ଭୁବନେଶ୍ବର:ସୋମବାର ଠାରୁ ଓଜେଇଇ 2022 ପରୀକ୍ଷା ଆରମ୍ଭ ହୋଇସାରିଛି । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଦେବାକୁ ହୁଏ ପ୍ରବେଶିକା ପରୀକ୍ଷା ଓଜେଇଇ । ତେବେ ପ୍ରଥମ ଦିନରେ ଓଜେଇଇ ପରୀକ୍ଷା ଦେଇଛନ୍ତି ୮୫ପ୍ରତିଶତ ପରୀକ୍ଷାର୍ଥୀ ।
ପ୍ରଥମ ଦିନରେ LE-TECH(DEPLOMA)ର ବିଷୟ ରହିଥିଲା । ଏହି ବିଷୟରେ ୧୯୧୫୦ଜଣ ପରୀକ୍ଷାର୍ଥୀ ରେଜିଷ୍ଟ୍ରେସନ କରିଥିଲେ । ଏମାନଙ୍କ ମଧ୍ୟରୁ ୧୬୨୭୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ତେବେ ଓଜେଇଇର ପ୍ରଥମ ପରୀକ୍ଷାରେ ୮୫ ପ୍ରତିଶତ ପରୀକ୍ଷାର୍ଥୀ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ,ଭୁବନେଶ୍ବର