ଭୁବନେଶ୍ବର: କୋଇଲା ଚୋରା ଚାଲାଣର ପର୍ଦ୍ଦାଫାଶ କରିଛି ଏସଟିଏଫ । ତାଳଚେର ଏମସିଏଲ ହିଙ୍ଗୁଳା ମାଇନସରୁ କୋଇଲା ବୋଝେଇ ଟ୍ରକ ଚୋରା କାରବାର ହେଉଥିବା ନେଇ ସୂଚନା ମିଳିଥିବାବେଳେ ଏହି ଘଟଣାରୁ ପରଦା ହଟିଛି ।
![କୋଇଲା ଚୋରା ଚାଲାଣ, ୨୨ଟନ ଜବତ କଲା ଏସଟିଏଫ](https://etvbharatimages.akamaized.net/etvbharat/prod-images/od-bbs-03-stf-seized-avo-7203832_21032021184002_2103f_1616332202_949.jpg)
ଅନୁଗୁଳ ଶିଳ୍ପାଞ୍ଚଳ କାକୁରେଇରୁ ଜବତ ହେଲା କୋଇଲା ବୋଝେଇ ଟ୍ରକ । ଏହି ଟ୍ରକକୁ ଜବତ କରିଛି ସ୍ପେଶାଲ ଟାକ୍ସଫୋର୍ସ । ଜବତ ହୋଇଥିବା ଟ୍ରକରୁ ୨୨.୫ ଟନ ଚୋରା କୋଇଲା ଜବତ କରିଛି ଏସଟିଏଫ । ତେବେ ଏଥିରେ ଅଜୟ ପ୍ରଧାନ ନାମକ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ ଟିମ ।
![କୋଇଲା ଚୋରା ଚାଲାଣ, ୨୨ଟନ ଜବତ କଲା ଏସଟିଏଫ](https://etvbharatimages.akamaized.net/etvbharat/prod-images/11101033_coal.jpg)
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ