ETV Bharat / city

ସଂସଦ ଢାଞ୍ଚାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ, ୧୪୫ ସିଟ୍ ପ୍ରସ୍ତୁତ

author img

By

Published : Sep 22, 2020, 1:50 PM IST

କୋରୋନା କଟକଣା ମଧ୍ୟରେ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ସଂସଦ ଢାଞ୍ଚାରେ ବସିବ ବିଧାନସଭାର ଏହି ମୌସୁମୀ ଅଧିବେଶନ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଧିକ ପଢନ୍ତୁ...

ସଂସଦ ଢାଞ୍ଚାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ, ୧୪୫ଟି ସିଟ୍ ପ୍ରସ୍ତୁତ

ଭୁବନେଶ୍ବର: କୋରୋନା କଟକଣା ମଧ୍ୟରେ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ସଂସଦ ଢାଞ୍ଚାରେ ବସିବ ବିଧାନସଭାର ଏହି ଅଧିବେଶନ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

କୋଭିଡ୍ କଟକଣାକୁ ଆଖି ଆଗରେ ରଖି ବିଧାନସଭାରେ ସମସ୍ତ ବ୍ୟବସ୍ଥା କରାଯାଇଛି । ହେଲେ ବିଧାନସଭାରେ ପ୍ରଶ୍ନ କାଳ ରହିବନାହିଁ । କେବଳ ଲିଖିତ ପ୍ରଶ୍ନ ରହିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।

ଏହାସହ ବିଧାୟକଙ୍କ ବସିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତାକୁ ଆଖି ଆଗରେ ରଖି ପ୍ରତି ଚେୟାର ମଧ୍ୟରେ ଦୂରତା ୪ ଫୁଟ୍ ରହିବ । ସେହିଭଳି ମୋଟ ଉପରେ ୧୪୫ଟି ସିଟ୍ ପ୍ରସ୍ତୁତ ହୋଇସାରିଛି ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ଏହାସହ ସଂସଦ ଭଳି ବିଧାନସଭାରେ ବିଧାୟକଙ୍କ ସମ୍ମୁଖରେ କାଚ ୱାଲର ବ୍ୟବସ୍ଥା ରହିବ ବୋଲି ବାଚସ୍ପତି କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.