ETV Bharat / city

କୋଭିଡ ସମୟରେ ସ୍କୁଲ ଫି ଛାଡ ପ୍ରସଙ୍ଗ, ଆନ୍ଦୋଳନକୁ ଜୋରଦାର କରିବ ଅଭିଭାବକ ମହାସଂଘ - କୋଭିଡ ସମୟରେ ସ୍କୁଲ ଫି ଛାଡ ପ୍ରସଙ୍ଗ

କୋଭିଡ ସମୟରେ ସ୍କୁଲ ଫି ଛାଡ ପ୍ରସଙ୍ଗରେ ଆନ୍ଦୋଳନକୁ ଜୋରଦାର କରିବ ଓଡ଼ିଶା ଅଭିଭାବକ ମହାସଂଘ । ଅଧିକ ପଢନ୍ତୁ...

କୋଭିଡ ସମୟରେ ସ୍କୁଲ ଫି ଛାଡ ପ୍ରସଙ୍ଗ, ଆନ୍ଦୋଳନକୁ ଜୋରଦାର କରିବ ଅଭିଭାବକ ମହାସଂଘ
କୋଭିଡ ସମୟରେ ସ୍କୁଲ ଫି ଛାଡ ପ୍ରସଙ୍ଗ, ଆନ୍ଦୋଳନକୁ ଜୋରଦାର କରିବ ଅଭିଭାବକ ମହାସଂଘକୋଭିଡ ସମୟରେ ସ୍କୁଲ ଫି ଛାଡ ପ୍ରସଙ୍ଗ, ଆନ୍ଦୋଳନକୁ ଜୋରଦାର କରିବ ଅଭିଭାବକ ମହାସଂଘ
author img

By

Published : Mar 21, 2021, 6:11 PM IST

ଭୁବନେଶ୍ବର: କୋଭିଡ ସମୟରେ ସ୍କୁଲ ଫି ଛାଡ ପ୍ରସଙ୍ଗରେ ଆନ୍ଦୋଳନକୁ ଜୋରଦାର କରିବ ଓଡ଼ିଶା ଅଭିଭାବକ ମହାସଂଘ । ରାଜ୍ୟ ସରକାର ଫି ଛାଡ କରିବା ନେଇ ଘୋଷଣା କଲା ପରେ ବି ଘରୋଇ ସ୍କୁଲ ମାନୁନଥିବା ମହାସଂଘ ଅଭିଯୋଗ କରିଛି । ପ୍ରଥମେ ହାଇକୋର୍ଟ ଏବଂ ପରେ ରାଜ୍ୟ ସରକାର ଘୋଷଣା କରିଥିବା ଫି ଷ୍ଟ୍ରକ୍ଚର ଘରୋଇ ସ୍କୁଲ ମାନୁନଥିବା ଅଭିଯୋଗ କରି ଅଭିଭାବକ ମହାସଂଘ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।

କୋଭିଡ ସମୟରେ ସ୍କୁଲ ଫି ଛାଡ ପ୍ରସଙ୍ଗ, ଆନ୍ଦୋଳନକୁ ଜୋରଦାର କରିବ ଅଭିଭାବକ ମହାସଂଘ

ରାଜ୍ୟ ସରକାର, ଘରୋଇ ସ୍କୁଲ ସଂଘ ଏବଂ ଅଭିଭାବକ ସଂଘ ମଧ୍ୟରେ ହୋଇଥିବା ଏମଓୟୁକୁ ବିରୋଧ କରି କିଛି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ହାଇକୋର୍ଟ ଦେଇଥିବା ରାୟକୁ ପାଳନ କରିବାକୁ ସର୍ବୋଚ୍ଚ କୋର୍ଟ ତାଙ୍କ ରାୟ ଶୁଣାଇଥିଲେ । ଏହି ରାୟକୁ ଅଭିଭାବକ ସଂଘ ସ୍ବାଗତ କରିବା ସହ ଏମଓୟୁରେ ଦସ୍ତଖତ କରି କୋର୍ଟ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ସ୍କୁଲ ଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି । ଦାବି ପୂରଣ ନ ହେଲେ ଆସନ୍ତା ୭ ଦିନ ମଧ୍ୟରେ ରାଜଧାନୀରେ ସାରା ରାଜ୍ୟର ଅଭିଭାବକମାନେ ଆସି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛି ମହାସଂଘ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.