ଭୁବନେଶ୍ବର: ସେପ୍ଟେମ୍ବର 30 ପୂର୍ବରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଏହି ଅଧିବେଶନ କେଉଁଠି ବସିବ ସେ ନେଇ ନିଷ୍ପତ୍ତି ହୋଇନାହିଁ ।
ବିଧାନସଭା କି ଲୋକସଭାରେ ଏହି ମୌସୁମୀ ଅଧିବେଶନ ବସିବ ସେ ନେଇ ନିଷ୍ପତ୍ତି ହେବ । କୋଭିଡ ସଙ୍କଟ ମଧ୍ୟରେ କେମିତି ବିଧାନସଭାରେ ଅଧିବେଶନ ହେବ ସେ ନେଇ ଲୋକସଭା ବାଚସ୍ପତି ରାଜସ୍ଥାନ ଏବଂ କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କ ଆଲୋଚନା କରିଛନ୍ତି । ସେପଟେ କୋଭିଡ ନିୟମ ପାଳନ କରି ଅଧିବେଶନ ଡକାଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ