ETV Bharat / city

ଆଜି ଶ୍ରାବଣ ମାସର ତୃତୀୟ ସୋମବାର, ଶୂନଶାନ ଶୈବପୀଠ

author img

By

Published : Aug 9, 2021, 6:24 AM IST

ଆଜି ହେଉଛି ଶ୍ରାବଣ ମାସର ତୃତୀୟ ସୋମବାର । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତ-ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି ମହାମାରୀ କୋରୋନା । ଅଧିକ ପଢନ୍ତୁ...

ଆଜି ଶ୍ରାବଣ ମାସର ତୃତୀୟ ସୋମବାର
ଆଜି ଶ୍ରାବଣ ମାସର ତୃତୀୟ ସୋମବାର

ଭୁବନେଶ୍ବର: ବର୍ଷକ ୧୨ ମାସ ମଧ୍ୟରେ ଶ୍ରାବଣ ମାସ ପବିତ୍ର ମାସ । ଆଜି ହେଉଛି ଶ୍ରାବଣ ମାସର ତୃତୀୟ ସୋମବାର । ଏହି ମାସଟି ମହାଦେବଙ୍କୁ ସମର୍ପିତ । ବିଶ୍ବାସ ରହିଛି ଶ୍ରାବଣ ସୋମବାର ମହାଦେବଙ୍କୁ ଜଳଲାଗି କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ସେଥିପାଇଁ ପାଇଁ ଭକ୍ତଟିଏ କାହିଁ କେତେ ଦୂରରୁ ଧାଇଁ ଆସି ଭୋଳାବାବାଙ୍କୁ ଜଳଲାଗି କରିଥାଏ । ବିଧି ବିଧାନ ଅନୁସାରେ ଭଗବାନ ଶିବଙ୍କୁ ପୂଜା କରାଯାଏ । ହେଲେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତ-ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି ମହାମାରୀ କୋରୋନା ।

ପ୍ରଥମ ଓ ଦ୍ବିତୀୟ ସୋମବାର ପରି ତୃତୀୟ ସୋମବାର ମଧ୍ୟ ଖାଁ ଖାଁ ପଡିଛି ଶୈବପୀଠ । ସୂର୍ଯ୍ୟ ଉଦୟ ହେଲା ବେଳକୁ ଯେଉଁଠି ଶିବ ଭକ୍ତଙ୍କ କୋଳାହଳରେ ମନ୍ଦିର ଫାଟି ପଡୁଥିଲା ତାହା ଏବେ ଜନଶୂନ୍ୟ । କୋରୋନା ମୁକାବିଲାକୁ ଆଖିରେ ରାଜ୍ୟ ସରକାର ଚଳିତ ବର୍ଷ ବୋଲବମ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ଏନେଇ ବିଭିନ୍ନ ଜିଲ୍ଲାରେ କଟକଣା ଲାଗୁ ହୋଇଛି । ତେଣୁ ଏବର୍ଷ ବି ଭକ୍ତ ଓ ଭଗବାନର ମିଳନ ହୋଇପାରିନାହିଁ ।

ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି । ଶ୍ରାବଣ ମାସରେ ନୀଳକଣ୍ଠଙ୍କ ଜଳଲାଗି ଉତ୍ସବ ପାଳନ କରାଯାଏ । ଏହି ଯାତ୍ରା ପାଇଁ ଦେଶର ବିଭିନ୍ନ ଶୈବକ୍ଷେତ୍ରରେ ଏହି ଉତ୍ସବ ପାଳନ କରାଯାଇଥାଏ ।

ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ଧରି ଚାଲି ଚାଲି ସଂପୂର୍ଣ୍ଣ ପଥ ଅତିକ୍ରମ କରିଥାନ୍ତି । ଭୋଳା ବାବା ପାର କରେଗା, ବୋଲ ବମ ହରହର ବମ୍‌ ଧ୍ବନିରେ ଗଗନପବନ ମୁଖରିତ ହୋଇଥାଏ । ବର୍ଷା, ପବନକୁ ଖାତିର ନ କରି ରାସ୍ତାରେ ମାନସିକଧାରୀ କାଉଡିଆମାନେ ଶିବଙ୍କ ପାଇଁ ପାଣି ଭାର ନେଇ ଚାଲିଥାନ୍ତି ମାଇଲ ମାଇଲ ବାଟ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.