ETV Bharat / city

ବିଜେପି-କଂଗ୍ରେସ ମଧ୍ୟରେ ଅଘୋଷିତ ମେଣ୍ଟ ଅଛି: ପ୍ରମିଳା ମଲ୍ଲିକ - pramila mallik reaction on bjp and congress alliance

ଆସନ୍ତା ମାସ ଦ୍ଵିତୀୟ ସପ୍ତାହରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇପାରେ । ଗ୍ରାମାଞ୍ଚଳ ନିର୍ବାଚନର ଏହି ମହାପର୍ବରେ ବିଭିନ୍ନ ରୋଚକ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ବିଭିନ୍ନ ସମୀକରଣ ମଧ୍ୟ ନଜରକୁ ଆସିବାରେ ଲାଗିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଏକ ପଞ୍ଚାୟତରେ ଏଭଳି ଚିତ୍ର ସମ୍ନାକୁ ଆସିଛି । ଅଧିକ ପଢନ୍ତୁ

ପ୍ରମିଳା ମଲ୍ଲିକାପ୍ରମିଳା ମଲ୍ଲିକା
ପ୍ରମିଳା ମଲ୍ଲିକା
author img

By

Published : Jan 3, 2022, 10:53 PM IST

ଭୁବନେଶ୍ବର: ଆସନ୍ତା ମାସ ଦ୍ଵିତୀୟ ସପ୍ତାହରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇପାରେ । ଗ୍ରାମାଞ୍ଚଳ ନିର୍ବାଚନର ଏହି ମହାପର୍ବରେ ବିଭିନ୍ନ ରୋଚକ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ବିଭିନ୍ନ ସମୀକରଣ ମଧ୍ୟ ନଜରକୁ ଆସିବାରେ ଲାଗିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଏକ ପଞ୍ଚାୟତରେ ଏଭଳି ଚିତ୍ର ସମ୍ନାକୁ ଆସିଛି ।

ବିଜେପି-କଂଗ୍ରେସ ମଧ୍ୟରେ ଅଘୋଷିତ ମେଣ୍ଟ ଅଛି: ପ୍ରମିଳା ମଲ୍ଲିକା

ଦୁଇ ପାରମ୍ପରିକ ବିରୋଧୀ ବିଜେପି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ମେଣ୍ଟ ହୋଇଥିବା ସୂଚନା ମିଳିଛି । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ହରାଇବା ଲାଗି ଉକ୍ତ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ବିଜେପି ସମର୍ଥିତ ହେବ, ଏବଂ ସମିତି ସଭ୍ୟ ପ୍ରାର୍ଥୀ କଂଗ୍ରେସର ହେବ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ଯେ, ବିଜେପି ଓ କଂଗ୍ରେସ ମଧ୍ୟରେ ଅଘୋଷିତ ମେଣ୍ଟ ରହିଛି ।

2019 ସାଧାରଣ ନିର୍ବାଚନରେ ଏହା ସ୍ପଷ୍ଟ ହୋଇସାରିଛି । କଂଗ୍ରେସ ଯେଉଁଠି 30 ରୁ 35 ହଜାର ଭୋଟ ପାଉଥିଲା ଏବେ 2ରୁ 3 ହଜାର ଭୋଟ ପାଉଛି । ସେହିପରି ବିଜେପି ଯେଉଁଠି 2ରୁ 3 ହଜାର ଭୋଟ ପାଉଥିଲା । ଏବେ ସେଠାରେ 30ରୁ 35 ହଜାର ଭୋଟ ପାଉଛି । କଂଗ୍ରେସର ଭୋଟ ଡାଇଭର୍ଟ ହୋଇଛି ।

ବିଜେଡି ପୂର୍ବରୁ ଯେତିକି ପାଉଥିଲା, ଏବେ ତାହା ବଢିଛି । ବିଜେପି-କଂଗ୍ରେସ ମଧ୍ୟରେ ମେଣ୍ଟ 2019ରୁ ହେଲାଣି । ଏବେ ତାହା ସ୍ପଷ୍ଟ ହେଉଛି । ଉଭୟ ଦଳ ସାଙ୍ଗ ହୋଇ ଅଛନ୍ତି । ମେଣ୍ଟ କରି ଭୋଟ ବଣ୍ଟାବାଣ୍ଟି କରି ନେଉଛନ୍ତି ବୋଲି କହିଛନ୍ତି ପ୍ରମିଳା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.