ETV Bharat / city

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, କିନ୍ନର ପାଇଁ ସଂରକ୍ଷଣ ରଖିବାକୁ ଉଠିଲା ଦାବି - ପଞ୍ଚାୟତ ନିର୍ବାଚନ

ଆଗକୁ ଆସୁଛି ନିର୍ବାଚନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ନିର୍ବାଚନରେ କିନ୍ନର ପାଇଁ ସଂରକ୍ଷଣ ରଖିବାକୁ ଦାବି ଉଠୁଛି । ତ୍ରିସ୍ତରୀୟ ପଞ୍ଚାୟତରେ କିନ୍ନରଙ୍କ ସଂରକ୍ଷଣ ଦାବିକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ...

କିନ୍ନର ପାଇଁ ସଂରକ୍ଷଣ ରଖିବାକୁ ଉଠିଲା ଦାବି
କିନ୍ନର ପାଇଁ ସଂରକ୍ଷଣ ରଖିବାକୁ ଉଠିଲା ଦାବି
author img

By

Published : May 1, 2021, 12:23 PM IST

ଭୁବନେଶ୍ବର:ଆଗକୁ ଆସୁଛି ନିର୍ବାଚନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତେବେ ନିର୍ବାଚନରେ କିନ୍ନର ପାଇଁ ସଂରକ୍ଷଣ ରଖିବାକୁ ଦାବି ଉଠୁଛି । ତ୍ରିସ୍ତରୀୟ ପଞ୍ଚାୟତରେ କିନ୍ନରଙ୍କ ସଂରକ୍ଷଣ ଦାବିକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ଅଗଷ୍ଟ 4 ସୁଦ୍ଧା ରାଜ୍ୟ ସରକାରଙ୍କୁ ଦେବାକୁ ପଡିବ ଉତ୍ତର । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତୃତୀୟ ଲିଙ୍ଗ ଗୋଷ୍ଠୀ ବା କିନ୍ନରଙ୍କୁ ସଂରକ୍ଷଣ ଦିଆଯାଉ । ଅନ୍ତତଃପକ୍ଷେ 2 ପ୍ରତିଶତ ବ୍ୟବସ୍ଥା ରହିବାକୁ ଦାବି କରି ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି କିନ୍ନର ।

କିନ୍ନର ପାଇଁ ସଂରକ୍ଷଣ ରଖିବାକୁ ଉଠିଲା ଦାବି

ପୂର୍ବରୁ 2019ରେ କିନ୍ନରଙ୍କୁ ଦିଆ ଯାଇଥିଲା ଅଗ୍ରାଧିକାର । ସେମାନେ ମଧ୍ୟ ପୁରୁଷ ଓ ମହିଳା ମାନଙ୍କ ପରି ସବୁଥିରେ ମାନ୍ୟତା ପାଇପାରିବେ । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌରାନିର୍ବାଚନକୁ ଆଖିରେ ରଖି କିନ୍ନରଙ୍କ ପାଇଁ 2 ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବା ପାଇଁ କିନ୍ନର ମୀରା ପରିଡ଼ା ହାଇକୋର୍ଟରେ ପିଟିସନ ଦେଇଥିଲେ । ଏବେ ହାଇକୋର୍ଟ ଏହି ପିଟିସନକୁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଗଷ୍ଟ 4 ସୁଦ୍ଧା ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଯଦି ଏହି ପିଟିସନରେ ରଖାଯାଇଥିବା ଦାବିକୁ ରାଜ୍ୟ ସରକାର ଗ୍ରହଣ କରନ୍ତି ତବେ ଏହା ଭାରତର ପ୍ରଥମ ରାଜ୍ୟ ହେବ ଯେ କି ସାରା ଭାରତରେ ପ୍ରଥମେ କିନ୍ନର ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.