ETV Bharat / city

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରିତାରେ ଓଡିଶା ଏକ ନମ୍ବର

author img

By

Published : Jul 6, 2022, 10:57 AM IST

ପୁଣି ଓଡ଼ିଶାକୁ ମିଳିଛି ଜାତୀୟ ମାନ୍ୟତା । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରିତାରେ ଓଡିଶା ଏକ ନମ୍ବର ହୋଇଛି । ଏକ ସଶକ୍ତ ଖାଦ୍ୟ ସୁରକ୍ଷା ପ୍ରଣାଳୀ ସୃଷ୍ଟି କରିବା ତଥା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ ଏବଂ ଲୋକାଭିମୁଖୀ କରିବାରେ ସମଗ୍ର ଦେଶରେ ଓଡିଶା ଏକ ନମ୍ବର ହୋଇଛି । ଅଧିକ ପଢନ୍ତୁ

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀତାରେ ଓଡିଶା ଏକ ନମ୍ବର

ଭୁବନେଶ୍ବର: ପୁଣି ଓଡ଼ିଶାକୁ ମିଳିଛି ଜାତୀୟ ମାନ୍ୟତା । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀତାରେ ଓଡିଶା ଏକ ନମ୍ବର ଭାବରେ ପରିଗଣିତ ହୋଇଛି । ଏକ ସଶକ୍ତ ଖାଦ୍ୟ ସୁରକ୍ଷା ପ୍ରଣାଳୀ ସୃଷ୍ଟି କରିବା ତଥା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ ଏବଂ ଲୋକାଭିମୁଖୀ କରିବାରେ ସମଗ୍ର ଦେଶରେ ଓଡିଶା ଏକ ନମ୍ବର ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଶୀର୍ଷ ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଛି ଓଡ଼ିଶା ।

  • खाद्य व पोषण सुरक्षा पर राष्ट्रीय कांफ्रेंस को संबोधित किया एवं पहली बार NFSA आधारित State Rankings जारी की, जिसमे उड़ीसा ने पहला व यूपी ने दूसरा स्थान प्राप्त किया।

    सभी राज्यों को ईमानदारी के साथ जनहित की योजनाओं पर काम करने के लिए प्रोत्साहित किया।

    📖https://t.co/66bJJqN7WR pic.twitter.com/qykG9wFsBW

    — Piyush Goyal (@PiyushGoyal) July 5, 2022 " class="align-text-top noRightClick twitterSection" data=" ">

କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲ ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଖାଦ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଓଡ଼ିଶାର ଏହି ସଫଳତା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ରହିଛି । ଏହା ସହିତ ସେ ବିଭାଗୀୟ କର୍ମଚାରୀଙ୍କ ଅଦମ୍ୟ ପରିଶ୍ରମ ଏବଂ ନିରନ୍ତର ପ୍ରଚେଷ୍ଟାକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଓଡ଼ିଶାରେ ଡିସେମ୍ବର ୨୦୧୫ ଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଉଛି । ରାଜ୍ୟରେ ଖାଦ୍ୟ ସୁରକ୍ଷା ଏବଂ ବଣ୍ଟନ ପ୍ରଣାଳୀରେ ଏକ ଆମୁଳଚୁଳ ରୂପାନ୍ତରଣ କରାଯାଇଛି । ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କ ତଥ୍ୟଗୁଡିକୁ ଡିଜିଟାଇଜ କରି ୩.୨୫ କୋଟିର ଏକ ବିଶାଳ ଡାଟାବେସ ତିଆରି କରାଯାଇଛି । ଯାହା ଜନସାଧାରଣଙ୍କ ଅବଗତି ନିମନ୍ତେ ୱେବ ପୋର୍ଟାଲରେ ଉପଲବ୍ଧ କରାଯାଇଛି । ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଓ ତଥ୍ୟ ସଂଶୋଧନ କରିବା ନିମନ୍ତେ ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌର କାର୍ଯ୍ୟାଳୟରେ ୩୭୮ ଗୋଟି ରାସନ କାର୍ଡ ପରିଚାଳନା କେନ୍ଦ୍ର ଖୋଲାଯାଇଛି ।

ରାଜ୍ୟର ସମସ୍ତ ୧୫୨ ଗୋଟି ଖାଦ୍ୟଶସ୍ୟ ଗୋଦାମ ଗୃହ ଗୁଡିକର କମ୍ପ୍ୟୁଟରୀକରଣ କରାଯାଇଛି । ଏହି ୧୫୨ ଗୋଟି ଖାଦ୍ୟଶସ୍ୟ ଗୋଦାମ ଗୃହ ଗୁଡିକରୁ ୧୨୧୩୩ ଟି ସରକାରୀ ସୁଲଭ ମୂଲ୍ୟ ଦୋକାନକୁ ସିଧାସଳଖ ମାସିକ ୧.୮୭ ଲକ୍ଷ ମେଟ୍ରିକ ଟନ ଖାଦ୍ୟସାମଗ୍ରୀ, ସରକାରୀ ଖର୍ଚ୍ଚରେ ପରିବହନ କରି ପହଞ୍ଚା ଯାଉଛି । ସମସ୍ତ ୧୨୧୩୩ ଗୋଟି ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକୁରେ ସ୍ୱୟଂଚାଳିତ ଇ-ପସ ମେସିନ ଜରିଆରେ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଉଛି ।

ମାଲକାନଗିରି ଜିଲ୍ଲାରେ ୨୦୨୧ ମସିହା ଜୁଲାଇ ମାସରୁ ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭିଟାମିନଯୁକ୍ତ ଚାଉଳ ଯୋଗାଣ ଯୋଜନା ଲାଗୁ କରାଯାଇଛି । ଏହି କ୍ରମରେ ୧.୨୯ ଲକ୍ଷ ପରିବାରର ୪.୬୬ ଲକ୍ଷ ହିତାଧିକାରୀଙ୍କୁ ୩,୧୩୮ ମେଟ୍ରିକ ଟନ ପୃଷ୍ଟିକର ଚାଉଳ ପ୍ରତିମାସ ଯୋଗାଇ ଦିଆଯାଉଛି ଏହାଛଡା, ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ସ୍କୁଲ ଯାଉଥିବା ପିଲାମାନଙ୍କ ମଧ୍ୟାହ୍ନ ଭୋଜନ (PM-POSHAN) ନିମନ୍ତେ ଓ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନରେ, ଅତିରିକ୍ତ ପୃଷ୍ଟି ଯୋଜନା (Supplementary Nutrition Programme)) ନିମନ୍ତେ ମଧ୍ୟ ଭିଟାମିନଯୁକ୍ତ ଚାଉଳ ଯୋଗାଇ ଦିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.