୀତ ଡ୍ରୋନ ସାହାଯ୍ୟରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଆଦିମ ଜନଜାତି ଡଙ୍ଗରିଆକନ୍ଧ ସମ୍ପ୍ରଦାୟ ବସବାସ କରୁଥିବା ନିୟମଗିରି ପାହାଡ ଉପରେ ମଧ୍ୟ ଭୋଟ ଦାନ ଅନୁଷ୍ଠିତ ହୋଇଛି ।

ମାଓବାଦୀଙ୍କ ଧମକକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏସଓଜି ଏବଂ ବିଏସଏଫ ଯବାନ ମାଓବାଦୀ ପ୍ରବଣ ଅଞ୍ଚଳ ଘେରି ରହିଥିବା ସୂଚନା ମିଳିଛି। ଭୋଟର ଓ ନିର୍ବାଚନ ଡ୍ୟୁଟିରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଥିବା ପରିଲିକ୍ଷିତ ହୋଇଛି। ଭୋଟରମାନେ ଉତ୍ସାହର ସହ ମତଦାନ କରିଛନ୍ତି। କୋଭିଡ କଟକଣା ମଧ୍ୟରେ ନିର୍ବାଚନ ହୋଇଛି। ଅନେକ ନୂତନ ଭୋଟର ପ୍ରଥମ ଥର ପାଇଁ ଭୋଟଦାନ ମଧ୍ୟ କରିଛନ୍ତି।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

12:45 February 20

କେନ୍ଦୁଝରର ୩ଟି ବ୍ଲକରେ ସୁରୁଖୁରୁରେ ଛାଲିଛି ମତଦାନ

କେନ୍ଦୁଝର: ଜିଲ୍ଲାର ଆନନ୍ଦପୁର, ହାଟଡିହି ଓ ଝୁମ୍ପୁରା ବ୍ଲକର ୯୧୦ ବୁଥ୍‌ରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । ୩ଟି ବ୍ଲକରେ ୧୦ ଜିଲ୍ଲାପରିଷଦ ସଦସ୍ୟ, ୬୯ ସରପଞ୍ଚ, ୬୭ ସମିତିସଭ୍ୟ ଏବଂ ୫୨୫ ୱାର୍ଡସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମୋଟ ୩୦୦୧୮୨ଜଣ ମତଦାତା । ମତଦାନ ପକ୍ରିୟା ସୁରୁଖୁରୁରେ ଚାଲୁଥିବା ବେଳେ ଅବାଧ ମତଦାନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

12:34 February 20

ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫ ପ୍ରତିଶତରୁ ଅଧିକ ମତଦାନ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଜାରି । ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫ ପ୍ରତିଶତରୁ ଅଧିକ ମତଦାନ । ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲା କୁ ଛାଡି ଅନ୍ୟ ପ୍ରାୟ ସବୁ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେଉଛି । ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।

ଯାଜପୁର ଜିଲ୍ଲାର କିଛି ବୁଥରେ ନିର୍ବାଚନ ବାଧା ପ୍ରାପ୍ତ ହୋଇଛି । ବିଞ୍ଝାରପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ଆମ ପାଖକୁ କୌଣସି ଖବର ଆସିନାହିଁ । ଜିଲ୍ଲାପାଳଙ୍କଠୁ ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ନେଇ କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

12:03 February 20

ଜଗତସିଂହପୁରର ୨ଟି ବ୍ଲକରେ ଚାଲିଛି ମତଦାନ

ଜଗତସିଂହପୁରର ୨ଟି ବ୍ଲକରେ ଚାଲିଛ ତୃତୀୟ ପର୍ଯ୍ୟାୟ ନିର୍ବାଚନ

ଜଗତସିଂହପୁର: ଜିଲ୍ଲାର ବିରିଡି ଓ ତିର୍ତ୍ତୋଲ ବ୍ଲକରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟlୟ ଭୋଟ ଗ୍ରହଣ ଜାରି ରହିଛି । ଏହି ଦୁଇଟି ବ୍ଲକରେ ପ୍ରାୟ ୨ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି ।ସକାଳ ୭ଟାରୁ ବିଭିନ୍ନ ବୁଥରେ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ କରାଯାଉଛି । ଯୁବକଙ୍କ ଠାରୁ ଆରମ୍ଭ କରି ମହିଳା ଓ ବୟସ୍କ ମାନେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ଦିନ ୧୧ଟା୩୦ ସୁଦ୍ଧା ତିର୍ତ୍ତୋଲରେ 10.58 ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ବେଳେ ବିରିଡି ବ୍ଲକରେ 13 ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

12:02 February 20

ବାଲେଶ୍ଵରରେ ମହିଳାଙ୍କ ପାଇଁ ପିଙ୍କ ବୁଥ

ବାଲେଶ୍ଵରରେ ପିଙ୍କ ବୁଥରେ ମତଦାନ କରୁଛନ୍ତି ମହିଳା ଭୋଟର

ବାଲେଶ୍ଵର: ଜିଲ୍ଲାରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଜିଲ୍ଲାର ଖଇରା, ସିମୁଳିଆ ଓ ସୋର ବ୍ଲକରେ ମତସାବ୍ୟସ୍ତ କରୁଛନ୍ତି ଭୋଟର । ମହିଳା ଭୋଟର ମାନେ ପିଙ୍କ ବୁଥରେ ମତଦାନ କରୁଥିବା ବେଳେ ବେସ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ମୋଟ 1,117ଟି ବୁଥ ଥିବା ବେଳେ 167ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। ପୋଲିସ ପ୍ରଶାସନ ପକ୍ଷରୁ 44 ଟି ମୋବାଇଲ ପାର୍ଟି ନିୟୋଜିତ ଅଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

12:01 February 20

ତିହିଡି ବ୍ଲକରେ ମତଦାନ କରୁଛନ୍ତି ମତଦାତା

ତିହିଡ ବ୍ଲକରେ ମତଦାନ କରୁଛନ୍ତି ମତଦାତା

ଭଦ୍ରକ: ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ । କୋରୋନା କଟକଣା ମଧ୍ୟରେ ତିହିଡ ବ୍ଲକରେ ମତଦାନ କରୁଛନ୍ତି ମତଦାତା । ବ୍ଲକର ୬ ନମ୍ବର ଜୋନ ଦୟାନନ୍ଦ ପଞ୍ଚାୟତରେ ଧାଡିରେ ଠିଆ ହୋଇ ଭୋଟ ଦେଉଛନ୍ତି ଭୋଟର ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

10:54 February 20

ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକରେ ମତଦାନ ଜାରି

ନବରଙ୍ଗପୁର: ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକରେ ଆରମ୍ଭ ହୋଇଯାଇଛି ତୃତୀୟ ପର୍ଯ୍ୟାୟ ମତଦାନ । ୪୩୮ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ଲକ୍ଷ ୬୧ହଜାର ୬୭୧ ଭୋଟର । ନବରଙ୍ଗପୁର ବ୍ଳକର ୨ଟି ଜିଲ୍ଲା ପରିଷଦ ଜୋନରେ ୬ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଥିବା ବେଳେ ୧୩ଟିପଞ୍ଚାୟତର ୧୩ଟି ସମିତି ସଭ୍ୟ ଓ ୧୩ଟି ସରପଞ୍ଚ ପଦ ପାଇଁ ୩୯ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି କୋଷାଗୁମୁଡା ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ନିର୍ବାଚନ ହେଉଛି । ଏଥିପାଇଁ ମୋଟ ୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି, ୨୬ଟି ସମିତିସଭ୍ୟ ପାଇଁ ୬୬ଜଣ, ୨୬ ସରପଞ୍ଚ ପଦ ପାଇଁ ୯୦ ଜଣ, ଓ୍ବାଡମେମ୍ବର ପଦ ପାଇଁ ୧୧୪ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ନିର୍ବାଚନ ପରିଚାଳନା ପାଇଁ ନବରଙ୍ଗପୁର ବ୍ଳକର ୧୫୯ ବୁଥ ପାଇଁ ୯୯୩ ଜଣ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କୋଷାଗୁମୁଡା ବ୍ଲକର ୩୦୧ ବୁଥପାଇଁ ୫୨୫ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ନବରଙ୍ଗପୁର ବ୍ଲକର ୨୦ଟି ଓ କୋଷାଗୁମୁଡାବ୍ଲକର ୧୬ଟି ସମ୍ବେଦନଶୀଳ ଓ ୩ଟି ଅତି ସମ୍ବେଦନଶୀଳ ବୁଥ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ SI, ୧୪ ଜଣ ଏଏସ୍‌ଆଇଙ୍କ ସହ ୪୬୦ ଜଣ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

10:54 February 20

ରେଙ୍ଗାଲୀ ଓ ଜମେନକିରା ବ୍ଲକରେ ମତଦାନ ଜାରି

ରେଙ୍ଗାଲୀ ଓ ଜମେନକିରା ବ୍ଲକରେ ମତଦାନ ଜାରି

ସମ୍ବଲପୁର: ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି । ଜିଲ୍ଲାର ରେଙ୍ଗାଲି ଏ ଜମେନକିରା ବ୍ଲକରେ ମତଦାନ ଆରମ୍ଭ ହୋଇୟାଇଛି । ରେଙ୍ଗାଲି ବ୍ଲକ 16 ଟି ପଞ୍ଚାୟତର 190 ବୁଥରେ 68,123 ଭୋଟର ମତସାବ୍ୟସ୍ତ କରୁଛନ୍ତି ସେହିପରି ଜମେନକିରା ବ୍ଲକର 21 ପଞ୍ଚାୟତରେ 273 ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା ରହିଛି । ଏଠାରେ 72,643 ଭୋଟର ରହିଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

10:21 February 20

ରଘୁନାଥପୁର ପୁଲିଂ ବୁଥରେ ଭୋଟଙ୍କ ମୁଡ

ରଘୁନାଥପୁର ପୁଲିଂ ବୁଥରେ ଭୋଟଙ୍କ ମୁଡ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ । ଜିଲ୍ଲାର ଛତ୍ରପୁର ,ଗଞ୍ଜାମ ,ବେଲଗୁଣ୍ଠା ,ଧରାକୋଟ ଓ ପାତ୍ରପୁର ବ୍ଳକରେ ମତଦାନ ଆରମ୍ଭ ହୋଇଯାଇଛି । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଛତ୍ରପୁର ବ୍ଳକର ରଘୁନାଥପୁର ପୁଲିଂ ବୁଥରେ ଧାଡିରେ ଠିଆ ହୋଇ ଭୋଟ ଦେଉଛନ୍ତି ଭୋଟର ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

10:11 February 20

କାମାକ୍ଷାନଗର ଓ ପରଜଙ୍ଗ ବ୍ଲକରେ ମତଦାନ ଜାରି

କାମାକ୍ଷାନଗର ଓ ପରଜଙ୍ଗ ବ୍ଲକରେ ମତଦାନ ଜାରି

ଢେଙ୍କାନାଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ । ଜିଲ୍ଲାର ପରଜଙ୍ଗ ବ୍ଲକର ୨୯ଟି ଓ କାମାକ୍ଷାବଗରର ୨୨ଟି ପଞ୍ଚାୟତରେ ସକାଳ ୭ଟାରୁ ଆରମ୍ଭ ହୋଇଚି ଭୋଟ ଗ୍ରହଣ । ଉଭୟ ବ୍ଲକର ୭ଟି ଜୋନ ପାଇଁ ଜିଲ୍ଲାପରିଷଦ ସଭ୍ୟ,୫୧ଟି ପଞ୍ଚାୟତରେ ସରପଞ୍ଚ, ୪୯ ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ମୋଟ ୧୪୦୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର।

ଉଭୟ ପରଜଙ୍ଗ ଓ କାମାକ୍ଷାନଗର ବ୍ଲକର ୧ଲକ୍ଷ ୯୮ହଜାର ୯୬୧ ଭୋଟର ୬୫୭ଟି ବୁଥରେ ମତ ସାବ୍ୟସ୍ତ କରୁଛନ୍ତି । ସେଥି ମଧ୍ୟରୁ ପରଜଙ୍ଗର ୫୭ଟି, କାମାକ୍ଷାନଗରର ୩୪ଟି ବୁଥ ଏପରି ମୋଟ ୧୦୧ଟି ସମ୍ବେଦନଶୀଳ ବୁଥ ରହିଛି । ଅପରପକ୍ଷରେ ପରଜଙ୍ଗ ବ୍ଲକର କୁଅଁଲୋ ଓ ପିତିରି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଦୁଇଜଣ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇସାରିଥିବା ଜଣାପଡିଛି । ତେବେ ଭୋଟ ଗ୍ରହଣକୁ ଅବାଧ ଓ ନିରପେକ୍ଷ କରିବାକୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

09:58 February 20

କନ୍ଧମାଳର ୩ଟି ବ୍ଲକରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ଭୋଟ ଆରମ୍ଭ ହୋଇ ଯାଇଛି । ଫୁଲବାଣୀ , ଖଜୁରୀପଡା ଓ ଫିରିଙ୍ଗିଆ ବ୍ଲକରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହେଉଛି । ଏହି ୩ଟି ବ୍ଲକରେ ୬୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର । ନିର୍ବାଚନରେ ଭୋଟ ଗ୍ରହଣ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ଏହି ୩ଟି ବ୍ଲକରେ ୪୧ଟି ବୁଥ୍‌କୁ ବଦଳାଇ ଦିଆଯାଇଛି । ଯେଉଁ ବୁଥ୍ ବଦଳିଛି, ସେଠାର ଭୋଟରମାନେ କେଉଁ ବୁଥ୍‌ରେ ଭୋଟ ଦେବେ ତାହା ସେମାନଙ୍କୁ ଜଣାଇ ଦିଆଯାଇଛି ।

ଫିରିଙ୍ଗିଆ ବ୍ଲକରେ ସର୍ବାଧିକ ୩୧ଟି ବୁଥ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଖଜୁରୀପଡାରେ ୭ଟି ଏବଂ ଫୁଲବାଣୀରେ ୩ଟି ବୁଥ୍ ବଦଳିଛି । ଏହି ୩ଟି ବ୍ଲକର ୪୯ଟି ପଞ୍ଚାୟତରେ ୧ ଲକ୍ଷ ୨୩ ହଜାର ୬୦୧ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । । ନିର୍ବାଚନ ଶାନ୍ତିଶୃଙ୍ଖଳାରେ କରିବା ପାଇଁ ପ୍ରଶାସନ ପକ୍ଷରୁ ବିହୀତ ପଦକ୍ଷେପ ଗ୍ରହଣ କରାଯାଇଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

09:57 February 20

ହରଭଙ୍ଗା ବ୍ଲକରେ ମତଦାନ ଆରମ୍ଭ

ହରଭଙ୍ଗା ବ୍ଲକରେ ମତଦାନ ଆରମ୍ଭ

ବୌଦ୍ଧ: ଜିଲ୍ଲାରେ ଆଜି ଶେଷ ତଥା ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ହରଭଙ୍ଗା ବ୍ଲକର 22 ଗୋଟି ପଞ୍ଚାୟତ ଓ ତିନୋଟି ଜିଲ୍ଲା ପରିଷଦ ଜୋନ ପାଇଁ ଆଜି ସକାଳୁ ବିଭିନ୍ନ ବୁଥରେ ମତଦାତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ହରଭଙ୍ଗା ବ୍ଲକର ମୋଟ 617 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ 95 ହଜାର ଭୋଟର ।

ସେପଟେ ହରଭଙ୍ଗା ବ୍ଲକ ଆଢେଣୀଗଡ ପଞ୍ଚାୟତରେ ବ୍ୟାପକ ନିର୍ବାଚନ ହିଂସା ହୋଇଥିବା ସୂଚନା ମିଳିଛି । ପଞ୍ଚାୟତର କଣ୍ଡରା, କାଚପାଜୁ, ବାଙ୍କପାଜୁ ଓ ସୁଲକେଟି ଭଳି ଆଦିବାସୀ ଅଧ୍ୟୁଷିତ ଚାରି ଖଣ୍ଡ ଗ୍ରାମବାସୀ ଆଜି ଭୋଟ ବର୍ଜନ କରିଛନ୍ତି । ସେମାନଙ୍କୁ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଥିବାରୁ ଶତାଧିକ ପରିବାର ଆଜି ମତଦାନରୁ ବିରତ ରହିଛନ୍ତି । ସେପଟେ ହିଂସାକାଣ୍ଡ ଓ ବୁଥ କ୍ୟାପଚରିଂକୁ ରୋକିବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଏନେଇ ତୀକ୍ଷ୍ଣ ନଜର ରଖିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

09:16 February 20

ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ମତଦାନ ଆରମ୍ଭ

କେନ୍ଦ୍ରାପଡ଼ା: ଆଜି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ମତଦାନରେ ଭୋଟ ଦେଉଛନ୍ତି ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକର ୨ଲକ୍ଷ ୭୩ ହଜାର ୭୩୩ ଭୋଟର। ଦୁଇଟି ବ୍ଲକର ମୋଟ ୬୦ଟି ପଞ୍ଚାୟତର ୭୮୫ଟି ବୁଥରେ ମତଦାନ କାର୍ଯ୍ୟ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସକାଳ ୭ରୁ ଏହି ମତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ରେ ଶେଷ ହେବ ଏହି ମତଦାନ କାର୍ଯ୍ୟକ୍ରମ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

09:15 February 20

ରାୟଗଡ଼ରେ ଆରମ୍ଭ ହୋଇଯାଇଛି ମତଦାନ

ରାୟଗଡ଼ରେ ଆରମ୍ଭ ହୋଇଯାଇଚି ମତଦାନ

ଗଜପତି: ଜିଲ୍ଲାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଲୋକେ ଶାନ୍ତି ଶୃଙ୍ଖଳାରେ ନିଜର ମତ ସାବ୍ୟସ୍ତ କରୁଛନ୍ତି । ରାୟଗଡ଼ ବ୍ଲକରେ ୨୧ଟି ପଞ୍ଚାୟତ ରହିଥିବା ବେଳେ ୨ଟି ଜିଲ୍ଲା ପରିଷଦ ଜୋନ୍ ରହିଛି। ବ୍ଲକର ୨୪୯ଟି କେନ୍ଦ୍ରରେ ଭୋଟ ଗ୍ରହଣ ଜାରି ରହିଛି। ୨୧ ଟି ପଞ୍ଚାୟତ ପାଇଁ ୯୪ଜଣ ସରପଞ୍ଚ ୬୨ ଜଣ ସମିତି ସଭ୍ୟ ପ୍ରାର୍ଥୀ ରହିଛନ୍ତି। ରାୟଗଡ଼ ଓ ଗଣ୍ଡାହାତୀ ପଞ୍ଚାୟତର ଦୁଇ ଜଣ ସମିତି ସଭ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି । ସେହିଭଳି ୨ଟି ଜୋନ ପାଇଁ ୬ଜଣ ପ୍ରାର୍ଥୀ ରହିଛନ୍ତି। ଆଜି ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫୨, ୬୩୬ଜଣ ଭୋଟର। ପ୍ରଥମ ଥର ପାଇଁ ଦୁଇଟି ପିଙ୍କ ବୁଥ୍ ହୋଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

08:59 February 20

ସାଲେପୁର-କଣ୍ଟାପଡା- ତିଗିରିଆରେ ମତଦାନ ଜାରି

ସାଲେପୁର-କଣ୍ଟାପଡା- ତିଗିରିଆରେ ମତଦାନ ଜାରି

କଟକ: ଜିଲ୍ଲାର ସାଲେପୁର, କଣ୍ଟାପଡା ଓ ତିଗିରିଆ ତିନୋଟି ବ୍ଲକରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ । ୮ଟି ଜିଲ୍ଲା ପରିଷଦ ଜୋନ ୬୩ଟି ପଞ୍ଚାୟତର ୯୯୮ଟି ୱାର୍ଡ଼ର ୨ଲକ୍ଷ ୯୯ହଜାର ୫୧୭ ଜଣ ଭୋଟର ୨୧୩୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସାଲେପୁର ବ୍ଲକର ୪ଟି ଜିଲ୍ଲା ପରିଷଦ ୩୫ଟି ପଞ୍ଚାୟତରେ ୫୬୪ଟି ବୁଥ କରାଯାଇଛି । କଣ୍ଟାପଡାରେ ଦୁଇଟି ଜିଲ୍ଲା ପରିଷଦ ଓ ୧ ଟି ପଞ୍ଚାୟତରେ ମତଦାନ ହେଉଛି । ତିଗିରିଆ ବ୍ଲକର ଦୁଇଟି ଜିଲା ପରିଷଦ ଓ ୧୪ଟି ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

08:59 February 20

ଖୋର୍ଦ୍ଧା ଏବଂ ଚିଲିକାରେ ମତଦାନ ଜାରି

ଖୋର୍ଦ୍ଧା ଏବଂ ଚିଲିକାରେ ମତଦାନ ଜାରି

ଖୋର୍ଦ୍ଧା: ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ। ଜିଲ୍ଲାର ଖୋର୍ଦ୍ଧା ଏବଂ ଚିଲିକାରେ ବ୍ଲକର 550 ବୁଥରେ ମତଦାନ ପାଇଁ ଭୋଟରଙ୍କ ଲାଗିଛି ଲମ୍ବା ଲାଇନ । ଏହି ଦୁଇ ବ୍ଲକରେ 6ଟି ଜିଲ୍ଲାପରିଷଦ ଆସନ ପାଇଁ 25 ଜିଲ୍ଲାପରିଷଦ ପାର୍ଥୀ, 39 ସରପଞ୍ଚ ଓ ସମିତିସଭ୍ୟ ପଦ ପାଇଁ 162 ସରପଞ୍ଚ ପାର୍ଥୀ,125 ସମିତିସଭ୍ୟ ପାର୍ଥା ଏବଂ 550 ୱାର୍ଡ ସଭ୍ୟ ପଦବୀ ପାଇଁ 856 ୱାର୍ଡ ସଭ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦୀତା କରୁଛନ୍ତି । ମୋଟ 2 ଲକ୍ଷ 8ହଜାର 79ଜଣ ଭୋଟର ଆଜି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ସକାଳ 7ଟା ରୁ ଦିନ 1ଟା ପର୍ଯ୍ୟନ୍ତ ମତଦାନ କାର୍ଯ୍ୟ ଚାଲିବାକୁ ଥିବା ବେଳେ ନିର୍ବାଚନକୁ ସ୍ବଚ୍ଛ,ଅବାଧ ଓ ନିରପେକ୍ଷ କରିବାପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଛି । ସେହିପରି ଖୋର୍ଦ୍ଧା ଏବଂ ଚିଲିକା ବ୍ଲକରେ 145 ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

08:03 February 20

କଳାହାଣ୍ଡିର ୩ଟି ବ୍ଲକରେ ମତଦାନ ଆରମ୍ଭ

କଳାହାଣ୍ଡିର ୩ଟି ବ୍ଲକରେ ମତଦାନ ଆରମ୍ଭ

ଭବାନୀପାଟଣା: ଜିଲ୍ଲାର ଧର୍ମଗଡ଼, କୋକସରା, ଜୟପାଟଣା ବ୍ଲକରେ ଆରମ୍ଭ ହୋଇଯାଇଛି ତୃତୀୟ ପର୍ଯ୍ୟାୟ ମତଦାନ। ଏନେଇ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଜି ଧର୍ମଗଡ଼ ବ୍ଲକର ୨୮୪ଟି ବୁଥରେ ୯୧ ହଜାର୩୧୮ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରୁଥିବା ବେଳେ କୋକସରା ବ୍ଲକର ୨୬୨ ବୁଥରେ ୮୭ ହଜାର ୮୩୯ ଜଣ ଭୋଟର ଦେଉଛନ୍ତି ଭୋଟ। ସେହିଭଳି ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଜୟପାଟଣା ବ୍ଲକର ୨୮୭ ଟି ବୁଥରେ ୯୩ ହଜାର ୧୯୮ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରୁଛନ୍ତି। ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ୫୫ ଟି ସମ୍ବେଦନଶୀଳ ବୁଥ ଥିବାବେଳେ ଏନେଇ ୧୦ ଟି ମୋବାଇଲ ପେଟ୍ରୋଲିଂ ଟିମ ଓ ୨୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ଧର୍ମଗଡ଼ ବ୍ଲକର ୨୮୪ଟି ବୁଥରେ ୯୦୨ ଜଣ ନିର୍ବାଚନୀ କର୍ମଚାରୀ ନିୟୋଜିତ ଅଛନ୍ତି । କୋକସରା ବ୍ଲକରେ ୨୬୨ ଟି ବୁଥରେ ୮୨୮ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜୟପାଟଣା ବ୍ଲକରେ ୨୮୭ଟି ବୁଥରେ୯୧୨ଅଧିକାରୀ ଙ୍କୁ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳା ସହ ଜାରୀ ରହିଛି ନିର୍ବାଚନ ପ୍ରକ୍ରିୟା।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

08:03 February 20

ପୁରୀ ଜିଲ୍ଲାର ୨ଟି ବ୍ଲକରେ ମତଦାନ ଆରମ୍ଭ

ପୁରୀ ଜିଲ୍ଲାର ୨ଟି ବ୍ଲକରେ ମତଦାନ ଆରମ୍ଭ

ପୁରୀ: ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ ହେଉଛି । ସତ୍ୟବାଦୀ ଓ ସଦର ବ୍ଲକରେ ଆରମ୍ଭ ହୋଇଯାଇଛି ମତଦାନ । ଉକ୍ତ ଦୁଇଟି ବ୍ଲକର ୫୪ଟି ଗ୍ରାମ ପଞ୍ଚାୟତର ୭୨୮ଟି ୱାର୍ଡ ଓ ୬ଟି ଜିଲ୍ଲା ପରିଷଦ ଜୋନରେ ମତଦାନ ଚାଲିଛି । ସତ୍ୟବାଦୀରେ ୮୩ଜଣ ସରପଞ୍ଚ, ୮୬ ଜଣ ସମିତି ସଭ୍ୟ, ୮୨୨ ଜଣ ୱାର୍ଡମେମ୍ବର, ୨୪ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ରହିଛନ୍ତି । ସେହିପରି ପୁରୀ ସଦର ବ୍ଲକରେ ୧୨୫ ଜଣ ସରପଞ୍ଚ, ୯୭ଜଣ ସମିତି ସଭ୍ୟ, ୮୩୫ ଜଣ ୱାର୍ଡମେମ୍ବର, ୧୬ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମୋଟ ୨୧୮୯୭୩ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥିନିମନ୍ତେ ସତ୍ୟବାଦୀ ପାଇଁ ୨୪ ଜଣ ଏବଂ ପୁରୀ ସଦର ପାଇଁ ୨୯ ଜଣ ସେକ୍ଟର ଅଫିସର ନିଯୁକ୍ତ ହୋଇଛନ୍ତି । ଉଭୟ ବ୍ଲକରେ ୧୫୧ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ଏତଦବ୍ୟତୀତ ସତ୍ୟବାଦୀ ବ୍ଲକର ପେଣ୍ଠପଡା ପଞ୍ଚାୟତର ୬ନଂ ୱାର୍ଡ, ପୁରୀ ସଦରର ଗୋପିନାଥପୁର ପଞ୍ଚାୟତର ୫ନଂ ୱାର୍ଡକୁ ପିଙ୍କ ବୁଥ ଭାବେ ବ୍ୟବସ୍ଥା କରାଯାଇଛି ଯେଉଁଠାରେ ମତଦାନ ପରିଚାଳନା ନିମନ୍ତେ ସମସ୍ତ ପୋଲିଂ କର୍ମଚାରୀ ମହିଳା ହିଁ ରହିଛନ୍ତି । ସକାଳ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ମତଦାନ ହୋଇ ଆସନ୍ତା ୨୬ ତାରିଖରେ ସଂପୃକ୍ତ ବ୍ଲକରେ ଭୋଟ ଗଣତି ହେବ । ଅବାଧ ଓ ନିରପେକ୍ଷ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

06:41 February 20

Panchayat Election: ଆଜି ତୃତୀୟ ପର୍ଯ୍ୟାୟ ମତଦାନ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପାଇଁ ବୁଥରେ ଆରମ୍ଭ ହୋଇଯାଇଛି ମତଦାନ । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ଯାଏଁ ଜାରି ରହିବ । ନିଜ ମନ ପସନ୍ଦର ପ୍ରାର୍ଥୀକୁ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି ମତଦାତା । ୨୯ଟି ଜିଲ୍ଲାର ୬୩ ବ୍ଲକର ୧୭୧ଟି ଜିଲ୍ଲା ପରିଷଦ ଜୋନ, 1382ଟି ଗ୍ରାମ ପଞ୍ଚାୟତରେ ଭୋଟ ଗ୍ରହଣ ହେବ। ୧୮୪୯୫ଟି ବୁଥରେ ୫୬୫୩୪୦୫ ଭୋଟର ନିଜର ମତଦାନ କରିବେ।

Last Updated : Feb 20, 2022, 10:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.