ଭୁବନେଶ୍ବର: ରାଜଧାନୀରେ ଦିନ ଦ୍ଵିପ୍ରହରରେ ହତ୍ୟାକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଏହା ନୂଆ କଥା ନୁହେଁ । ରାଜ୍ୟରେ ଆଇନଶୃଙ୍ଖଳା ବୋଲି କିଛି ନାହିଁ । ସେଥିପାଇଁ ଅପରାଧ ବଢି ବଢି ଚାଲିଛି ।
ସେହିପରି ରାଜ୍ୟରେ ସରକାର କେବଳ ପ୍ରଚାର ସର୍ବସ୍ବରେ ଚାଲିଛି ବୋଲି ନିରଞ୍ଜନ କହିଛନ୍ତି । ଅପରାଧୀଙ୍କ ବିରୁଦ୍ଧରେ କୈଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । କେବଳ ରାଜଧାନୀ ନୁହେଁ ସାରା ଓଡ଼ିଶାରେ ଏଭଳି ଘଟଣା ଦେଖିବାକୁ ମିଳିଛୁ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସୂଚନା ଅନୁସାରେ ଆଜି(ଶନିବାର) ଭୁବନେଶ୍ବର ସ୍ଥିତ ସିଆରପି ଛକରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଯାହାକୁ ନେଇ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ।
ଅନ୍ୟପଟେ ବିଜୁ ଜନତା ଦଳର ଅହେତୁକ ହସ୍ତକ୍ଷେପ କାରଣରୁ ରାଜ୍ୟରେ ଅପରାଧୀକ ମାମଲା ବୃଦ୍ଧି ପାଉଛି ବୋଲି ବିଜେପି ନେତା ପୁରୋହିତ କହିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଦିନ ଦ୍ବିପ୍ରହରରେ ହତ୍ୟା, ଲୁଟ୍, ରେପ୍ ହେଉଛି । ପୋଲିସ ପ୍ରଶାସନକୁ ଯଦି ବିଜେଡି ମୁକ୍ତି କରିଦେବ ଏବଂ ଆଇନ ହିସାବରେ ପୋଲିସ ପ୍ରଶାସନକୁ କାମ କରିବାକୁ ଛାଡିଦେବ ତେବେ ରାଜ୍ୟବାସୀଙ୍କୁ ନ୍ୟାୟ ମିଳିବ । ଯେପର୍ଯ୍ୟନ୍ତ ବିଜେଡିର ନିୟନ୍ତ୍ରଣରେ ପୋଲିସ ଷ୍ଟେସନ ଥିବ, ସେପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇରହିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ ଏବଂ ତପନ କୁମାର ଦାସ, ଇଟିଭି ଭାରତ