ETV Bharat / city

ମୌସୁମୀ ଦୁର୍ବଳ, କମିବ ବର୍ଷାର ପରିମାଣ - monsoon is weak

ଆସନ୍ତା ୨୪ ଘଣ୍ଟା ଅର୍ଥାତ ୨୬ ତାରିଖ ରବିବାର କୋରାପୁଟ, ମାଲକାନଗିରି, ନୂଆପଡା, ନବରଙ୍ଗପୁର, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ ଓ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଭୁବନେଶ୍ବର ଓ କଟକରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ । ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

The monsoon is weak and the amount of rainfall is low
ମୌସୁମୀ ଦୁର୍ବଳ, କମିବ ବର୍ଷାର ପରିମାଣ
author img

By

Published : Jul 25, 2020, 9:34 PM IST

ଭୁବନେଶ୍ବର: ଆଭ୍ୟନ୍ତରୀଣ ଓଡିଶା ଓ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏଥିସହ ମୌସୁମୀ ଟ୍ରଫ ଲାଇନ ଉତ୍ତର ଦିଗରେ ଗତି କରୁଥିବାରୁ ରାଜ୍ୟରେ ମୌସୁମୀ ଦୁର୍ବଳ ରହିବ । ଆସନ୍ତା ୨୪ ଘଣ୍ଟା ଅର୍ଥାତ ୨୬ ତାରିଖ ରବିବାର କୋରାପୁଟ, ମାଲକାନଗିରି, ନୂଆପଡା, ନବରଙ୍ଗପୁର, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ ଓ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ମୌସୁମୀ ଦୁର୍ବଳ, କମିବ ବର୍ଷାର ପରିମାଣ
ମୌସୁମୀ ଦୁର୍ବଳ, କମିବ ବର୍ଷାର ପରିମାଣ

ସେହିପରି ଭୁବନେଶ୍ବର ଓ କଟକରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ । ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ଭିତରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଓ ଦକ୍ଷିଣ ଓଡ଼ିଶାର ଅଳ୍ପ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ସର୍ବାଧିକ ୪୦.୩ ମିମି ବର୍ଷା ରେକର୍ଡ କରାଯାଇଛି । ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୫.୦ ଡିଗ୍ରୀ ରେକର୍ଡ କରାଯାଇଛି ।

ମୌସୁମୀ ଦୁର୍ବଳ, କମିବ ବର୍ଷାର ପରିମାଣ

ଜୁନ ପହିଲାରୁ ଜୁଲାଇ ୨୫ ପର୍ଯ୍ୟନ୍ତ ଓଡ଼ିଶାରେ ଋତୁକାଳୀନ ବର୍ଷା ୪୫୫.୫ ମିମି ରେକର୍ଡ କରାଯାଇଛି, ଯାହା ସ୍ବାଭାବିକ ଠାରୁ ୬ ପ୍ରତିଶତ କମ । ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି ଏବଂ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା କମ ହୋଇଛି । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଓ ସୋନପୁର ଜିଲ୍ଲାରେ ମଧ୍ୟ ଏଥର କମ ବର୍ଷା ରେକର୍ଡ କରାଯାଇଛି ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ଼. ଏଚଆର ବିଶ୍ବାସ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.