ETV Bharat / city

କେନ୍ଦ୍ର ଯୋଜନାକୁ ନିଜର କହୁଛି ରାଜ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରତାପ

author img

By

Published : Dec 28, 2020, 5:32 PM IST

କେନ୍ଦ୍ର ବିଜେପି ସରକାରଙ୍କର ବହୁମୁଖୀ ଜନ କଲ୍ୟାଣ ଯୋଜନା ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ୟତମ । କେନ୍ଦ୍ରର ଏହି ଯୋଜନାକୁ ଓଡିଶା ସରକାର ରାଜ୍ୟ ଯୋଜନା ବୋଲି ଘୋଷଣା କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ବିଜେପି । ଅଧିକ ପଢନ୍ତୁ...

Pratap wrote a letter to the Chief Minister
କେନ୍ଦ୍ର ଯୋଜନାକୁ ନିଜର କହୁଛି ରାଜ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରତାପ

ଭୁବନେଶ୍ବର: କେନ୍ଦ୍ର ବିଜେପି ସରକାରଙ୍କର ବହୁମୁଖୀ ଜନ କଲ୍ୟାଣ ଯୋଜନା ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ୟତମ । କେନ୍ଦ୍ରର ଏହି ଯୋଜନାକୁ ଓଡିଶା ସରକାର ରାଜ୍ୟ ଯୋଜନା ବୋଲି ଘୋଷଣା କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ବିଜେପି । ଏନେଇ କିଛି ଦିନ ହେବ ବିଜେପି, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ବର୍ତ୍ତମାନ ଏହି କ୍ରମରେ ଯୋଡି ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଏନେଇ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ ଭୁଲ୍ ସଂଶୋଧନ କରିବାକୁ ଅନୁରୋଧ କରିଛନ୍ତି ପ୍ରତାପ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି, ଏକ ବିରାଟ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ସଂପୃକ୍ତ ଅଧିକାରୀଙ୍କୁ ଆପଣ ନିଶ୍ଚିତ ଭାବେ ଏହି ଭୁଲର ସଂଶୋଧନ ନିମନ୍ତେ ନିର୍ଦ୍ଦେଶନାମା ଜାରି କରିବେ ବୋଲି ମୋର ଦୃଢ ଆଶା ଓ ବିଶ୍ବାସ ଅଛି ।

ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀଙ୍କ ଘୋଷଣା ମୁତାବକ ଭାରତର କୌଣସି ପ୍ରାନ୍ତରରେ ସାଧାରଣ ମଣିଷ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ପକ୍କା ଘରଟିଏ ପାଇବାକୁ ହକଦାର । ହେଲେ କେନ୍ଦ୍ରର ଏହି ଯୋଜନାକୁ ରାଜ୍ୟ ସରକାର ତାଙ୍କ ଯୋଜନା କହି ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛି ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ‘ପ୍ର.ଆ.ଯୋ’ ବୋଲି ଲେଖାଯାଉଥିବା କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.