ETV Bharat / city

ସ୍ୱାସ୍ଥ୍ୟବୀମା ଯୋଜନାରେ ତ୍ରୁଟି ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ଏନଏଚଆରସି - NHRC

ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକରେ ଜନସାଧାରଣମାନଙ୍କ ପାଖରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ କାର୍ଡ ରହିଛି । ହେଲେ ସ୍ବାସ୍ଥ୍ୟଗତ ସୁବିଧାର ଲାଭ ଉଠାଇବାରେ ବିଫଳ ହୋଇଥିଲେ । ଏହାକୁ ହ୍ୟୁମାନ ରାଇଟ ଫ୍ରଣ୍ଟ ପକ୍ଷରୁ ବିରୋଧ କରାଯିବା ସହ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ମାନବାଧିକାର କମିଶନ ଏହାକୁ ଗ୍ରହଣ କରିବା ସହ ଆସନ୍ତା 8 ସପ୍ତାହ ମଧ୍ୟରେ ଏହାର ସମାଧାନ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ସ୍ୱାସ୍ଥ୍ୟବୀମା ଯୋଜନାରେ ତ୍ରୁଟି ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ଏନଏଚଆରସି

author img

By

Published : Jul 17, 2020, 9:55 PM IST

ଭୁବନେଶ୍ବର: ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକରେ ଜନସାଧାରଣମାନଙ୍କ ପାଖରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ କାର୍ଡ ରହିଛି । ହେଲେ ସ୍ବାସ୍ଥ୍ୟଗତ ସୁବିଧାର ଲାଭ ଉଠାଇବାରେ ବିଫଳ ହୋଇଥିଲେ । ଏହାକୁ ହ୍ୟୁମାନ ରାଇଟ ଫ୍ରଣ୍ଟ ପକ୍ଷରୁ ବିରୋଧ କରାଯିବା ସହ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ମାନବାଧିକାର କମିଶନ ଏହାକୁ ଗ୍ରହଣ କରିବା ସହ ଆସନ୍ତା 8 ସପ୍ତାହ ମଧ୍ୟରେ ଏହାର ସମାଧାନ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ୱାସ୍ଥ୍ୟବୀମା ଯୋଜନାରେ ତ୍ରୁଟି ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ଏନଏଚଆରସି

ହ୍ୟୁମାନ ରାଇଟ ଫ୍ରଣ୍ଟର ଅଧ୍ୟକ୍ଷ ମନୋଜ ଜେନା ଏନେଇ ନିଜର ସନ୍ତୋଷ ଜାହିର କରିଛନ୍ତି । ଏହା ଦ୍ବାରା ରାଜ୍ୟରେ ସ୍ବାସ୍ଥ୍ୟ ସେବାର ପ୍ରକୃତ ରୂପ ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି । ଏହା କେବଳ ଗୋଟିଏ ବ୍ଲକର ଘଟଣା ହୋଇଥିବା ବେଳେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କର ସ୍ଥିତିର ଅନୁଧ୍ୟାନ ମଧ୍ୟ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ସରକାର ସ୍ବାସ୍ଥ୍ୟ ସେବାକୁ ଲୋକମାନଙ୍କ ନିକଟରେ ସରଳ ଭାବେ ଉପଲବ୍ଧ କରାଇ ପାରିଲେ ନିଜକୁ ସମୃଦ୍ଧ ବୋଲି କହିପାରିବେ ବୋଲି ସେ କହିଛନ୍ତି । ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ସେହିପରି କୋରୋନା ମହାମାରୀ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଂକ୍ରମଣ ଜାରିରହିଛି । ତେବେ ସଂକ୍ରମିତ ଲୋକମାନଙ୍କୁ ଘରୋଇ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ଦିଆଯାଉନଥିବା ନଜରକୁ ଆସିଛି । ଯାହା ଅତ୍ୟନ୍ତ ଦୁଃଖଦ ଘଟଣା ହୋଇଥିବା ବେଳେ ଜଗତସିଂହପୁରରେ ଏପରି ଘଟଣା ପାଇଁ ଜଣେ ସ୍ତ୍ରୀ ନିଜ ଜୀବନ ହାରି ଦେଇଛନ୍ତି । ତେଣୁ ଏ କ୍ଷେତ୍ରରେ ଭେଦଭାବ ନୀତି ନ ଆପଣାଇ ସମସ୍ତଙ୍କୁ ସମାନ ପ୍ରକାର ସୁବିଧା ଓ ସ୍ବାସ୍ଥ୍ୟ ସେବା କିପରି ଦିଆଯାଇ ପାରିବ ସେ ନେଇ ରାଜ୍ୟ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ଜେନା କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.