ଭୁବନେଶ୍ବର: ସାଇବର ଅପରାଧ ରୋକିବାକୁ ଜାରି ହେଲା ହେଲ୍ପଲାଇନ ନମ୍ବର । ନମ୍ବର ହେଲା 7440006709 । ଠକଙ୍କ ମୋବାଇଲ ନମ୍ବର ସହ ଆକାଉଣ୍ଟ ଖୋଲିଲେ ହେବ ବ୍ଲକ । ଠକେଇର ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।
ଠକମାନେ ଫୋନ କରୁଥିବା ନମ୍ବର ସିମ କାର୍ଡ ଓ ଆକାଉଣ୍ଟ ନମ୍ବର ସହ ୟୁ ଆର ଏଲ ନମ୍ବରକୁ ମଧ୍ୟ ବ୍ଲକ କରାଯିବ । ଠକି ନେଉଥିବା ଟଙ୍କା କୁଆଡେ ଯାଉଛି, କେଉଁ ଆକାଉଣ୍ଟକୁ ଯାଉଛି, ତାହାକୁ ଧରିବାକୁ ଚେଷ୍ଟା କରିବ କମିଶନରେଟ ପୋଲିସ ।
ଠକେଇ ହେବାର ଏକ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ । ଯେଉଁମାନଙ୍କର ଠକେଇ ହୋଇଛି ସେମାନେ ସଙ୍ଗେ ସଙ୍ଗେ ଏକ ଘଣ୍ଚା ଭିତରେ ଜାରି କରାଯାଇଥିବା ହେଲ୍ପ ଲାଇନ ନମ୍ବରକୁ ଯୋଗାଯୋଗ କରନ୍ତୁ । ଏହି ଘଟଣାକୁ ନେଇ ଯଦି ଥାନାରେ ଅଭିଯୋଗ ପହଞ୍ଚେ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ସନ୍ଦେହଜନଙ୍କ ଭାବରେ କଲ ଆସିଲେ ପୋଲିସକୁ ଜଣାନ୍ତୁ । ଜଣେ ସବ ଇନ୍ସପେକ୍ଟର ଓ 7 ଜଣ କନେଷ୍ଟବଳ ଏଥିରେ କାମ କରିବେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ