ETV Bharat / city

ରାଜ୍ୟରେ 1003 ସ୍କୁଲରେ ନାହାଁନ୍ତି ପ୍ରଧାନଶିକ୍ଷକ

ରାଜ୍ୟରେ ୧୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି । ସେଥିରୁ ୯୩୯ ସିନିଅର SES ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଛି । ବାଲେଶ୍ବରରେ ସର୍ବାଧିକ ୧୨୩ ସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି । ସମ୍ପୂର୍ଣ୍ଣ ପଢନ୍ତୁ...

ରାଜ୍ୟରେ 1003 ସ୍କୁଲରେ ପ୍ରଧାନଶିକ୍ଷକ ନାହାଁନ୍ତି

author img

By

Published : Nov 23, 2020, 3:29 PM IST

ଭୁବନେଶ୍ବର: କଂଗ୍ରେସ ବିଧାୟକ ତାରା ବହିନୀପତିଙ୍କ ପ୍ରଶ୍ନରେ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ରାଜ୍ୟରେ ୧୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି । ସେଥିରୁ ୯୩୯ ସିନିଅର SES ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଛି । ବାଲେଶ୍ବରରେ ସର୍ବାଧିକ ୧୨୩ ସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି । ସେହିପରି କେନ୍ଦ୍ରାପଡାରେ ୯୯, ଭଦ୍ରକରେ ୮୧, କଟକରେ ୬୩, ଯାଜପୁରରେ ୭୩, କେନ୍ଦୁଝରରେ ୭୨ ସ୍କୁଲରେ ଖାଲି ପଡିଛି ପଦବୀ । ସେହିପରି ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୮୦ ପ୍ରଧାନଶିକ୍ଷକ ପଦବୀ ଖାଲି ରହିଛି ।

ରାଜ୍ୟରେ 1003 ସ୍କୁଲରେ ପ୍ରଧାନଶିକ୍ଷକ ନାହାଁନ୍ତି
ରାଜ୍ୟରେ 1003 ସ୍କୁଲରେ ପ୍ରଧାନଶିକ୍ଷକ ନାହାଁନ୍ତି

ସେହିପରି ବର୍ତ୍ତମାନ ରାଜ୍ୟରେ କୋଭିଡ-19 ଯୋଗୁଁ ସମସ୍ତ ବିଦ୍ୟାଳୟ ଗୁଡିକରେ ଶ୍ରେଣୀ ଶିକ୍ଷାଦାନ ବନ୍ଦ ରହିଛି ଓ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦନ କରାଯାଉଛି । ପ୍ରଧାନଶିକ୍ଷକ ନଥିବାରୁ ହାଇସ୍କୁଲ ମାନଙ୍କରେ ପାଠପଢା ମନମୁଖି ଚାଲୁଥିବାର ଅଭିଯୋଗ ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି ଲିଥିତ ଉତ୍ତରରେ କହିଛନ୍ତି ମନ୍ତ୍ରୀ ସମୀର ଦାସ ।

ରାଜ୍ୟରେ ଏବେ କେତେ ହାଇଲସ୍କୁଲରେ ହେଡମାଷ୍ଟର ନାହାନ୍ତି, କ୍ରମାଗତ ଭାବରେ ଏପରି ସମସ୍ୟା ଲାଗି ରହିବାର କାରଣ କ'ଣ ? ଏହାଦ୍ବାରା ହାଇଲସ୍କୁଲ ମାନଙ୍କରେ ପାଠପଢା ମନମୂଖୀ ଚାଲୁଥିବାର ଅଭିଯୋଗ ସତ୍ୟ କି, କେବେ ସବୁ ହାଇସ୍କୁଲରେ ହେଡମାଷ୍ଟର ନିଯୁକ୍ତି ପାଇବେ ତାହା ନିର୍ଦ୍ଧିଷ୍ଟ ଭାବରେ କହିବେ ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.