ETV Bharat / city

‘ଯୁବଵର୍ଗଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର’

author img

By

Published : Mar 14, 2021, 7:03 PM IST

ରାଜ୍ୟ ସରକାର ଯୁବକ ମାନଙ୍କୁ ଧୋକା ଦେଇଛନ୍ତି । ପ୍ରେସମିଟରେ ବର୍ଷିଲା ବିଜେପି ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ....

‘ ଯୁବ ଵର୍ଗଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର’

ଭୁବନେଶ୍ବର: ରାଜ୍ୟ ସରକାର ଯୁବକ ମାନଙ୍କୁ ଧୋକା ଦେଇଛନ୍ତି। ବିଜୁ ଯୁବ ବାହିନୀକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଯୁବ ମୋର୍ଚ୍ଚା ଏପରି ଭାବରେ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ରାଜ୍ୟବାସୀଙ୍କ ଟିକସ ଧନରେ ୨୦୧୮ ମସିହାରେ ବିଜୁ ଯୁବ ବାହିନୀ ଆରମ୍ଭ କରିଥିଲେ ରାଜ୍ୟ ସରକାର । ଚଳିତ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଯୁବ ବିଭାଗ ମନ୍ତ୍ରୀ ବିଜୁ ଯୁବ ବାହିନୀର ଆନୁଷ୍ଠାନିକ ମୃତ୍ୟୁ ଘଟିଛି ବୋଲି ସ୍ବୀକାର କରିଛନ୍ତି । ସାମାଜିକ ବିକାଶ ପାଇଁ ଯୁବ ବାହିନୀ ଗଠନ କରାଯାଇଥିଲେ, ବିଭିନ୍ନ ସମୟରେ ଚୋରି, ଡକାୟତି ଅଭିଯୋଗ ମଧ୍ୟ ଆସିଥିଲା। ୪୫୦ କୋଟି ଟଙ୍କା ବିନିମୟରେ ଏହି ଯୁବ ବାହିନୀର ଉପଲବ୍ଧି କଣ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ।

ସେହିପରି ୩ ବର୍ଷରେ ୪୫୦ କୋଟି ଖର୍ଚ୍ଚ କରି ,ବିଦେଶ ଗସ୍ତ କରାଇବା ସହ ,' ମୁଁ ହିରୋ ' କାର୍ଯ୍ୟକ୍ରମରେ କେତେ ଖର୍ଚ୍ଚ କରିଛନ୍ତି ସରକାର ତାର ହିସାବ ରଖନ୍ତୁ । କେବଳ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ହଜାର ହଜାର ଯୁବକଙ୍କୁ ପଥଭ୍ରଷ୍ଟ କରାଗଲା ତାର ଉତ୍ତର ବିଜେଡି ରଖୁ ବୋଲି ପ୍ରଶ୍ନ କରିଛନ୍ତି ଇରାଶିଷ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.