ETV Bharat / city

ରାଜ୍ୟରେ ବଢୁଛି ଟେଷ୍ଟିଂ ଡିମାଣ୍ଡ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Apr 27, 2021, 12:47 PM IST

କୋରୋନା ପରୀକ୍ଷା କରିବାକୁ ରାଜ୍ୟରେ ଟେଷ୍ଟିଂ କିଟର ଅଭାବ ନାହିଁ, ଦିନକୁ ଦିନ ପରୀକ୍ଷାର ଡିମାଣ୍ଡ ବଢୁଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ....

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଭୁବନେଶ୍ବର: ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ । ମହାମାରୀକୁ ନେଇ ଭୟଭୀତ ରାଜ୍ୟବାସୀ । କୋରୋନା ପରୀକ୍ଷା କରିବାକୁ ରାଜ୍ୟରେ ଟେଷ୍ଟିଂ କିଟର ଅଭାବ ନାହିଁ ଦିନକୁ ଦିନ ପରୀକ୍ଷାର ଡିମାଣ୍ଡ ବଢୁଛି ବୋଲି କହଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ରାଜ୍ୟରେ ଟେଷ୍ଟିଂ କିଟର ଅଭାବ ନାହିଁ

ଲୋକମାନେ ଆଗ୍ରହର ସହିତ କୋରୋନା ପରୀକ୍ଷା କରୁଛନ୍ତି । ଟେଷ୍ଟ ପାଇଁ ରାଜ୍ୟରେ ଥିବା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଭିଡ ଲାଗି ରହିଛି । ଏନେକ ସ୍ଥାନରେ ଲୋକମାନେ ଟେଷ୍ଟ କରି ନ ପାରି ଫେରୁଛନ୍ତି ଫଳରେ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖାଲି ଟାର୍ଗେଟ ରଖି ପରୀକ୍ଷା କଲେ ହେବନାହିଁ ଆବଶ୍ୟକ ଅନୁସାରେ ପରୀକ୍ଷା କରିବା ଉଚିତ । ମୁଖ୍ୟତଃ ଲକ୍ଷଣ ଥିବା ବ୍ୟକ୍ତି, ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତି ଓ ସଂକ୍ରମିତଙ୍କ ସଂଷ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କର ପରୀକ୍ଷା କରାଇବାକୁ କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ସେ ଆହୁରି କହିଛନ୍ତି, ରାଜ୍ୟରେ ଟେଷ୍ଟିଂ କିଟର ଅଭାବ ନାହିଁ । ଟେଷ୍ଟିଂଙ୍କର ଡିମାଣ୍ଡ ବଢୁଛି । ଅତି ଅବଶ୍ୟକତା ନଥିଲେ ହସ୍ପିଟାଲକୁ ଯାଆନ୍ତୁ ନାହିଁ । ଘରେ ରହି ଚିକିତ୍ସିତ ହୁଅନ୍ତୁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.