ETV Bharat / city

ମୌସୁମୀ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା - ରାଜ୍ୟରେ ଜୋର ଧରିଲା ମୌସୁମୀ ବର୍ଷା

ରାଜ୍ୟକୁ ମୌସୁମୀ ଛୁଇଁଲା ପରେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଆସନ୍ତା ୨୪ ଘଣ୍ଟାରେ ଉପକୂଳବର୍ତ୍ତୀ ଜିଲ୍ଲା, ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

the-monsoon-rains-intensified-in-odisha
ରାଜ୍ୟରେ ଜୋର ଧରିଲା ମୌସୁମୀ ବର୍ଷା
author img

By

Published : Jun 14, 2020, 9:07 PM IST

ଭୁବନେଶ୍ବର:ସାରା ରାଜ୍ୟକୁ ମୌସୁମୀ ଛୁଇଁଲା ପରେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ରାଜ୍ୟର ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ।

ରାଜ୍ୟରେ ଜୋର ଧରିଲା ମୌସୁମୀ ବର୍ଷା

ରାଜ୍ୟରେ ଜୋର ଧରିଲା ମୌସୁମୀ ବର୍ଷା । ମୌସୁମୀ ସକ୍ରିୟ ଥିବାରୁ ସାରା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇଛି । ରାଜସ୍ଥାନ ଠାରୁ ଓଡିଶା ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ରହିଛି,ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉପକୂଳବର୍ତ୍ତୀ ଜିଲ୍ଲା, ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ,ବାଲେଶ୍ବର, ଭଦ୍ରକ ଗଞ୍ଜମ ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଆଗକୁ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରାୟ ସବୁ ସ୍ଥାନରେ ବର୍ଷା ରେକର୍ଡ ହୋଇଛି । ସୁନ୍ଦରଗଡ ରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ କରାଯାଇଛି । ସମ୍ବଲପୁରରେ ବାମରା ଠାରେ ୧୨୫.୮ ମିମି ବର୍ଷା ରେକର୍ଡ ହୋଇଛି। ଭୁବନେଶ୍ବରରେ ୨୦.୪ ମିମି ଏବଂ କଟକରେ ୪୯ ମିମି ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.