ETV Bharat / city

ଲକଡାଉନରେ ବଢିବନି ଅତ୍ୟାବଶକୀୟ ସାମଗ୍ରୀ ଦର: ବ୍ୟବସାୟୀ ମହାସଂଘ

author img

By

Published : May 2, 2021, 9:10 PM IST

ଲକଡାଉନରେ ରାଜ୍ୟରେ ଅତ୍ୟାଶକୀୟ ସାମଗ୍ରୀ ଦର ବଢିବ ନାହିଁ ବୋଲି ସ୍ପଷ୍ଟ କଲା ବ୍ୟବସାୟୀ ମହାସଂଘ । ଅଧିକ ପଢନ୍ତୁ...

ଲକଡାଉନରେ ବଢିବ ନାହିଁ ଅତ୍ୟାବଶକୀୟ ସାମଗ୍ରୀର ଦର :ବ୍ୟବସାୟୀ ମହାସଂଘ

ଭୁବନେଶ୍ବର: କୋରୋନା ସଂକ୍ରମଣ ବୃଦ୍ଧିକୁ ଆଖିଆଗରେ ରଖି ରାଜ୍ୟ ସରକାର ରାଜ୍ୟବ୍ୟାପୀ ୧୪ ଦିନିଆ ଲକଡାଉନ ଜାରି କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ବ୍ୟବସାୟୀ ମହାସଂଘ ପକ୍ଷରୁ ସ୍ବାଗତ କରାଯାଇଛି । କିନ୍ତୁ ଅନ୍ୟ ଏକ ସମସ୍ୟାକୁ ସରକାରଙ୍କ ସମ୍ମୁଖକୁ ଆଣିଛି ସଂଘ । ସଂଘ କହିଛି ରାଜ୍ୟର ଜରୁରୀ ସାମଗ୍ରୀ ଗଚ୍ଛିତ ରହିବା ସହ ପରିବହନ ବ୍ୟବସ୍ଥାରେ କୈଣସି ଅସୁବିଧା ନାହିଁ । କ୍ଷୁଦ୍ର ବ୍ୟବସାୟ କେମିତି ହୋଲସେଲରଙ୍କ ପାଖରୁ ସାମଗ୍ରୀ ଆଣିବେ ସରକାର ସ୍ପଷ୍ଟ କରିନାହାନ୍ତି । ଫଳରେ ବ୍ୟବସାୟ ହଇରାଣ ହେବାକୁ ଯାଉଛନ୍ତି ।

ସେହିପରି ପ୍ରତ୍ୟେକ ଦୋକାନୀ ସରକାରଙ୍କ ଏସଓପି ମାନିବେ । କଳାବଜାରୀ ହେବନାହିଁ ବୋଲି ଆମେ ସମସ୍ତ ବ୍ୟବସାୟ ମାନଙ୍କୁ ଚିଠି ମାଧ୍ୟମରେ ଜଣାଇଛୁ । କୈଣସି ବ୍ୟବସାୟୀ ଏପରି ସମୟରେ ଗ୍ରାହକଙ୍କ ଠାରୁ ଅଧିକ ଟଙ୍କା ନେବେ ନାହିଁ । ଯଦି ସେମାନେ ଅଧିକ ଦରରେ କିଣିବେ ଅଧିକରେ ବିକିବେ ବୋଲି କହିଛନ୍ତି ବ୍ୟବସାୟ ମହାସଂଘର ସଭାପତି ସୁଧାକର ପଣ୍ଡା । ତେବେ ଆବଶ୍ୟକ ପରିମାଣର ସାମଗ୍ରୀ ବଜାରରେ ମହଜୁଦ ଅଛି । ସାଧାରଣ ଖାଉଟି ଆଦୌ ଚିନ୍ତିତ ହେବା ଆବଶ୍ୟକ ନାହିଁ । ପର୍ଯ୍ୟାପ୍ତ ପରିମାଣର ସମଗ୍ରୀର ଉପଲବ୍ଧତା ଥିବା ଯୋଗୁ କଳା ବାଜାରୀ ହେବାର ଆଶଙ୍କା ମଧ୍ୟ କରିବା ଉଚିତ ନୁହେଁ ବୋଲି ମଧ୍ୟ କହିଛନ୍ତି ବ୍ୟବସାୟୀ ମହାସଂଘର ସଭାପତି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.