ETV Bharat / city

60 ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ପାଳିବ OUAT

author img

By

Published : Aug 23, 2021, 6:16 PM IST

Updated : Aug 25, 2021, 8:22 AM IST

ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଏକ ଗର୍ବ ଓ ଗୌରବର ବିଷୟ । ଆଉ ଏନେଇ ମଙ୍ଗଳବାର ବିଶ୍ବବିଦ୍ୟାଳୟ ପରିସରରେ ପାଳିତ ହେବ Diamond Jubilee । ଅଧିକ ପଢନ୍ତୁ...

60 ବର୍ଷ ପୂର୍ତ୍ତି ଆବସରରେ ହୀରକ ଜୟନ୍ତୀ ପାଳିବ ଓୟୁଏଟି

ଭୁବନେଶ୍ବର: ଓୟୁଏଟି ପାଳନ କରିବ ହୀରକ ଜୟନ୍ତୀ ବର୍ଷ । ବିଶ୍ବବିଦ୍ୟାଳୟର 60 ବର୍ଷ ପୂର୍ତ୍ତି ଅବସରରେ ମଙ୍ଗଳବାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ବା ଓୟୁଏଟି ପାଳନ କରିବ ହୀରକ ଜୟନ୍ତୀ । ଆଉ ଏହି ଉତ୍ସବକୁ କୃଷି ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

60 ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ପାଳିବ OUAT

ତେବେ ୬୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଏହି ବିଶ୍ବବିଦ୍ୟାଳୟ ୫୯ ବର୍ଷ ମଧ୍ୟରେ ଅନେକ ଉପଲବ୍ଧି ହାସଲ କରିଛି । ଆଧୁନିକ ଯୁଗରେ ଉନ୍ନତମାନର ଜ୍ଞାନ କୌଶଳକୁ ବ୍ୟବହାର କରି ଚାଷୀଙ୍କ ପାଇଁ ଉଦ୍ଭାବନ କରୁଛି ଉନ୍ନତମାନର ଖତ, ସାର ଓ ବିହନ ।

ଏହି ବିଶ୍ବବିଦ୍ୟାଳୟରେ କୃଷି ବିଜ୍ଞାନ, ପ୍ରାଣୀ ଚିକିତ୍ସା, ପଶୁ ପାଳନ, ମତ୍ସ୍ୟବିଜ୍ଞାନ, ବନବିଜ୍ଞାନ, କୃଷି ଯାନ୍ତ୍ରିକୀକରଣ, ଗୃହ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ, ଏଗ୍ରି ବିଜିନେସ୍ ମ୍ୟାନେଜମେଣ୍ଟ ଏବଂ ବାୟୋ-ଇନଫରମେଟିକ୍ସ ଆଦି ବିଷୟରେ ପ୍ରାୟ ୨୯ ହଜାର ଛାତ୍ରଛାତ୍ରୀ ଉପକୃତ ହୋଇ ରାଜ୍ୟ, ଦେଶ ଏବଂ ବିଦେଶରେ ସଫଳତାର ସହ କାର୍ଯ୍ୟ ନିର୍ବାହ କରୁଛନ୍ତି ।

ବିଶେଷ କରି ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀ ସଫଳତା ହାସଲ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦେଇଛନ୍ତି । ସାମ୍ପ୍ରତିକ ମରୁଡି ପରିସ୍ଥିତିରେ ମଧ୍ୟ ଓୟୁଏଟିର ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବା ସହ ଚାଷର ବିକାଶ ପାଇଁ ବିକଳ୍ପ ସମ୍ଭାବନା ବାହାର କରିବା ସହ କୃଷକଙ୍କୁ ସହଯୋଗ କରୁଛନ୍ତି ।

ତେବେ ଆଗକୁ ଚାଷ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ଓୟୁଏଟି(OUAT)ର ବୈଜ୍ଞାନିକ ଏବଂ ଛାତ୍ରଛାତ୍ରୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୁଳପତି ଡକ୍ଟର ପବନ କୁମାର ଅଗ୍ରଓ୍ବାଲ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 25, 2021, 8:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.