ETV Bharat / city

'ଟିକା ନେବାପରେ କୋରୋନା ହେବ ନାହିଁର ଚିନ୍ତାଧାରା ସମ୍ପୂର୍ଣ୍ଣ ଠିକ୍ ନୁହେଁ' - ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା

କୋରୋନା ମହାମାରୀକୁ ହରାଇବା ପାଇଁ ଟୀକାକରଣକୁ ଅଧିକ ଗୁରୁତ୍ବ ଦିଆଯାଉଛି । ହେଲେ ଟିକା ନେଲା ପରେ ବି ଲୋକମାନେ ଗୁରୁତର ହେଉଛନ୍ତି ଏବଂ ମୃତ୍ୟୁ ମଧ୍ୟ ହେଉଛି । ଏପଟେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଭ୍ୟାକ୍ସିନ ନେବାପରେ କୋରୋନା ହେବ ନାହିଁ ବୋଲି ସେମିତି କିଛି ନାହିଁ । ଅଧିକ ପଢନ୍ତୁ...

ଟିକା ନେବାପରେ କୋରୋନା ହେବ ନାହିଁ, ସେମିତି କିଛି ନାହିଁ: ସ୍ବାସ୍ଥ୍ୟ ନିର୍ଦେଶକ

author img

By

Published : Jun 19, 2021, 2:48 PM IST

ଭୁବନେଶ୍ବର: କୋରୋନା ମହାମାରୀକୁ ହରାଇବା ପାଇଁ ଟୀକାକରଣକୁ ଅଧିକ ଗୁରୁତ୍ବ ଦିଆଯାଉଛି । ହେଲେ ଟିକା ନେଲା ପରେ ବି ଲୋକମାନେ ଗୁରୁତର ହେଉଛନ୍ତି ଏବଂ ମୃତ୍ୟୁ ମଧ୍ୟ ହେଉଛି । ଏପଟେ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଭ୍ୟାକ୍ସିନ ନେବାପରେ କୋରୋନା ହେବ ନାହିଁ ବୋଲି ସେମିତି କିଛି ନାହିଁ । କାରଣ ଟିକା ନେବା ସାଙ୍ଗେ ସାଙ୍ଗେ ରୋଗ ପ୍ରତିରୋଧକ ଶକ୍ତି ବଢେ ନାହିଁ । କିନ୍ତୁ ଟିକା ନେଲା ପରେ 71 ରୁ 97 ପ୍ରତିଶତ ପ୍ରୋଟେକ୍ସନ ଅଛି । ଏନେଇ ଘଟଣାକୁ ନେଇ ସର୍ଭେ କରୁଛନ୍ତି ବୈଷୟିକ କମିଟି ।

ଟିକା ନେବାପରେ କୋରୋନା ହେବ ନାହିଁ, ସେମିତି କିଛି ନାହିଁ: ସ୍ବାସ୍ଥ୍ୟ ନିର୍ଦେଶକ

ତେବେ ଟିକା ନେବାର କେତେ ଦିନ ପରେ ଲୋକେ ସଂକ୍ରମିତ ହେଉଛନ୍ତି? କେତେ ଲୋକଙ୍କର ଦୁଇଟି ଡୋଜ ନେଲାପରେ ମୃତ୍ୟୁ ଘଟୁଛି? ଏବଂ ଯେଉଁମାନଙ୍କର ମୃତ୍ୟୁ ଘଟୁଛି, ସେମାନେ କେତେ ଗୁରୁତର ଥିଲେ ? ଯଦି ବେଶୀ ଗୁରୁତର ଥାଇ ମୃତ୍ୟୁ ହେଉଛି ତେବେ ଅନ୍ୟ ରୋଗ ଥିଲା କି? ନାଁ କେବଳ କୋରୋନାରେ ମୃତ୍ୟୁ ଘଟିଛି ? ଏ ସମସ୍ତ ତଥ୍ୟ ସଂଗ୍ରହ କରୁଛନ୍ତି ବୈଷୟିକ କମିଟି । ତଥ୍ୟ ମିଳିବା ପରେ ସମୀକ୍ଷା କରାଯିବ ।

ଏପଟେ ଭ୍ୟାକ୍ସିନ ନେବାପରେ କାହିଁକି ଲୋକମାନେ ସଂକ୍ରମିତ ହେଉଛନ୍ତି, ସେନେଇ ଆନାଲିସିସ କରିବା ପାଇଁ ଟେକ୍‌ନିକାଲ କମିଟି ଗଠନ କରାଯାଇଛି । ଆଜି(ଶନିବାର) ଏହି କମିଟିର ପ୍ରଥମ ବୈଠକ ବସିବାକୁ ଯାଉଛି । ଓଡିଶାରେ ଟିକା ନେଲା ପରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି, ତାହାର ତର୍ଜମା ଚାଲିଛି । ଦରକାର ପଡ଼ିଲେ ଅନ୍ୟ ଏକ୍ସପର୍ଟଙ୍କ ସହାୟତା ନିଆଯିବ ବୋଲି ସେ କହିଛନ୍ତି ।

ତେବେ ଆଇସିଏମଆର ଡାଟା ଅନୁଯାୟୀ ଦେଶରେ 0.04 ପ୍ରତିଶତ ପ୍ରଥମ ଡୋଜ ଓ 0.03 ପ୍ରତିଶତ ଦ୍ବିତୀୟ ଡୋଜ ନେଇ ସଂକ୍ରମିତ ହେଉଛନ୍ତି । ମାତ୍ର ଏହା ମଧ୍ୟରେ ଭଲ ଖବର କି ଭ୍ୟାକ୍ସିନେସନ ପରେ 75 ଭାଗ ଲୋକଙ୍କୁ ମେଡିକାଲ ଯିବାକୁ ପଡୁନି । ଅନ୍ୟପଟେ ଓଡ଼ିଶାରେ କେତେଟା ଟୀକା ପରେ ମୃତ୍ୟୁ ହୋଇଛି ଯାହାର ତର୍ଜମା ଚାଲିଛି ବୋଲି କହିଛନ୍ତି, ଆଇଏଲଏସ ଅଜୟ ପରିଡା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.