ETV Bharat / city

ବିଗତ ବର୍ଷ ତୁଳନାରେ ରାଜ୍ୟରେ କମୁଛି ରୌଦ୍ରତାପ ଜନିତ ମୃତ୍ୟୁ - sunstroke

ରାଜ୍ୟରେ ରୌଦ୍ରତାପ ଜନିତମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ କମୁଥିବା ଦେଖିବାକୁ ମିଳିଛି । 1998 ମସିହରେ ହିଟୱେଭ ପାଇଁ 2,042 ଜଣଙ୍କ ଜୀବନ ଯାଇଥିଲା । ହେଲେ ବ୍ୟାପକ ସଚେତନତା ଯୋଗୁଁ ଏହା କମିଛି ।

ରାଜ୍ୟରେ କମୁଛି ରୋଦ୍ରତାପ ଜନିତ ମୃତ୍ୟୁ
ରାଜ୍ୟରେ କମୁଛି ରୋଦ୍ରତାପ ଜନିତ ମୃତ୍ୟୁ
author img

By

Published : Feb 25, 2021, 9:14 PM IST

ଭୁବନେଶ୍ବର: ଫେବୃଆରୀ ନସରୁଣୁ ରାଜ୍ୟରେ ବୃଦ୍ଧି ପାଇଲାଣି ଗ୍ରୀଷ୍ମପ୍ରବାହ । ଏହାକୁ ଦୃଷ୍ଟିରେ ରଖି ଏସଆରସି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯାହାଫଳରେ ରାଜ୍ୟରେ ରୌଦ୍ରତାପ ଜନିତମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ କମୁଥିବା ଦେଖିବାକୁ ମିଳିଛି ।

1998 ମସିହରେ ହିଟୱେଭ ପାଇଁ 2,042 ଜଣଙ୍କ ଜୀବନ ଯାଇଥିଲା । ହେଲେ ବ୍ୟାପକ ସଚେତନତା ଯୋଗୁଁ ଏହା କମିଛି । ଗତବର୍ଷ ମଧ୍ୟ ଅଂଶୁଘାତଜନିକ ମୃତ୍ୟୁସଂଖ୍ୟା 12 ଥିଲା । ତେବେ କୋରୋନା ଯୋଗୁଁ ସଟଡାଉନ ଓ ଲକଡ଼ାଉନ ଯୋଗୁଁ ଲୋକେ ଘରେ ଥିବାରୁ ଏହି ସଂଖ୍ୟା କମ ରହିଥିଲା ।

ତେବେ ରୌଦ୍ରତାପ ଓ ତଦଜନିତ ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା 2016 ମସିହାରେ 54, 2017 ମସିହାରେ 45, 2018ମସିହାରେ 60, 2019ମସିହାରେ 50 ରହିଥିଲା । ମୃତକଙ୍କ ମଧ୍ୟରୁ ଶ୍ରମିକ ଶ୍ରେଣୀୟ ଓ ଖରାରେ କାମ କରୁଥିବା ଲୋକ ଅଧିକ ରହିଛନ୍ତି । ଏହି ସୂଚନା ଦେଇଛନ୍ତି ଡିଆରସି, ପ୍ରଭାତ ମହାପାତ୍ର ।

ତେଣୁ ଶ୍ରମିକମାନଙ୍କ ଜୀବନହାନି ରୋକିବା ଲାଗି ବହୁତଶୀଘ୍ର ଶ୍ରମ ବିଭାଗ ନିର୍ଦ୍ଦେଶନାମା ଜାରି କରିବ । କେଉଁ ସମୟରୁ କେତେ ସମୟ ଶ୍ରମିକମାନେ କାମ କରିବେ ଏ ନେଇ ଏସଓପି ଜାରି କରାଯିବ । ସମାନ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ କରିବେ । ପ୍ରତି ପିଲା ପାଣି ବୋଟଲ ନେଇ ସ୍କୁଲ ଆସିବା ଉପରେ ଅଭିଭାବକମାନେ ଏହା ଉପରେ ଧ୍ୟାନ ଦେବେ ।

କୋଭିଡ ପାଇଁ ସ୍କୁଲ ତ ବନ୍ଦ ଥିଲା, ହେଲେ କିଛି କ୍ଲାସ ଚାଲିଛି । ସ୍କୁଲରେ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା ପାଇଁ ଜିଲ୍ଲା ଓ ଗଣ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯେଉଁ ଗାଁ, ପଡାରେ ପାଣିର ଅଭାବ ରହିଛି, ତାକୁ ତୁରନ୍ତ ଚିହ୍ନଟ କରି ଜଳ ଯୋଗାଇବାକୁ ବ୍ୟବସ୍ଥା ପ୍ରଶାସନ କରିବ ବୋଲି ପ୍ରଭାତ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.