ETV Bharat / city

କଙ୍କାଳ ପଛର ପ୍ରେମ କାହାଣୀ, ତଦନ୍ତ କରିବେ ମହିଳା ଥାନାଧିକାରୀ - ମହିଳାଙ୍କ କଙ୍କାଳ ଜବତ ଘଟଣା

ନୂଆ ମୋଡ ନେବାରେ ଲାଗିଛି ଜାଁଳା ଫାଣ୍ଡି ପରିସରେ ଥିବା ଜବତ ଗାଡିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା । ମହିଳା ଥାନାଧିକାରୀ କରିବେ ଘଟଣାର ତଦନ୍ତ । ଅଧିକ ପଢନ୍ତୁ...

ଜବତ ଗାଡିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା , ତଦନ୍ତ କରିବ ମହିଳା ଥାନା

author img

By

Published : Mar 14, 2021, 5:16 PM IST

Updated : Mar 15, 2021, 9:17 AM IST

ଭୁବନେଶ୍ବର: ନୂଆ ମୋଡ ନେବାରେ ଲାଗିଛି ଜାଁଳା ଫାଣ୍ଡି ପରିସରେ ଥିବା ଜବତ ଗାଡିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା । ଘଟଣାସ୍ଥଳରୁ ଏକ ଲଭ ଲେଟର ମିଳିବା ଘଟଣା ଘଟଣାକୁ ଭିନ୍ନ ମୋଡ ଦେବାରେ ଲାଗିଛି । ଏହା ପଛରେ ପ୍ରେମ କାହାଣୀ ଥିବା ଅନୁମାନ କରାଯାଉଛି । ଏନେଇ ତଦନ୍ତ କରିବା ପାଇଁ ମହିଳା ଥାନା ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଅପମୃତ୍ୟୁ ମାମଲାର ପରିଚୟ ଖୋଜିବେ ଥାନାଧିକାରୀ। ଏପରିକି କିପରି କଙ୍କାଳ ପଛର ଚେହେରା କାହାର କଙ୍କାଳ ନିକଟରୁ ମିଳିଥିବା ଲଭ ଲେଟର କାହାର। ଏହା ପଛର ସତ୍ୟାସତ୍ୟ ପାଇଁ ମହିଳା ଥାନାଧିକାରୀ ବନିତା ମହାରଣାଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିବା ପୋଲିସ କମିଶନର ସ୍ପଷ୍ଟ କରିଛନ୍ତି ।

କଙ୍କାଳ ପଛର ପ୍ରେମ କାହାଣୀ, ତଦନ୍ତ କରିବେ ମହିଳା ଥାନାଧିକାରୀ

ସେପଟେ ମୃତଦେହର ସ୍କେଚ ତିଆରି କରିବାକୁ ଏକ୍ସପର୍ଟଙ୍କ ସାହାଯ୍ୟ ନିଆଯିବ ଏଥିସହ କଙ୍କାଳରୁ ଅଧିକ ତଦନ୍ତ ପାଇଁ ଡେରାଡୁନ ଫରେନସିକକୁ ପଠାଯିବ। ତେବେ ପୋଷ୍ଟମର୍ଟମ ରିପୋର୍ଟର ମୃତ ମହିଳାଙ୍କ ସ୍ବାଭାବିକ ମୃତ୍ୟ ହୋଇଥିବା ବେଳେ ସେ ଟିଭି ରୋଗରେ ଆକ୍ରାନ୍ତ ଥିଲେ ଓ ତାଙ୍କ ବୟସ ୪୦ ରୁ ୪୫ ବର୍ଷ ଭ ହେବ ବୋଲି ପୋଲିସ ଅନୁମାନ କରୁଛି। ତଦନ୍ତ ପରେ ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସାମ୍ନାକୁ ଆସି ପାରିବ । ଏନେଇ କାର୍ଯ୍ୟରେ ଅବହେଳା ପାଇଁ ଜାଁଳା ଫାଣ୍ଡି ଇନଚାର୍ଜ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି।

ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ

Last Updated : Mar 15, 2021, 9:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.