ETV Bharat / city

‘ଏ ନବଘନର ଘର’ ମାଧ୍ୟମରେ ଅଜିତ ଦାସଙ୍କ ଜୟନ୍ତୀ ପାଳିଲେ ଛାତ୍ରଛାତ୍ରୀ

author img

By

Published : Jan 21, 2021, 12:52 PM IST

ଆଉ ଆମ ଗହଣରେ ନାହାଁନ୍ତି ଓଡ଼ିଶାର ବିଶିଷ୍ଟ ଅଭିନେତା, ନାଟ୍ୟକାର ଓ ନିର୍ଦ୍ଦେଶକ ଅଜିତ ଦାସ। କିନ୍ତୁ ତାଙ୍କ ଦ୍ବାରା ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନ ‘ଅଜିତ ’ ପକ୍ଷରୁ ନାଟ୍ୟ ଉତ୍ସବର ଆୟୋଜନ କରାଯାଇ ତାଙ୍କ ଜନ୍ମଦିନ ପାଳନ କରାଯାଇଛି । ଅଧିକ ପଢନ୍ତୁ...

‘ଏ ନବଘନର ଘର’ ମାଧ୍ୟମରେ ଅଜିତ ଦାସଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଓଡ଼ିଶାର ବିଶିଷ୍ଟ ଅଭିନେତା, ନାଟ୍ୟକାର ଓ ନିର୍ଦେଶକ ହେଉଛନ୍ତି ଅଜିତ ଦାସ। କିନ୍ତୁ ସେ ଆଉ ଆମ ଗହଣରେ ନାହାଁନ୍ତି। ଗତବର୍ଷ କୋରୋନାରେ ତାଙ୍କର ମୃତ୍ୟୁ ଘଟିଛି। ହେଲେ ଗତକାଲି(ବୁଧବାର) ତାଙ୍କର ଜନ୍ମଦିନ ପଡୁଥିବା ବେଳେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନ ‘ଅଜିତ ’ ପକ୍ଷରୁ ନାଟ୍ୟ ଉତ୍ସବ ଆୟୋଜନ କରାଯାଇ ଜନ୍ମଦିନ ପାଳନ କରାଯାଇଛି ।

ଚଳିତ ବର୍ଷ ତାଙ୍କ ଆବର୍ତମାନରେ ତାଙ୍କର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଏହା ପାଳନ କରାଯାଉଥିବା ବେଳେ ତାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏକ ନାଟକ ‘ଏ ନବ ଘନର ଘର ’ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯାହାକି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହୋଇଥିଲା । ଆଉ ଏହାକୁ ବେଶ ଉପଭୋଗ କରିଛନ୍ତି ଅଜିତ ପ୍ରେମୀ ଦର୍ଶକମାନେ ।

ସୂଚନାଯୋଗ୍ୟ କି, ଗତକାଲି ଅଜିତ ଦାସଙ୍କ 72ତମ ଜୟନ୍ତୀ ହୋଇଥିବାବେଳେ ତାଙ୍କ ଅନୁଷ୍ଠିତ ଅଜିତର ଏହା 21 ତମ ପ୍ରତିଷ୍ଠା ଦିବସ। ତେବେ ତାଙ୍କ ପ୍ରତି ସମ୍ମାନ ଜଣାଇ ଗୋଆଠାରେ ଆୟୋଜିତ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଅଭିନିତ ଫିଲ୍ମ ମଧ୍ୟ ପ୍ରଦର୍ଶିତ କରାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.