ETV Bharat / city

୧ ଲକ୍ଷ ୪୦ ହଜାର ନିର୍ମାଣ ଶ୍ରମିକଙ୍କ ନାମ ହେବ ପଞ୍ଜୀକୃତ: ଶ୍ରମ ସଚିବ - ନିର୍ମାଣ ଶ୍ରମିକମାନଙ୍କ ନାମ ହେବ ପଞ୍ଜୀକୃତ

ସମ୍ପ୍ରତି କୋରୋନା ମହାମାରୀ ପରିସ୍ଥିତିରେ ବାହାର ରାଜ୍ୟରୁ ଫେରି ଆସିଥିବା ୧ ଲକ୍ଷ ୪୦ହଜାର ନିର୍ମାଣ ଶ୍ରମିକମାନଙ୍କ ନାମ ପଞ୍ଜୀକୃତ କରାଯିବ । ଏହି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରାଯିବ ବୋଲି ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

୧ ଲକ୍ଷ ୪୦ ହଜାର ନିର୍ମାଣ ଶ୍ରମିକମାନଙ୍କ ନାମ ହେବ ପଞ୍ଜୀକୃତ

author img

By

Published : Jul 22, 2020, 10:46 PM IST

ଭୁବନେଶ୍ବର: ସମ୍ପ୍ରତି କୋରୋନା ମହାମାରୀ ପରିସ୍ଥିତିରେ ବାହାର ରାଜ୍ୟରୁ ଫେରି ଆସିଥିବା ୧ ଲକ୍ଷ ୪୦ହଜାର ନିର୍ମାଣ ଶ୍ରମିକମାନଙ୍କ ନାମ ପଞ୍ଜୀକୃତ କରାଯିବ । ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡରେ ସେମାନଙ୍କ ନାମ ତାଲିକା ଅନ୍ତର୍ଭୁକ୍ତ କରାଯିବ ଏବଂ ଏଥି ସହିତ ଏହି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରାଯିବ ବୋଲି ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।

ପରବର୍ତ୍ତୀ ସମୟରେ ଯେଉଁ ନିର୍ମାଣ ଶ୍ରମିକମାନେ ବାହାର ରାଜ୍ୟମାନଙ୍କରୁ ଫେରିବେ, ସେମାନଙ୍କ ନାମ ମଧ୍ୟ ନିର୍ମାଣ ଶ୍ରମିକ ବୋର୍ଡର ତାଲିକାରେ ଅନ୍ତର୍ଭୁକ୍ତ କରାଯିବ । ଏହା ଦ୍ୱାରା ନିର୍ମାଣ ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ଯୋଜନାର ଅନ୍ତର୍ଭୁକ୍ତ କରାଯିବ । ଏହି ସମସ୍ତ ପଞ୍ଜୀକରଣ ଅନ୍‌ଲାଇନ୍‌ ମାଧ୍ୟମରେ କରାଯିବ । ଏହି ତାଲିକାରେ ନିର୍ମାଣ ଶ୍ରମିକମାନଙ୍କ ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ ନମ୍ବର ପ୍ରଭୃତି ରଖାଯିବ । ଏହି ପଞ୍ଜୀକରଣ ପ୍ରକ୍ରିୟାକୁ ଜୁଲାଇ ମାସ ଶେଷ ସୁଦ୍ଧା ସାରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ଏଥି ସହିତ ଏହି ପ୍ରକ୍ରିୟା ସଂଚାଳନ ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସମେତ ପୌରସଂସ୍ଥା, ବ୍ଲକ୍‌, ପଞ୍ଚାୟତର ସହାୟତା ନିଆଯାଇ ପାରିବ ବୋଲି ପରାମର୍ଶ ଦିଆଯାଇଛି । ଏହି କ୍ରମରେ ସୂଚନା ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ନିର୍ମାଣ ଶ୍ରମିକମାନେ ସିଧାସଳଖ ଅନ୍‌ଲାଇନ୍‌ ମାଧ୍ୟମରେ ପଞ୍ଜୀକରଣ, ନବୀକରଣ ଓ ଆର୍ଥିକ ସହାୟତା ଆବେଦନ କରିବା ସୁବିଧା ଅତି ଶୀଘ୍ର ଉପଲବ୍ଧ କରାଇବା ପାଇଁ ପଦକ୍ଷେପ ନିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.