ETV Bharat / city

ବାବୁଙ୍କ କାର୍ଯ୍ୟଦକ୍ଷତା ମାପିବେ ସରକାର, ଆରମ୍ଭ ହେଲା ପ୍ରକ୍ରିୟା

author img

By

Published : Oct 29, 2020, 9:44 PM IST

ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା କରିବେ ରାଜ୍ୟ ସରକାର । କାର୍ଯ୍ୟ ସନ୍ତୋଷଜନକ ଥିଲେ ପଦୋନ୍ନତି ସହ ପୁରସ୍କାର । ଆଉ ଯାହାର କାର୍ଯ୍ୟ ନିରୁତ୍ସାହିତ ଥିବ ବାଧ୍ୟତାମୂଳକ ଅବସର ଦେବେ ସରକାର ।

performance-of-government-employees
ସରକାରୀ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ସତର୍କ ଘଣ୍ଟି । ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା କରିବେ ରାଜ୍ୟ ସରକାର । କାର୍ଯ୍ୟ ସନ୍ତୋଷଜନକ ଥିଲେ ପଦୋନ୍ନତି ସହ ପୁରସ୍କାର । ଆଉ ଯାହାର କାର୍ଯ୍ୟ ନିରୁତ୍ସାହିତ ଥିବ ବାଧ୍ୟତାମୂଳକ ଅବସର ଦେବେ ସରକାର । ଏନେଇ ସବୁ ବିଭାଗକୁ ଅବଗତ କଲା ସାଧାରଣ ପ୍ରଶାସନ ବିଭାଗ ।

performance-of-government-employees
ବାବୁଙ୍କ କାର୍ଯ୍ୟଦକ୍ଷତା ମାପିବେ ସରକାର

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ନିର୍ଦ୍ଦେଶ ଅନୁସାରେ,ଆସନ୍ତା 15 ନଭେମ୍ବର ସୁଦ୍ଧା ସ୍କ୍ରିନିଂ କମିଟି ଗଠନ କର।ଯାଇ ନଭେମ୍ବର 30 ସୁଦ୍ଧା କର୍ମଚାରୀଙ୍କ ବିଷୟରେ ରିପୋର୍ଟ ସଂଗ୍ରହ କରାଯିବ । ଡିସେମ୍ବର 10 ସୁଦ୍ଧା କିଏ ଆୱାର୍ଡ ପାଇବ, କିଏ ଇସେନଣ୍ଟିଭ ପାଇବ, କାହାକୁ ପଦୋନ୍ନତି ଦିଆଯିବ ସେ ନେଇ ଚୂଡାନ୍ତ ତାଲିକା ପ୍ରକାଶ କରାଯିବ । ଡିସେମ୍ବର 15 ସୁଦ୍ଧା ଫାଇନାଲ ରିପୋର୍ଟ ସମ୍ପୃକ୍ତ ପ୍ରଶାସନିକ ବିଭାଗରେ ଦାଖଲ କର ।

performance-of-government-employees
ବାବୁଙ୍କ କାର୍ଯ୍ୟଦକ୍ଷତା ମାପିବେ ସରକାର

ଏହାପରେ କ୍ୟାବିନେଟ ଅନୁମୋଦନ ପାଇଁ ସମ୍ପୃକ୍ତ ପ୍ରଶାସନିକ ବିଭାଗ ଡ଼ିସେମ୍ବର 31 ସୁଦ୍ଧା କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାଧାରଣ ପ୍ରଶାସନ ବିଭାଗ ।

performance-of-government-employees
ବାବୁଙ୍କ କାର୍ଯ୍ୟଦକ୍ଷତା ମାପିବେ ସରକାର

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.