ETV Bharat / city

‘ଜାତୀୟ ଶିକ୍ଷା ନୀତି’ରେ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି: ଧର୍ମେନ୍ଦ୍ର ପ୍ରଧାନ - Union Minister Dharmendra Pradhan

ନୂତନ ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା ତଥା ସ୍ଥାୟୀ ପରିବେଶ ସହ ସ୍ୱଚ୍ଛ ଏବଂ ନିର୍ମଳ ବାତାବରଣରେ ସୁସ୍ଥ ସମାଜ ଗଠନ ସହାୟକ ହେବ ବୋଲି କହିଲେ ଶିକ୍ଷାମନ୍ତ୍ରୀ । ଅଧିକ ପଢନ୍ତୁ...

‘ଜାତୀୟ ଶିକ୍ଷା ନୀତି’ରେ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି: ଧର୍ମେନ୍ଦ୍ର ପ୍ରଧାନ

author img

By

Published : Aug 18, 2021, 10:54 PM IST

ଭୁବନେଶ୍ବର: ସାଂପ୍ରତିକ ସମୟରେ ନୂଆପିଢ଼ିଙ୍କ ପାଇଁ ଶିକ୍ଷା ପର୍ଯ୍ୟାବରଣ ଆଧାରିତ ହେବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ‘ଜାତୀୟ ଶିକ୍ଷା ନୀତି’ରେ ପରିବେଶ ସୁରକ୍ଷା ତଥା ସ୍ଥାୟୀ ପରିବେଶ ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର ଏକ ଘରୋଇ ଗଣମାଧ୍ୟମ ସଂସ୍ଥାର ପରିବେଶ କାର୍ଯ୍ୟକ୍ରମ ‘ପୁନଶ୍ଚ ପୃଥିବୀ’ର ଭର୍ଚ୍ଚୁଆଲ ଲୋକାର୍ପଣ ଉତ୍ସବରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି କି ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବା ପାଇଁ ପଡ଼ିବ । ଆମେ ସମସ୍ତେ ଜଣେ ସଚେତନତା ନାଗରିକର ଦାୟିତ୍ୱ ହିସାବରେ ଆବଶ୍ୟକ ମୁତାବକ ଶକ୍ତି ବ୍ୟବହାର କରିବା ଦରକାର । ଭାରତ ସରକାର ମଧ୍ୟ ପରିବେଶର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଭାରତବର୍ଷରେ ବିଏସ-୬ ଭଳି ସ୍ୱଚ୍ଛ ଇନ୍ଧନ ଆରମ୍ଭ କରାଯାଇଛି । ୨୦୨୧ରେ ଆମେ ଅମୃତ ମହୋତ୍ସବ ପାଳନ କରୁଛୁ ।

ତେବେ ଆଗାମୀ ୧୫ରୁ ୨୫ ବର୍ଷ ଓଡ଼ିଶାବାସୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ହେବ । ୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଆଗାମୀ ଦିନରେ ୫୦ ହଜାର ଗାଁରେ ହାଇସ୍ପିଡ୍ ଇଣ୍ଟରନେଟ୍ ପାଇଁ ଭାରତ ସରକାରଙ୍କ କାର୍ଯ୍ୟ ଜାରି ରହିଛି । ତେଣୁ ଆଗକୁ ଆମର ଯୋଗାଯୋଗ ଅଧିକ ସୁଗମ ହେବ । ବିଦେଶରେ ରହୁଥିବା ଲୋକମାନେ ମଧ୍ୟ ଟେକ୍ନୋଲୋଜି ମାଧ୍ୟମରେ ରାଜ୍ୟର ଖବର ଜାଣିପାରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.