ଭୁବନେଶ୍ବର: ରାଜ୍ୟରେ ବଢୁଥିବା ସଂକ୍ରମଣ ନେଇ ବରିଷ୍ଠ ଚିକିତ୍ସକ ତଥା ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ରଙ୍କ ପ୍ରତିକ୍ରିୟା। ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଜାନୁୟାରୀ ଶେଷ ସୁଦ୍ଧା ରାଜ୍ୟରେ ପିକ ଛୁଇଁବ। ଡେଲ୍ଟାଠୁ ଓମିକ୍ରନ 4 ଗୁଣ ଅଧିକ ସଂକ୍ରମିତ କରୁଛି। ତେଣୁ ରାଜ୍ୟରେ ପିକ ଛୁଇଁବା ସମୟରେ 30 ହଜାରରୁ ଊର୍ଦ୍ଧ୍ବ ରହିବ ସଂକ୍ରମଣ ।
ଆସନ୍ତା 15 ଦିନ ଭିତରେ ସଂଖ୍ୟା 30 ହଜାର ଛୁଇଁବ । ପିକ ସମୟରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ । ଦିନକୁ 30ରୁ 40 ମୃତ୍ୟୁ ହେବା ନେଇ ଆଶଙ୍କା କରିଛନ୍ତି ଡାକ୍ତର ମହାପାତ୍ର । 6 ମାସ ତଳେ ଟିକା ନେଇଥିଲେ କାମ କରିବ ନାହିଁ । ସମସ୍ତଙ୍କୁ ବୁଷ୍ଟର ଡୋଜର ଆବଶ୍ୟକତା ଅଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ