ETV Bharat / city

ସଟଡାଉନ ଯୋଗୁଁ ବନ୍ଦ ରହିବ ତୃତୀୟ ପର୍ଯ୍ୟାୟ ଟୀକାକରଣ

author img

By

Published : Apr 30, 2021, 2:44 PM IST

ଶନିବାର ଓ ରବିବାର ସଟଡାଉନ ଥିବାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ବନ୍ଦ। ଟୀକା ଆସିଲେ ସୋମବାରଠାରୁ ହୋଇପାରେ ଟୀକାକରଣ।ମେ ପହିଲାରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟୀକାକରଣ । ଅଧିକ ପଢନ୍ତୁ...

11589891
11589891

ଭୁବନେଶ୍ବର: ମେ 1ରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟୀକାକରଣ ଶନିବାର ଓ ରବିବାର ସଟଡାଉନ ଥିବାରୁ ବନ୍ଦ ରହିବ। ଯଦି ତୃତୀୟ ପର୍ଯ୍ୟାୟ ପାଇଁ ଟିକା ଆସେ ତେବେ ସୋମବାର ଠାରୁ ହୋଇପାରେ ଟୀକାକରଣ। ଅନ୍ୟପଟେ ଟିକା କେବେ ଆସିବ ଏବଂ କେବେଠାରୁ 18 ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସଟଡାଉନ ଯୋଗୁଁ ବନ୍ଦ ରହିବ ତୃତୀୟ ପର୍ଯ୍ୟାୟ ଟୀକାକରଣ

ଯଦି ଟୀକା ଆସେ ତେବେ 18 ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିଙ୍କୁ ଦିଆଯିବ । ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି। ଅନ୍ୟପଟେ ରାଜ୍ୟରେ ଟିକା ଅଭାବରୁ ମଧ୍ୟ ଦ୍ବିତୀୟ ଡୋଜ ପାଇଁ ବ୍ୟକ୍ତି ମାନେ ନାହିଁ ନଥିବା ଅସୁବିଧା ରେ ପଡୁଛନ୍ତି। ଦ୍ବିତୀୟ ଡୋଜ ପାଇଁ 6 ଲକ୍ଷ ଟିକା ଆବଶ୍ୟକ ରହିଛି। ଆଜି ପୁଣିଥରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ ଓ ଅନୁରୋଧ କରାଯିବ। ତେବେ ରାଜ୍ୟକୁ ଆଜି ଟିକା ଆସିପାରେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.