ETV Bharat / city

ବିନା ସୁଧରେ ମିଶନ ଶକ୍ତି ଗୋଷ୍ଠୀକୁ ମିଳିବ ୩ ଲକ୍ଷ ଋଣ

author img

By

Published : Jul 16, 2021, 7:44 AM IST

SHGକୁ ମଜଭୂତ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ...

ବିନା ସୁଧରେ ମିଶନ ଶକ୍ତି ଗୋଷ୍ଠୀକୁ ମିଳିବ ୩ ଲକ୍ଷ: ସୁଜାତା କାର୍ତ୍ତିକେୟନ

ଭୁବନେଶ୍ବର: ଆହୁରି ସଶକ୍ତ ହେବ ମିଶନ ଶକ୍ତି ଅଧିନରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (SHG) । ସହରାଞ୍ଚଳରେ SHG ସହଭାଗିତାକୁ ଗୁରୁତ୍ୱ । SHGକୁ ମଜଭୂତ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥନନ ଓ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଯୋଗ ଦେଇଥିଲେ ।

ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି ଯେ, 'ବିକାଶଶୀଳ ଅର୍ଥନୀତି ପାଇଁ ମହିଳା ନେତୃତ୍ୱାଧିନ ଗୋଷ୍ଠୀର ପଦକ୍ଷେପ ତଥା ଉଦ୍ୟୋଗୀ ବିକାଶକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ମିଶନ ଶକ୍ତି ଗୋଷ୍ଠୀକୁ ମୁକ୍ତା ଯୋଜନାରେ ବିଭିନ୍ନ ପ୍ରକଳ୍ପ ଲାଗି କାର୍ଯ୍ୟ ପୁଞ୍ଜି ପାଇଁ ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଇ ଦିଆଯିବ । ଏହି ନିଷ୍ପତ୍ତି ପୌର ସଂସ୍ଥାଗୁଡିକ ଦ୍ୱାରା ବହୁ ପ୍ରଂଶସିତ ହୋଇଛି । ଏହାଦ୍ୱାରା ସାମଗ୍ରୀ କିଣିବା ଏବଂ ମଜୁରୀ ପ୍ରଦାନ କ୍ଷେତ୍ରରେ ସେମାନଙ୍କୁ ପୁଞ୍ଜି ସହାୟକ ହୋଇପାରିବ ।'

ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ମାଥିଭାଥନନ ସହରୀ ସେବା କ୍ଷେତ୍ରରେ ମିଶନ ଶକ୍ତିର ମହିଳା ଗୋଷ୍ଠୀ ସାମିଲ ଉପରେ ଗୁରୁତ୍ୱଆରୋପ କରିଛନ୍ତି । ବିଭିନ୍ନ ସେବା କ୍ଷେତ୍ରରେ ଠିକାଦାରୀ ବ୍ୟବସ୍ଥା ବଦଳରେ ବିଭିନ୍ନ ଗୋଷ୍ଠୀକୁ ନିୟୋଜିତ କରାଯିବା ଆବଶ୍ୟକ । ଏହାଦ୍ୱାରା ରାଜ୍ୟର ମହିଳା ଓ ସମ୍ବେଦନଶୀଳ ବର୍ଗର ଲୋକେ ସଶକ୍ତ ହୋଇପାରିବେ ବୋଲି ସେ କହିଛନ୍ତି । ମିଶନ ଶକ୍ତି ସହଭାଗିତା କାର୍ଯ୍ୟକ୍ରମରେ ଏଭଳି ପଦକ୍ଷେପକୁ ଉଚ୍ଚକୋଟୀର ନିଷ୍ପତ୍ତି ବୋଲି ସେ କହିଛନ୍ତି । ଯାହା ରାଜ୍ୟର ସହରାଞ୍ଚଳରେ ବହୁ ସଂଖ୍ୟକ ମିଶନ ଶକ୍ତି ଗୋଷ୍ଠୀର କାର୍ଯ୍ୟକଳାପକୁ ମଜଭୂତ କରିବାରେ ସହାୟକ ହୋଇପାରିବ ।

ମିଶନ ଶକ୍ତି ଏସଏଚଜି ଓ ନଗର ଉନ୍ନୟନ ବିଭାଗ ସହଭାଗିତାରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ଅଗ୍ରଗତି ଏବଂ ସଫଳତା ଉପସ୍ଥାପନ କରିଛନ୍ତି ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ । ପୌରସଂସ୍ଥା ଏବଂ ଆସିଡିଏସ୍‍ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସହଯୋଗ ଏବଂ ସମନ୍ୱୟ ଉପରେ ସେ ଆଲୋକପାତ କରିଛନ୍ତି ।

ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଓ ସୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ପୌର ସଂସ୍ଥାମାନଙ୍କରେ ମିଶନ ଶକ୍ତି ଏସଏଚଜିଗୁଡିକର ସାମାଜିକ ତଥା ଅର୍ଥନୈତିକ ଏକକୀକରଣ ପାଇଁ ପ୍ରମୁଖ ସହରୀ କାର୍ଯ୍ୟକ୍ରମଗୁଡିକର ବିବରଣୀ ଉପସ୍ଥାପନ କରିଛନ୍ତି, ଯାହା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ଅଂଶଗ୍ରହଣ ଓ ସୁଯୋଗ ପ୍ରଦାନ କରୁଛି । ସ୍ଥାନୀୟ ଅଞ୍ଚଳରେ ସହରୀ ଭିତ୍ତିଭୂମି ବିକାଶରେ ସହଯୋଗ ସହିତ ପୁଞ୍ଜି ଆବଶ୍ୟକତା ଓ ଦକ୍ଷତା ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ମ୍ୟୁନିସିପାଲ କମିଶନର, ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ମିଶନ ଶକ୍ତି ବିଭାଗର ଶିଶୁ ସୁରକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.